• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାମିଲନାଡୁର ଶକ୍ତିମନ୍ତ୍ରୀ ଭି ସେନ୍‌ଥିଲ ବାଲାଜୀ ଏବଂ ଅନ୍ୟ କେତେକଙ୍କୁ ଗିରଫ କରିଛି । ହେଲେ ଗିରଫଦାରୀ ସମୟରେ ମନ୍ତ୍ରୀଙ୍କ ଡ୍ରାମା ଦେଖି ଇଡିର ଅଧିକାରୀ ବି ତାଜୁବ ହୋଇଯାଇଛନ୍ତି । ଛାତିରେ ଅସହ୍ୟ ଯନ୍ତ୍ରଣା ହେଉଥିବା କହି ମନ୍ତ୍ରୀ ଗାଡ଼ିରେ ଛୋଟ ପିଲାଙ୍କ ପରି କାର୍ ଭିତରେ କାନ୍ଦି କାନ୍ଦି ଗଡ଼ିଗଲେ । ଏପ୍ରକାର ଡ୍ରାମା ଦେଖି ଆଜି ସକାଳେ କଡା ସୁରକ୍ଷା ମଧ୍ୟରେ ଇଡି ତାଙ୍କୁ ଚେନ୍ନାଇର ଓମାଣ୍ଡୁର ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟପରୀକ୍ଷା ପାଇଁ ଭର୍ତ୍ତି କରାଯାଇଥିଲା ।

ବୁଧବାର ସକାଳେ ଶକ୍ତି ମନ୍ତ୍ରୀ ସେନଥିଲଙ୍କୁ ଡାକ୍ତରଖାନା ନିଆଯିବା ପୂର୍ବରୁ ସୁରକ୍ଷା କଡାକଡି କରାଯାଇଥିଲା । ଏହି ସମୟରେ ଡାକ୍ତରଖାନା ବାହାରେ ତାଙ୍କର ଅନେକ ସମର୍ଥକ ରୁଣ୍ଡ ହୋଇଯାଇଥିଲେ । ଆଉ କାରର ପଛ ସିଟରେ ବସିଥିବା ଶକ୍ତି ମନ୍ତ୍ରୀ ସମର୍ଥକ ଏକାଠି ହୋଇଥିବା ଦେଖି କାନ୍ଦିବାକୁ ଲାଗିଥିଲେ,ଯାହାର ଭିଡିଓ ଏବେ ଭାଇରାଲ୍ ହେଉଛି । ଡିଏମକେ ସାଂସଦ ତଥା ଆଡଭୋକେଟ ଏନଆର ଏଲାଙ୍ଗ କହିଛନ୍ତି, ସେନ୍‌ଥିଲଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ସେଠାରେ ରାପିଡ ଆକ୍ସନ ଫୋର୍ସ ମଧ୍ୟ ମତୟନ ହୋଇଛନ୍ତି । ଏହା ବ୍ୟତୀତ ସେ କହିଛନ୍ତି ଇଡି ଦ୍ୱାରା ସେନଥିଲ ଗିରଫ ହେବା ସମ୍ପର୍କରେ ଆନୁଷ୍ଠାନିକ ଭାବେ ଆମକୁ ସୂଚନା ଦିଆଯାଇ ନଥିଲା ।

ଅନ୍ୟପଟେ ତାମିଲନାଡୁର ସ୍ୱାସ୍ଥ୍ୟମନ୍ତ୍ରୀ ଏମ ସୁବ୍ରମଣ୍ୟନ ଏବଂ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଉଦୟନିଧି ଷ୍ଟାଲିନ, ଶକ୍ତି ମନ୍ତ୍ରୀ ସେନଥିଲ ବାଲାଜୀଙ୍କୁ ଭେଟିବା ପାଇଁ ଚେନ୍ନାଇର ସରକାରୀ ଡାକ୍ତରଖାନାରେ ପହଞ୍ଚିଛନ୍ତି । ଏଠାରେ ଗଣମାଧ୍ୟମକୁ ସୂଚନା ଦେଇ ଉଦୟନିଧି ଷ୍ଟାଲିନ କହିଛନ୍ତି, ସେନଥିଲ ବାଲାଜୀଙ୍କ ଚିକିତ୍ସା ଚାଲିଛି । ଏହି ପ୍ରସଙ୍ଗରେ ଆମେ ଆଇନଗତ ସହାୟତା ନେବୁ ।