Advertisment

ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ ମହମ୍ମଦ ମୋକିମ

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଦ୍ରୌପଦୀଙ୍କୁ ଭୋଟ ଦେଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Congress MLA

Congress MLA

ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ ମହମ୍ମଦ ମୋକିମ। କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଦ୍ରୌପଦୀଙ୍କୁ ଭୋଟ ଦେଲେ। ଦ୍ରୌପଦୀଙ୍କୁ ଭୋଟ ଦେବା ପରେ ବିଧାୟକ ମୋକିମଙ୍କ କହିଛନ୍ତି ମାଟିର ଝିଅଙ୍କୁ ଭୋଟ ଦେଲି। ଜଣେ ଓଡ଼ିଆ ହିସାବରେ ମୋର ଏ ନିଷ୍ପତ୍ତି। ମୋ ବିବେକ ଅନୁସାରେ ମୁଁ ଜଣେ ଓଡ଼ିଆ ଝିଅଙ୍କୁ ଭୋଟ ଦେଲି। ତାଙ୍କ ବିଜୟରେ ମୋ ଭୋଟ ଖଣ୍ଡିକ ମିଶିଲେ ମୁଁ ଗର୍ବିତ ହେବି। ରାଷ୍ଟ୍ରପତି ନିର୍ବାଚନରେ ହୁଇପ୍ ନଥାଏ, ବିବେକ ଅନୁସାରେ ଭୋଟ ଦେଲି। ବାରବାଟୀ କଟକର କଂଗ୍ରେସ ବିଧାୟକ ହେଉଛନ୍ତି ମହମ୍ମଦ ମୋକିମ।

Advertisment

କ୍ରସ ଭୋଟିଂ ପରେ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି। ଦଳ ଯାହା ବିଚାର କରି ନିଷ୍ପତ୍ତି ନେବ ବୋଲି ନରସିଂହ ମିଶ୍ର କହିଛନ୍ତି। ଶୃଙ୍ଖଳିତ ସଭ୍ୟ ଭାବେ ପାର୍ଟି ନିଷ୍ପତ୍ତିରେ ଭୋଟ ଦେବା କଥା କିନ୍ତୁ ଏହା ଏକ ଦୁର୍ଭାଗ୍ୟଜନକ ଘଟଣା; ହାଇକମାଣ୍ଡକୁ ଜଣାଯିବ, ଆକ୍ସନ ହେବ ବୋଲି ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି।

Advertisment

ସେହିପରି ଏହାକୁ ଅତି ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା କହିଲେ ତାରା ବାହିନୀପତି। ମୋକିମ ଅସନ୍ତୁଷ୍ଟ ଥିବା ଏହା ପ୍ରମାଣ କଲା। ଦଳର ଏକତା ଉପରେ ପ୍ରଶ୍ନବାଚୀ ଉଠିଲା ବୋଲି ତାରା କହିଛନ୍ତି। ହାଇକମାଣ୍ଡଙ୍କୁ ଅବଗତ କରିବୁ ପିସିସି ସଭାପତି ଶରତ କହିଛନ୍ତି। ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ, ଆମେ କାର୍ଯ୍ୟକାରୀ କରିବୁ ବୋଲି ସେ କହିଛନ୍ତି।  

Draupadi Murmu President Election
Advertisment
Advertisment