Advertisment

CM ରିଲିଫ୍ ଫଣ୍ଡ୍ ଥାଉ ଥାଉ କାହିଁକି ଲୋଡ଼ା ପଡ଼ିଲା SHG ରିଲିଫ୍ ଫଣ୍ଡ୍ ?

ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟ ସରକାରଙ୍କ ମାତ୍ରାଧିକ ଅନୁକଂପା ! CMRF ଥାଉ ଥାଉ ଗଠନ ହେବ SHG ରିଲିଫ୍ ଫଣ୍ଡ ସମାନ୍ତରାଳ ସହାୟତା ପାଣ୍ଠି ଗଠନ ନେଇ ଘନଉଛି ବିବାଦ । ଫୋକସରେ ମହିଳା ଭୋଟ୍ ।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

SHG Groups

ସିଏମ୍ ରିଲିଫ୍ ଫଣ୍ଡ୍ ଭଳି ସମାନ୍ତରାଳ ଭାବେ ଗଠନ ହେବାକୁ ଥିବା SHG ରିଲିଫ୍ ଫଣ୍ଡକୁ ନେଇ ବିବାଦ । ସ୍ୱୟଂ ସହାୟକ ଗୋଷ୍ଠୀର  ସଦସ୍ୟାମାନେ ରୋଗରେ ପଡ଼ିଲେ, ଦୁର୍ଘଟଣାର ଶିକାର ହେଲେ ଓ ମୃତ୍ୟୁ ଘଟିଲେ ଏହି ସ୍ବତନ୍ତ୍ର ରିଲିଫ୍ ଫଣ୍ଡରୁ ସହଯୋଗ ମିଳିବ। ତେବେ ସିଏମ୍ ରିଲିଫ୍ ଫଣ୍ଡ ଥାଉ ଥାଉ ଏଭଳି ପାଣ୍ଠିର କଣ ଆବଶ୍ୟକତା ବୋଲି କଂଗ୍ରେସ୍ ପ୍ରଶ୍ନ କରିଥିବା ବେଳେ ଅର୍ଥ ଆତ୍ମସାତ ଓ ମହିଳା ଭୋଟ୍ ପାଇଁ ଏହା ଉଦ୍ଦିଷ୍ଟ ବୋଲି ଅଭିଯୋଗ କରିଛି ବିଜେପି । ସେପଟେ SHGଙ୍କୁ କାମ ନମିଳିବା ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

Advertisment

ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟ ସରକାରଙ୍କ ମାତ୍ରାଧିକ ଅନୁକଂପା ! CMRF ଥାଉ ଥାଉ ଗଠନ ହେବ SHG ରିଲିଫ୍ ଫଣ୍ଡ ସମାନ୍ତରାଳ ସହାୟତା ପାଣ୍ଠି ଗଠନ ନେଇ ଘନଉଛି ବିବାଦ । ଫୋକସରେ ମହିଳା ଭୋଟ୍ । ସାଧାରଣ ନିର୍ବାଚନ ପୂର୍ବରୁ ମହିଳା ଭୋଟ୍ ହାତରେ ରଖିବାକୁ ବିଜେଡି ସରକାରର ବଡ଼ ଯୋଜନା । ଚିଫ୍ ମିନିଷ୍ଟର୍ସ ରିଲିଫ୍ ଫଣ୍ଡ ଭଳି ସମାନ୍ତରାଳ ଭାବେ ଗଠନ ହେବାକୁ ଯାଉଛି SHG ରିଲିଫ୍ ଫଣ୍ଡ। ଯେଉଁଥିରେ ଉପକୃତ ହେବେ କେବେଳ SHG ସଦସ୍ୟା। ରାଜ୍ୟର ୭୦ ଲକ୍ଷରୁ ଅଧିକ ସ୍ବୟଂ ସହାୟିକା ଏହାର ଲାଭ ଉଠାଇ ପାରିବେ। 

ତେବେ SHGମାନଙ୍କୁ ନେଇ ବିଜେଡିର ସମାନ୍ତରାଳ ସଙ୍ଗଠନ ତିଆରି ହେଉଥିବା ଚର୍ଚ୍ଚା ହେଉଛି । ଯାହାକୁ ନେଇ ତେଜିଛି ରାଜନୀତି । ସିଏମ୍ ରିଲିଫ୍ ଫଣ୍ଡ ଥାଉ ଥାଉ SHG ରିଲିଫ୍ ଫଣ୍ଡ ଗଠନ କରିବା ଉଚିତ ନୁହେଁ ବୋଲି କହିଛନ୍ତି କଂଗ୍ରେସ କ୍ୟାମ୍ପେନ୍ କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ। ସେପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଅର୍ଥ ଆତ୍ମସାତ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି। କେବଳ ଭୋଟ୍ ହାତେଇବା ପାଇଁ ଏ ବ୍ୟବସ୍ଥା ବୋଲି ଉଭୟ ଦଳ ଅଭିଯୋଗ କରିଛନ୍ତି। ଯାହାର ଜବାବ ରଖିଛି ବିଜେଡି ।

Advertisment

ସେପଟେ ୨୨ ବର୍ଷ ହେଲା ମିଶନ ଶକ୍ତି ଗଠନ ହୋଇଥିଲେ ବି ଏଯାଏ ମହିଳାଙ୍କ ହାତରେ କାମ ନାହିଁ। ମହିଳାମାନଙ୍କୁ କିଛି କାମ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହା ମିଶନ ଶକ୍ତିର ଅସଫଳତା ବୋଲି ରାଜନଗର ଗସ୍ତବେଳେ ଅଭିଯୋଗ କରିଥିଲେ ଅପରାଜିତା । ସେପଟେ ଅପରାଜିତାଙ୍କ ଗସ୍ତର ଦୁଇ ଦିନ ପରେ ରାଜନଗରରେ ପହଞ୍ଚିଥିଲେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଆଉ ଅପରାଜିତାଙ୍କ ଅଭିଯୋଗକୁ କାଉଣ୍ଟର କରିଥିଲେ।

ଏବେ ୨୦ଟି ବିଭାଗରେ ବିଭିନ୍ନ ପ୍ରକାର ବ୍ୟବସାୟ କରୁଛନ୍ତି SHG । ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର କାମ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏତେ ସବୁ ସତ୍ତ୍ୱେ ମହିଳାମାନଙ୍କର ଯେଭଳି ସଶକ୍ତୀକରଣ ହେବା କଥା, କାହିଁକି ହୋଇପାରୁନି ବୋଲି ପ୍ରଶ୍ନ ଉଠିଛି ।

BJD SHG Groups Shg Members
Advertisment
Advertisment