ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ୨ ରାଷ୍ଟ୍ରମନ୍ତ୍ରୀ
ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା କହିଛନ୍ତି ଆରୁଖ ।
ଲଢେଇ ଖଣ୍ଡେ ଚେୟାର ପାଇଁ . . .ଆଗରେ ବସିବା ପାଇଁ ପାର୍ଟି ଅଫିସ୍ ହୁଲୁସ୍ତୁଲ . . ସମସ୍ତଙ୍କ ସାମ୍ନାରେ ମୁଥ ମରାମରି ହେଲେ ଦୁଇ କଂଗ୍ରେସ ନେତା
ଭିତରକୁ ଯିବ କିଏ ?
ପାୱାର କାହାର ଅଧିକ ? ପୌରାଧ୍ୟକ୍ଷଙ୍କର ନା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କର? ବାରମ୍ବାର ନିର୍ଦ୍ଦେଶ ଦେବା ପରେ ବି କାମ ହେଲାନି । ରାଗି ଗଲେ ମାଡାମ୍...ସିଧା ଯାଇ ଅଫିସ୍ରେ ଦେଲେ ଧାରଣା...ଭୁଲ ମାଗି ମନାଇବାକୁ ଉଦ୍ୟମ କଲେ ବଡ ବାବୁ
ନବ ଦାସଙ୍କ ଭୋଟ ବଜାୟ ରଖିପାରିବ ତ ବିଜେଡି ? ବିଜେପିକୁ ପୂର୍ବାପେକ୍ଷା ମିଳିବ କି ଅଧିକ ଭୋଟ୍ ? କଂଗ୍ରେସ ତାର ପକେଟ୍ ଭୋଟ ବଜାୟ ରଖି ପାରିବ ତ ? ଝାରସୁଗୁଡ଼ା ଭୋଟ୍ ସରିବା ପରେ ଏସବୁ ପ୍ରଶ୍ନକୁ ନେଇ ଜୋରଦାର ଚର୍ଚ୍ଚା ।
ଝାରସୁଗୁଡ଼ା ଫଳାଫଳ ପୂର୍ବରୁ ହାର୍-ଜିତର ଅଙ୍କକଷା । ବିଜେଡି ଓ ବିଜେପିର ଭିନ୍ନ ନେତାଙ୍କ ଭିନ୍ନ ଆକଳନକୁ ଚର୍ଚ୍ଚା । କଂଗ୍ରେସ କହିଲା ‘ଆମେ ଜିତିବୁ’ ।
‘ତୁତୀୟ ସାମ୍ମୁଖ୍ୟରେ ନାହିଁ ବିଜେଡି । ଆଗାମୀ ନିର୍ବାଚନରେ ଏକା ଲଢ଼ିବ ଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କୌଣସି ରାଜନୈତିକ ଆଲୋଚନା ହୋଇ ନାହିଁ ବୋଲି ନବୀନ କହିଛନ୍ତି।
ରାଜଧାନୀ ଦିଲ୍ଲୀରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଏମତି ଖୁଲମଖୁଲା ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାହା ସହ ସେ ଆହୁରି କହିଛନ୍ତି କି, ସର୍ବଦା ଏହା ଆମର ମୁଖ୍ୟ ନୀତି । ତୃତୀୟ ସାମୁଖ୍ୟ ନୀତରେ ଆମେ ନାହୁଁ
ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଆଜି ନୂଆଦିଲ୍ଲୀରେ ମୋଦି-ନବୀନ ଭେଟ। ୨୦୨୪ ନିର୍ବାଚନକୁ ନେଇ ଉଭୟ ନେତାଙ୍କ ମଧ୍ୟରେ କିଛି ଆଲୋଚନା ହେବ କି ସେନେଇ ମଧ୍ୟ ଅନେକ ଚର୍ଚ୍ଚା ହେଉଛି।
ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ମୋଟ୍ ୧୦ଟି ସ୍ଥାନରେ ରେଡ୍ ହୋଇଥିବା ସୂଚନା ମିଳିଛି।
ବିଧାୟକ ବାଛିଲା ଝାରସୁଗୁଡ଼ା। ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପରେ ଏଠାରେ ହୋଇଥିବା ଉପନିର୍ବାଚନ ଲାଗି ଆଜି ଭୋଟ୍ ଗ୍ରହଣ ଶେଷ ହୋଇଛି। ଧୁ ଧୁ ଖରା ସତ୍ତ୍ବେ ଭୋଟର୍ ନିଜ ମତାଧିକାର ସାବ୍ୟସ୍ତ କରିଥିଲେ। ପୁରୁଷଙ୍କ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ମତଦାନ ସରିବା ପରେ ୩ ପ୍ରମୁଖ ଦଳର ପ୍ରାର୍ଥୀ ନିଜ ନିଜର ବିଜୟ ନେଇ ଆଶାବାଦୀ ଅଛନ୍ତି।
ରବି ଧାନ ସଂଗ୍ରହ ପୂର୍ବରୁ ଯୋଗାଣ ବିଭାଗର ସଂଶୋଧିତ ନିୟମକୁ ଚାଷୀଙ୍କ ବିରୋଧ। ପରିବର୍ତ୍ତିତ ନିୟମରେ କ୍ଷତି ସହିବେ ଚାଷୀ, ଆଉ ମିଲର ଲାଭବାନ ହେବା ନେଇ ଚାଷୀଙ୍କ ଅଭିଯୋଗ। ରାଜ୍ୟରେ ରବି ଧାନ ସଂଗ୍ରହ ପାଇଁ ପ୍ରକ୍ରିୟା ଆରମ୍ଭ ଭିତରେ ମଣ୍ଡିରେ ଧାନ ବିକ୍ରି ନେଇ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ପି-ପାସ୍ ବ୍ୟବସ୍ଥାରେ ଆଣିଛି ସଂଶୋଧିତ ନିୟମ।
କାହା ମଥାରେ ଲଗାଇ ଦିଆଯାଉଛି ଫୁଲ ଚନ୍ଦନ...ତ ଆଉ କାହା ଉପରେ କରାଯାଉଛି ପାଣି ସ୍ପ୍ରେ। ହାତରେ ପରିଚୟପତ୍ର ଖଣ୍ଡେ ଖଣ୍ଡେ ଧରି ଲମ୍ବା ଧାଡ଼ିରେ ଅପେକ୍ଷାରତ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ମତଦାତା। ଯୁବଠୁ ବୟସ୍କ ଅବା ଦିବ୍ୟାଙ୍ଗ ଭୋଟର। ୪୦ ଡିଗ୍ରୀରୁ ଅଧିକ ତାତିରେ ବି ଉତ୍ସାହର ସହ ନିଜକୁ ସାମିଲ କରିଛନ୍ତି ଗଣତନ୍ତ୍ରର ମହାନ ପର୍ବରେ।
ରବି ଧାନ ସଂଗ୍ରହ ପୂର୍ବରୁ ଯୋଗାଣ ବିଭାଗର ସଂଶୋଧିତ ନିୟମକୁ ଚାଷୀଙ୍କ ବିରୋଧ। ପରିବର୍ତ୍ତିତ ନିୟମରେ କ୍ଷତି ସହିବେ ଚାଷୀ, ଆଉ ମିଲର ଲାଭବାନ ହେବା ନେଇ ଚାଷୀଙ୍କ ଅଭିଯୋଗ।
ସୁବିଧାବାଦୀ ରାଜନୀତି କହି ବର୍ଷିଲା ବିଜେପି । କଂଗ୍ରେସର ଅଭିଯୋଗ, ବିଜେଡି-ବିଜେପି ଏକ୍ । ସମଦୂରତା କଥା ଦୋହରାଇଲା ବିଜେଡି ।
ଅପରାହ୍ନ ୫ଟା ସୁଦ୍ଧା ୬୮.୧୨% ମତଦାନ । ସବୁ ବୁଥରେ ୱେବକାଷ୍ଟିଂ, ନଜର ରଖିଲା ଡ୍ରୋନ୍ ।
ବିଧାୟକ ଓ ତାଙ୍କ ସମର୍ଥକମାନେ ପୁଲିସ୍ ଉପସ୍ଥିତିରେ ହିଁ ଦୀପକଙ୍କୁ ଚାପୁଡ଼ା, ବିଧା ଓ ମୁଥ ମାରିଥିଲେ। ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିଲେ ମଧ୍ୟ ଦୀପକଙ୍କୁ ଆକ୍ରମଣରୁ ରକ୍ଷା କରିବା ପାଇଁ ବେଶ୍ ନାକେଦମ ହେବାକୁ ପଡ଼ିଥିଲା।
କର୍ଣ୍ଣାଟକରେ ଏଥର ବିଜେପି କଂଗ୍ରେସ ଓ ଜେଡିଏସ ମଧ୍ୟରେ ତ୍ରିମୁଖୀ ଲଢେଇ ହେଉଛି । ଆସନ୍ତା ୧୩ ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।
ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ଏହି ଲଢ଼େଇରେ ମଇଦାନରେ ୨ ହଜାର ୬୧୫ଜଣ ପ୍ରାର୍ଥୀ ରହିଛନ୍ତି । ଏଥର ଶାସନାଧିନ ବିଜେପିକୁ କଡ଼ା ଟକ୍କର ଦେଉଛି କଂଗ୍ରେସ । ତା’ସହ ଦେବଗୌଡ଼ାଙ୍କ ଜେଡିଏସ୍ ବି ଏଥର ଉଭୟ ଦଳକୁ ଫାଇଟ୍ ଦେଇଛି ।
ସକାଳ ୭ଟାରୁ ଆରମ୍ଭ ହୋଇଛି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟିଂ । ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ସବୁ ବୁଥ୍ରେ ସିସିଟିଭି ଲଗାଯାଇଛି। ଏହାସହ ସମ୍ବେଦନଶୀଳ ବୁଥ୍ରେ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି।
ସମସ୍ତଙ୍କ ପାଇଁ ଗୋଟିଏ ପ୍ରବେଶ ପଥ ନିୟମ ହୋଇଥିବାରୁ ଆଉ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇ ଦର୍ଶନ କରିପାରୁ ନାହାନ୍ତି ପୁରୀ ବାସିନ୍ଦା। ବିଶେଷକରି ଆଗରୁ ଅନ୍ୟ ତିନି ଦ୍ବାର ଦେଇ ପ୍ରତ୍ୟହ କାଳିଆ ଦର୍ଶନ କରୁଥିବା ବୃଦ୍ଧ ଓ ବୃଦ୍ଧାଙ୍କ ପାଇଁ ପ୍ରଶାସନର ଏ ନିୟମ ଲକ୍ଷ୍ମଣରେଖା ସଦୃଶ ହୋଇଛି।
ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ୍ । ମୁକ୍ତ ଓ ଅବାଧ ମତଦାନ ପାଇଁ ବ୍ୟାପକ ବନ୍ଦୋବସ୍ତ । ୨୪ ପୂର୍ବରୁ ୩ ଦଳ ପାଇଁ ଶକ୍ତି ପରଖିବାର ବଡ଼ ସୁଯୋଗ ।