ସିଏମ୍ ରିଲିଫ୍ ଫଣ୍ଡ୍ ଭଳି ସମାନ୍ତରାଳ ଭାବେ ଗଠନ ହେବାକୁ ଥିବା SHG ରିଲିଫ୍ ଫଣ୍ଡକୁ ନେଇ ବିବାଦ । ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ରୋଗରେ ପଡ଼ିଲେ, ଦୁର୍ଘଟଣାର ଶିକାର ହେଲେ ଓ ମୃତ୍ୟୁ ଘଟିଲେ ଏହି ସ୍ବତନ୍ତ୍ର ରିଲିଫ୍ ଫଣ୍ଡରୁ ସହଯୋଗ ମିଳିବ। ତେବେ ସିଏମ୍ ରିଲିଫ୍ ଫଣ୍ଡ ଥାଉ ଥାଉ ଏଭଳି ପାଣ୍ଠିର କଣ ଆବଶ୍ୟକତା ବୋଲି କଂଗ୍ରେସ୍ ପ୍ରଶ୍ନ କରିଥିବା ବେଳେ ଅର୍ଥ ଆତ୍ମସାତ ଓ ମହିଳା ଭୋଟ୍ ପାଇଁ ଏହା ଉଦ୍ଦିଷ୍ଟ ବୋଲି ଅଭିଯୋଗ କରିଛି ବିଜେପି । ସେପଟେ SHGଙ୍କୁ କାମ ନମିଳିବା ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।
Published By: Satyendu Shekher Mishra
Last updated: 12 June 2023, 10:48 PM IST
ସେମାନଙ୍କ ଦେଶର ବଜେଟଠୁ କିଟ୍ ବଜେଟ ଅଧିକ କହିବା ନିନ୍ଦନୀୟ। ଓଡିଶା ସରକାର ଦେଖାଇଦେବା ଦରକାର ଯେ, ଦେଶ ଉପରେ କଥା ଆସିଲେ କାହାକୁ ଛଡା ଯିବା ଉଚିତ ନୁହେଁ। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କିଟ୍ ବିରୋଧରେ ନେବା ଦରକାର। ନଚେତ ବିଦେଶୀ ଛାତ୍ରଛାତ୍ରୀ ଓଡ଼ିଶା ଆସି ପଢିବା ପାଇଁ ଭୟ କରିବେ ବୋଲି ପୂର୍ବତନ ମୁଖ୍ୟ ଶାସନସଚିବ ଚେତାଇ ଦେଇଛନ୍ତି।