Advertisment

ଅପରାଜିତାଙ୍କ ଡାଇରେକ୍ଟ ଆଟାକ୍ ! ‘ସଚିବଙ୍କ ପାଇଁ ମନ୍ତ୍ରୀ ବିଧାୟକ ଦାସତ୍ୱ ସ୍ୱୀକାର କଲେଣି’

ସଚିବ ଯାହା କରୁଛନ୍ତି ତାହା ଭୁଲ୍ ବୋଲି ଅପରାଜିତା କହିଛନ୍ତି । ଏଥିସହ ପ୍ରଶାସନିକ ବିଧିବ୍ୟବସ୍ଥାର ଉଲଂଘନ କରାଯାଉଛି ବୋଲି ମଧ୍ୟ ସେ କହିଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Aparajita Sarangi

Aparajita Sarangi

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । ରାଜ୍ୟରେ ଏ କିଭଳି ଶାସନ ଚାଲିଛି ବୋଲି କଲେ ବଡ଼ ପ୍ରଶ୍ନ । ଏଥର ଆଉ ବଙ୍କା ଟଙ୍କା ନୁହେଁ ସିଧା ସଳଖ ଭାବେ ନାଁ ନନେଇ 5T ସଚିବ ଭ.କେ ପାଣ୍ଡିଆନ୍‌ଙ୍କୁ କରିଛନ୍ତି ଟାର୍ଗେଟ । ଏମିତିକି ସେ ଯାହା କରୁଛନ୍ତି ତାହା ଭୁଲ୍ ବୋଲି ଅପରାଜିତା କହିଛନ୍ତି । ପ୍ରଶାସନିକ ବିଧିବ୍ୟବସ୍ଥାର ଉଲଂଘନ କରାଯାଉଛି ବୋଲି ଅପରାଜିତା କହିଛନ୍ତି ।

Advertisment

ସେ ଆହୁରି କହିଛନ୍ତି, ‘ଓଡ଼ିଶାରେ ଶାସନ ବ୍ୟବସ୍ଥା ହାଇଜାକ୍ ହୋଇଯାଇଛି । ଜଣେ ସଚିବସ୍ତରୀୟ ଅଧିକାରୀ ସମ୍ପୂର୍ଣ୍ଣ ଶାସନ ବ୍ୟବସ୍ଥାକୁ ହାଇଜାକ୍ କରିନେଇଛନ୍ତି । ଲୋକେ ଯାହାକୁ ଆସ୍ଥା କରିଥିଲେ, ସେହି ଲୋକପ୍ରତିନିଧିମାନେ ଦିଶୁନାହାନ୍ତି । ଓଡ଼ିଶାରେ ବିଚିତ୍ର ଶାସନ ବ୍ୟବସ୍ଥା ଚାଲିଛି ବୋଲି ଅନ୍ୟ ରାଜ୍ୟରେ ବି ଲୋକେ କଥା ହେଲେଣି । ବାହାର ରାଜ୍ୟର ଲୋକ ଆମ ଉପରେ, ଆଉ ଆମ ଲୋକଙ୍କ ଉପରେ ହସୁଛନ୍ତି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ।’

ଖାଲି ସେତିକି ନୁହେଁ, ‘ଉକ୍ତ ସଚିବ ତଥା ଅଧିକାରୀଙ୍କ ଗସ୍ତ ପୂର୍ବରୁ ୨/୩ ଜଣ ମନ୍ତ୍ରୀ ସେଠାକୁ ଯାଇ ବ୍ୟବସ୍ଥା କରୁଛନ୍ତି । ଯେଭଳି ସଚିବଙ୍କୁ ଏକ ଭବ୍ୟ ସ୍ୱାଗତ କରାଯିବ । ପାଦ ଧୋଇ ସଚିବଙ୍କୁ ସ୍ୱାଗତ କରାଯାଉଛି । ଏମିତିକି କୌଣସି ସଚିବ ପବ୍ଲିକ୍ ମିଟିଂ କରିପାରିବେ ନାହିଁ ବୋଲି ନିୟମ ରହିଥିବା ବେଳେ ଏହି ସଚିବଙ୍କ କାର୍ଯ୍ୟକ୍ରମରେ ଲୋକ ଏକାଠି କଚୁଛନ୍ତି ନେତା ଓ ମନ୍ତ୍ରୀ । କିନ୍ତୁ ବିଡ଼ମ୍ବନାର କଥା ମିଟିଂ ବେଳକୁ କେବଳ ସେହି ଅଧିକାରୀ ରହୁଛନ୍ତି, ଆଉ କେହି ଦିଶୁନାହାନ୍ତି ।’

Advertisment

ଅପରାଜିତା ଆହୁରି କହିଛନ୍ତି, ‘ସଚିବ କହୁଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବୁଲୁଛନ୍ତି ।ସତରେ କଣ ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି, ତାହା ସ୍ପଷ୍ଟ କରାଯାଉ । ଯଦି ମୁଖ୍ୟମନ୍ତ୍ରୀ ସତରେ ନିର୍ଦ୍ଦେଶ ଦେଇଛନ୍ତି, ତେବେ ଓଡ଼ିଶା ଶାସନ ବ୍ୟବସ୍ଥାକୁ ନେଇ ଏକ ବଡ଼ ପ୍ରଶ୍ନ ଉଠୁଛି । ମୁଖ୍ୟ ସଚିବ ଓ ଡିସି ଥାଉ ଥାଉ ଜଣେ ନିମ୍ନସ୍ତରର ସଚିବଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଏତେ ଆସ୍ଥା କାହିଁକି ?

ତେବେ କଥା ଏତିକିରେ ସରି ନାହିଁ । ପ୍ରେସମିଟରେ ଉକ୍ତ ସଚିବଙ୍କ ଖୋଲା ଚାଲେଂଜ ମଧ୍ୟ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ‘ଯଦି ରାଜନୀତି କରିବାକୁ ଏତେ ଇଛା ଚାକିରି ଛାଡ଼ ମଇଦାନକୁ ଆସ’ ବୋଲି କହିଛନ୍ତି ଅପରାଜିତା । ସରକାରୀ ଚାକିରି କରିବ, ସରକାରଙ୍କଠାରୁ ଦରମା ନେଇ ରାଜନୀତି କରିବ । ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।’

ଅନ୍ୟପଟେ ମନ୍ତ୍ରୀ, ବିଧାୟକଙ୍କୁ ଦାସତ୍ୱ ସ୍ୱୀକାର କରିବାକୁ ପଡୁଛି ବୋଲି କହିଛନ୍ତି ଅପରାଜିତା । ବିଧାୟକ, ମନ୍ତ୍ରୀମାନଙ୍କ ପ୍ରତି ମୋର ଗଭୀର ସହାନୁଭୂତି ରହିଛି । ଏହା ସେମାନଙ୍କ ଆତ୍ମସମ୍ମାନର ପ୍ରଶ୍ନ, ଆମ ସମସ୍ତଙ୍କ ସମ୍ମାନର ପ୍ରଶ୍ନ ।

ଜଣେ ନିମ୍ନସ୍ତରର ସଚିବଙ୍କ ଗସ୍ତରେ ଯେଭଳି ସରକାରୀ ଅର୍ଥ ଖର୍ଚ୍ଚ ହେଉଛି ତାହା ମୁଖ୍ୟ ଶାସନ ସଚିବଙ୍କ ଗସ୍ତରେ ମଧ୍ୟ ଖର୍ଚ୍ଚ ହେଉ ନାହିଁ । ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିବା ପାଇଁ ଉକ୍ତ ସଚିବ ଯାଉଛନ୍ତି, ହେଲେ ପାଖରେ ସ୍ଥାନୀୟ ନେତା କିମ୍ବା ମନ୍ତ୍ରୀ ଦେଖାଯାଉ ନାହାନ୍ତି । ତେବେ ଏଭଳି ଶାସନ ବ୍ୟବସ୍ଥା ସମାଜ ପାଇଁ ବିପଦ ‍ବୋଲି ଅପରାଜିତା କହିଛନ୍ତି ।

ତେବେ ଶେଷରେ ଅପରାଜିତା ବିଜେଡି ଓ ସରକାରଙ୍କୁ ୨୪ ଘଣ୍ଟା ସମୟ ଦେଇଛନ୍ତି । ସେ କହିଛନ୍ତି ବିଜେଡି ତାଙ୍କ ଯୁକ୍ତିର କାଉଣ୍ଟର କରୁ । 

Aparajita Sarangi Odisha Politics
Advertisment
Advertisment