• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିରୋଧୀ । ଏନଡିଏର ଜଗଦୀପ ଧନଖଡ଼ ବନାମ୍‌ ମାର୍ଗାରେଟ୍‌ ଆଲଭା ।  ମାର୍ଗାରେଟ୍‌ ଆଲଭାଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି । ଏନସିପି ସଭାପତି ଶରଦ ପାୱାର ମାର୍ଗାରେଟ୍‌ ଆଲଭାଙ୍କ ନାମ ଘୋଷଣା କରିଛନ୍ତି । ସେ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଦାୟିତ୍ୱ ତୁଲାଇଛନ୍ତି ।

ମାର୍ଗାରେଟ୍ ଆଲଭା ୧୪ ଏପ୍ରିଲ ୧୯୪୨ରେ କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ । କର୍ଣ୍ଣାଟକରେ ହିଁ ସେ ନିଜର ଅଧ୍ୟୟନ ସମାପ୍ତ କରିଛନ୍ତି । ପାଠପଢ଼ା ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ କଂଗ୍ରେସ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା । ସେ ବିଭିନ୍ନ ମନ୍ତ୍ରଣାଳୟର କମିଟିରେ ମଧ୍ୟ ଜଡିତ ଥିଲେ । ୧୯୭୫ରେ କଂଗ୍ରେସ ତାଙ୍କୁ ଦଳର ତାଙ୍କୁ ପାର୍ଟି ମହାସଚିକ ମଧ୍ୟ କରିଥିଲା । ମାର୍ଗେରେଟ୍ ମୋଟ ଚାରିଥର ରାଜ୍ୟସଭାର ସଦସ୍ୟ ରହିଛନ୍ତି । ଏହା ପରେ ୧୯୯୯ରେ ସେ ଲୋକସଭାର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ।

ଗତକାଲି ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ଏନ୍‌ଡି । ଜଗଦୀପ ଧନଖଡ଼ଙ୍କୁ ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଥିଲା । ୧୯୫୧ ମସିହା ମେ ୧୮ ତାରିଖରେ ରାଜସ୍ଥାନର ଝୁନଝୁନୁ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଜଗଦୀପ ଧନଖର ରାଜନୀତିରେ ପାଦ ଦେବା ଆଗରୁ ଜଣେ ପ୍ରତିଷ୍ଠିତ ଆଇନଜୀବୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ ।୧୯୭୯ରୁ ୧୯୮୯ ମଧ୍ୟରେ ସୁପ୍ରିମକୋର୍ଟ ଓ ବିଭିନ୍ନ ରାଜ୍ୟର ହାଇକୋର୍ଟରେ ସେ ଓକିଲାତି କରିଛନ୍ତି । ତେବେ ୧୯୮୯ରେ ସେ ଝୁନଝୁନୁ ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଅଗଷ୍ଟ ୬ରେ ଭୋଟିଂ

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଜୁଲାଇ ୧୯ ପର୍ଯ୍ୟନ୍ତ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିପାରିବେ । ଜୁଲାଇ ୨୦ରେ ନାମାଙ୍କନ ପତ୍ରର ଯାଞ୍ଚ କରାଯିବ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀମାନେ ଜୁଲାଇ ୨୨ ପର୍ଯ୍ୟନ୍ତ ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ । ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ବାଛିବା ପାଇଁ ଅଗଷ୍ଟ ୬ରେ ମତଦାନ ଅନୁଷ୍ଠିତ ହେବ ।