• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

5T ସଚିବଙ୍କୁ ଆହ୍ୱାନ୍ ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । କହିଲେ ରାଜନୀତି କରିବାର ଯଦି ଏତେ ଇଚ୍ଛା ତେବେ ଚାକିରି ଛାଡ଼ି ମଇଦାନକୁ ଆସ । ପ୍ରେସମିଟରେ ଏଭଳି ଖୋଲା ଚାଲେଂଜ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଯଦି ରାଜନୀତି କରିବାକୁ ଏତେ ଇଛା ଚାକିରି ଛାଡ଼ କହିଲେ ଅପରାଜିତା । ସରକାରୀ ଚାକିରି କରିବ ପୁଣି ସରକାରଙ୍କଠାରୁ ଦରମା ନେଇ ରାଜନୀତି କରିବ ବୋଲି କହି ସମାଲୋଚନା କଲେ । 

ଆଜି ରାଜ୍ୟ ସରକାରଙ୍କ ଶାସନ ବ୍ୟବସ୍ଥା ଉପରେ ଖୁବ୍ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । ଜଣେ ସଚିବସ୍ତରର ନିମ୍ନପଦସ୍ଥ ଅଧିକାରୀ  ଚଂଚକତା କରି ରାଜ୍ୟର ଶାସନ ବ୍ୟବସ୍ଥାକୁ ହାଇଜାକ୍ କରି ନେଇଛନ୍ତି ବୋଲି କହିଛନ୍ତି ଅପରାଜିତା । ଲୋକେମାନେ ଯେଉଁ ବିଧାୟକ, ସାଂସଦ ଓ ମନ୍ତ୍ରୀମାନଙ୍କୁ ଭୋଟ୍ ଦେଇ ନିର୍ବାଚିତ କରିଛନ୍ତି ସେମାନେ ଏବେ ଦିଶୁନାହାନ୍ତି । ଓଡ଼ିଶାରେ ଏଭଳି ବିଚିତ୍ର ଶାସନ ବ୍ୟବସ୍ଥାକୁ ନେଇ ଅନ୍ୟ ରାଜ୍ୟରେ ବି ଲୋକେ  ଆମ ଉପରେ ହସୁଛନ୍ତି ।

ବିଜେଡିର ନେତା,ମନ୍ତ୍ରୀ,ବିଧାୟକ,ସାଂସଦ ସବୁ ଏବେ କାହା ଦାସତ୍ୱ ସ୍ୱୀକାର କରିଛନ୍ତି ଓ ସେମାନଙ୍କୁ ଏହି ଦାସତ୍ୱ ସ୍ୱୀକାର କରିବା ପାଇଁ କାହିଁକି ବାଧ୍ୟ କରାଯାଇଛି ବୋଲି ବିଜେପି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି ।

ରାଜ୍ୟରେ ଏ କିଭଳି ଶାସନ ଚାଲିଛି ବୋଲି ବଡ଼ ପ୍ରଶ୍ନ କରିଛନ୍ତି । ଏଥର ଆଉ ବଙ୍କା ଟଙ୍କା ନୁହେଁ ସିଧା ସଳଖ ଭାବେ ନାଁ ନନେଇ 5T ସଚିବ ଭି.କେ ପାଣ୍ଡିଆନ୍‌ଙ୍କୁ କରିଛନ୍ତି ଟାର୍ଗେଟ । ଏମିତିକି ସେ ଯାହା କରୁଛନ୍ତି ତାହା ଭୁଲ ବୋଲି ଅପରାଜିତା କହିଛନ୍ତି । ପ୍ରଶାସନିକ ବିଧିବ୍ୟବସ୍ଥାର ଉଲଂଘନ କରାଯାଉଛି ବୋଲି ଅପରାଜିତା କହିଛନ୍ତି ।

ଏହି ସଚିବସ୍ତରୀୟ ଅଧିକାରୀଙ୍କୁ ହେଲିକପ୍ଟରରେ ଜିଲ୍ଲା ବୁଲିବାକୁ କିଏ ଅନୁମତି ଦେଇଛି, ଟଙ୍କା କେଉଁଠୁ ଆସୁଛି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ଦାସତ୍ୱ ଏତେମାତ୍ରାରେ ରହିଛି ଯେ ଏହି ନିମ୍ନ ପଦସ୍ଥ ଅଧିକାରୀ ଜିଲ୍ଲା ଗସ୍ତରେ ଯିବାର ୨/୩ଦିନ ପୂର୍ବରୁୁ ମନ୍ତ୍ରୀ ଓ ବିଧାୟକମାନେ ସେଠାକୁ ଯାଇ ବ୍ୟବସ୍ଥା କରୁଛନ୍ତି । ସମ୍ପୃକ୍ତ ଅଧିକାରୀ ପବ୍ଲିକ ମିଟିଂରେ ଯୋଗ ଦେବାବେଳେ କୌଣସି ଲୋକ ପ୍ରତିନିଧିଙ୍କୁ ମଂଚରେ ଦେଖିବାକୁ ମିଳୁନି ।

‘ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ବୁଲୁଛନ୍ତି ବୋଲି ଲୋକଙ୍କୁ କହୁଛନ୍ତି । ସତରେ କଣ ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି, ତାହା ସ୍ପଷ୍ଟ କରାଯାଉ । ଯଦି ମୁଖ୍ୟମନ୍ତ୍ରୀ ସତରେ ନିର୍ଦ୍ଦେଶ ଦେଇଛନ୍ତି, ତେବେ ଓଡ଼ିଶା ଶାସନ ବ୍ୟବସ୍ଥାକୁ ନେଇ ଏକ ବଡ଼ ପ୍ରଶ୍ନ ଉଠୁଛି । ମୁଖ୍ୟ ସଚିବ ଓ ଡିସି ଥାଉ ଥାଉ ଜଣେ ନିମ୍ନସ୍ତରର ସଚିବଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଏତେ ଆସ୍ଥା କାହିଁକି ?