• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସରକାରୀ ଜମି, ହେଲେ ମାଡି ବସିଛନ୍ତି ଶାସକଦଳର ନେତା । ସତ ଜାଣିବା ପରେ ତହସିଲଦାରଙ୍କ ପାଖରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ହେଲେ ସ୍ଥିତିରେ କୌଣସି ସୁଧାର ଆସିନି । ପ୍ରଶାସନ କେବଳ ମାମଲାଟିଏ କରି ବସିଯାଇଛି । ପୂର୍ବରୁ ସେ ଯେମିତି ଜବରଦଖଲ କରି ରହିଥିଲେ ବର୍ତ୍ତମାନ ବି ସେମିତି ଜବରଦଖଲ କରି ରହିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଯିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ବଡ଼ମ୍ବା ବ୍ଲକର ପୁର୍ବତନ ଉପାଧ୍ୟକ୍ଷ ତଥା ବର୍ତ୍ତମାନର ସାନ ବାରସିଂହ ପଞ୍ଚାୟତ ସରପଞ୍ଚ ସଦାନନ୍ଦ ସ୍ୱାଇଁ । ଯାହାଙ୍କ ନାଁରେ ଆସିଛି ସରକାରୀ ଜମି ଜବରଦଖଲ ପରି ସାଙ୍ଘାତିକ ଅଭିଯୋଗ । ପୁଣି ଅଭିଯୋଗ ଆଣିଛନ୍ତି ଆଉ ଜଣେ ସରପଞ୍ଚ । ସରପଂଚ ଏଲିନା ଦାସଙ୍କର ଅଭିଯୋଗ ଅନୁସାରେ, ସରପଞ୍ଚ ସଦା ନନ୍ଦ ସ୍ବାଇଁ ଖମାର ସାହି ମୌଜାର ଖାତା ନମ୍ବର 221 ରଖିତ ଖାତାର ପ୍ଲଟ ନମ୍ବର 358, 362/779, 359 359/745, 353/778 ଗୁଡିକୁ ନିଜ ଜବରଦଖଲରେ ରଖିଛନ୍ତି । ଏହା ଜଣାପଡିବା ପରେ ୨୦୨୦ ମସିହା ନଭେମ୍ବର ୬ ତାରିଖରେ ଦାବିପତ୍ର ବି ଦିଆଯାଇଥିଲା । କିନ୍ତୁ ଆରଆଇ ଓ ଅମିନ କେବଳ କେସ୍‌ କରି ବସିଗଲେ ।

ପୂର୍ବରୁ ସରକାରୀ ଜାଗାରେ ପାଣି ରହୁଥିଲା । ଗାଈଗୋରୁମାନେ ପାଣି ପିଉଥିଲେଏ । ହେଲେ ଏବେ ଜବରଦଖଲ ହେବାରୁ ଗାଇଗୋରୁ ବି ଟୋପାଏ ପାଣି ପାଉନାହାନ୍ତି । ତେଣୁ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ପ୍ରବଳ ଜନଅନ୍ତୋଷ ଦେଖାଯିବା ସହିତ ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନର ଚେତାବନୀ ବି ଦେଇଛନ୍ତି ସ୍ଥାନୀୟ ଲୋକେ । ସେପଟେ ଅଭିଯୋଗ ଆସିଥିବା ସରପଂଚ କହୁଛନ୍ତି, ମୁଁ ସରକାରୀ ଜାଗା ମାଡି ବସିଥିବା ପରେ ଜାଣିଲି, ଏବେ ମାମଲା କୋର୍ଟରେ ଅଛି । ଏପଟେ ତହସିଲଦାର କହୁଛନ୍ତି ମାମଲା ସରିବା ପରେ ସତ ସାମ୍ନାକୁ ଆସିବ । ଶାସକଦଳର ହୋଇଥିବାରୁ ମନଇଚ୍ଛା ସରକାରୀ ଜମିକୁ ଜବର ଦଖଲ କରୁଛନ୍ତି ଅନେକ ନେତା । ତେଣୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

 

  • Reported by:
  • SARBESWAR SWAIN