• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ନାମାଙ୍କନ ଭରିବେ ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭା । ବିପକ୍ଷର ପ୍ରାର୍ଥୀ ଭାବେ ମାର୍ଗାରେଟ୍ ଆଲଭାଙ୍କ ନାଁ ଘୋଷଣା କରିଥିଲେ ଏନସିପି ମୁଖ୍ୟ ଶରଦ ପାଓ୍ୱାର । ମାର୍ଗାରେଟଙ୍କ ପୂର୍ବରୁ ଗତକାଲି ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଜଗଦୀପ ଧନଖଡ଼ ନାମାଙ୍କନ ଦାଖଲ କରିସାରିଛନ୍ତି ।

ସଂସଦର ସଚିବାଳୟରେ ପହଞ୍ଚି ଜଗଦୀପ ନାମାଙ୍କନ ଭରିଥିଲେ । ଏଇ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରାୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ୱଲେ, ବିଜେଡିରୁ ପିନାକୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଧନଖଡ଼ଙ୍କ ପ୍ରଥମ ପ୍ରସ୍ତାବକ ଭାବେ ପ୍ରଧାନମନ୍ତ୍ରୀ ମୋଦି ହିଁ ଦସ୍ତଖତ କରିଥିଲେ । ଏଥିସହ ତାଙ୍କ ପ୍ରାର୍ଥିପତ୍ରକୁ ମୋଦି ହିଁ ରିଟର୍ଣ୍ଣିଂ ଅଫିସରଙ୍କୁ ହସ୍ତାନ୍ତର କରିଥିଲେ ।

ଆସନ୍ତା ୬ ତାରିଖରେ ଉପରାଷ୍ଟ୍ରପତି ପଦ ପାଇଁ ଭୋଟିଂ ହେବ । ଧନଖଡ଼ଙ୍କ ଲଢେଇ ବିରୋଧୀ ମେଣ୍ଟର ପ୍ରାର୍ଥୀ ମାର୍ଗାରେଟ୍ ଆଲଭାଙ୍କ ସହ ହେବ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ଚାରି ଚାରି ଥର ରାଜ୍ୟପାଳ ଦାୟିତ୍ୱ ତୁଲାଇଛନ୍ତି ମାର୍ଗାରେଟ୍ ଆଲଭା । ୭୭ ବର୍ଷିୟ ଆଲଭା ଗୋଆ, ଗୁଜରାଟ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡର ରାଜ୍ୟପାଳ ରହିସାରିଛନ୍ତି । ପାଂଚଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସରକାରରେ ସେ ଥିଲେ କ୍ୟାବିନେଟ୍ ମନ୍ତ୍ରୀ । ସେହିପରି ଜଗଦୀପ ଧନଖଡ଼ ଏବେ ପଶ୍ଚିମବଙ୍ଗ ରାଜ୍ୟପାଳ ଅଛନ୍ତି ।

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଅଗଷ୍ଟ ୬ରେ ଭୋଟିଂ

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଜୁଲାଇ ୧୯ ପର୍ଯ୍ୟନ୍ତ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିପାରିବେ । ଜୁଲାଇ ୨୦ରେ ନାମାଙ୍କନ ପତ୍ରର ଯାଞ୍ଚ କରାଯିବ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀମାନେ ଜୁଲାଇ ୨୨ ପର୍ଯ୍ୟନ୍ତ ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ । ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ବାଛିବା ପାଇଁ ଅଗଷ୍ଟ ୬ରେ ମତଦାନ ଅନୁଷ୍ଠିତ ହେବ ।