• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Akshaya Tritiya Politic
ନେତା ପାଳୁଛନ୍ତି ଅକ୍ଷୟ ତୃତୀୟା ! ଏପଟେ ବିହନ ନପାଇ ଚାଷୀ ହନ୍ତସନ୍ତ

ନେତାଙ୍କ ଚାଷୀ ଅବତାର...୫ବର୍ଷ ପରେ ଓୟୁଏଟି କ୍ୟାମ୍ପସରେ ଅକ୍ଷିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ। ସୁକିନ୍ଦାରେ ମନମୋହନ ଓ କୋଲାବିରାରେ ପିସିସି ସଭାପତିଙ୍କ ଚାଷ ଅନୁକୂଳ। ଏଣେ ବିହନ ନପାଇ ଚାଷୀ ହନ୍ତସନ୍ତ, କୃଷିମନ୍ତ୍ରୀ କହିଲେ ବହୁତ ମହଜୁଦ୍ ଅଛି। 

new BJD office
ବିଜେଡିର ଆଲିସାନ୍ ପାର୍ଟି ଅଫିସ୍ ଶଙ୍ଖ ଭବନ ଲୋକାର୍ପିତ

ଭବିଷ୍ୟତକୁ ଆଖିରେ ରଖି ହେଲା କି କାର୍ଯ୍ୟାଳୟ, ଦେବୀ କହିଲେ- ଅନନ୍ତ କାଳ ଯାଏଁ ରହିବ ଦଳ।କର୍ପୋରେଟ ଟଙ୍କାରେ ନୂଆ ଅଫିସ୍ କହି ବିରୋଧୀଙ୍କ କଡ଼ା ସମାଲୋଚନା।

  • Sunday, 23 April 2023
  • BJD
Akshaya Tritiya Politic
ନେତା ପାଳିଲେ ଅକ୍ଷୟ ତୃତୀୟା; ହେଲେ ବିହନ ପାଇଁ ହନ୍ତସନ୍ତ ଚାଷୀ

ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟାରେ ବିଲକୁ ଯାଇ ଚାଷୀଙ୍କ ପାଇଁ ଦରଦ ଦେଖାଉଛନ୍ତି ନେତା । କାଳିଆ ଟଙ୍କା ବାଣ୍ଟି ବାହାବାହା ନେଉଛନ୍ତି ସରକାର । ହେଲେ ଚାଷୀଙ୍କ ସ୍ଥିତି କିନ୍ତୁ ଯାହାକୁ ସେଇଆ ।

new BJD office
ଗରିବ ରାଜ୍ୟରେ ଧନୀ ପାର୍ଟି ଅଫିସ୍ କାହଁକି ?

ଗରିବ ରାଜ୍ୟରେ ହୋଇଛି ଧନୀ ଦଳର ଧନୀ ପାର୍ଟି ଅଫିସ୍ । ବିଜେଡି ଦ୍ୱିତୀୟ ଆଂଚଳିକ ଧନୀ ଦଳ ହୋଇଥିବାବେଳେ ନବୀନ ହେଉଛନ୍ତି ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ । ଆଉ ସେଭଳି ଢାଂଚାରେ ତିଆରି ହୋଇଛି ଦଳର ମୁଖ୍ୟାଳୟ । ପୂରା କର୍ପୋରେଟ୍ ଅଫିସ୍ ଭଳି ହୋଇଛି ନୂଆ କାର୍ଯ୍ୟାଳୟ ।

Sura Routroy
‘୧୧୦ କୋଟି ଟଙ୍କାର ଘର, କୌଣସି ଷ୍ଟାର ହୋଟେଲ ମଧ୍ୟ ଏମିତି ନଥିବ’

ଏଥିସହିତ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ସେ କହିଛନ୍ତି ଯେ, ‘ବର୍ତ୍ତମାନ ଯେଉଁଭଳି ରାଜ୍ୟରେ ସରକାର ଚାଲିଛି, କର୍ପୋରେଟରମାନେ ମନକୁ ପାଇସାଦେଇ ଚାଲିଯାଉଛନ୍ତି ।

BJD’s Susanta Singh link with Guddu Muslim’s associate Raja Khan
କାହା ଛତ୍ରଛାୟାରେ ବଳିୟାନ ସାଜିଛି ସୋହେଲାର ରାଜା ଖାନ୍

ଗୁଡ୍ଡୁ ମୁସଲିମ୍ ଲିଙ୍କରେ ରାଜାକୁ ୟୁପି STFର ଜେରା ପରେ ବିଜେପିର ଅଭିଯୋଗ, MLA ସୁଶାନ୍ତ ସିଂଙ୍କ ଘନିଷ୍ଠ ସହଯୋଗୀ ହେଉଛି ରାଜା, କଂଗ୍ରେସ ବି କଲା ଟାର୍ଗେଟ୍ , ବିଜେଡି ରଖିଲା ଜବାବ।

  • Saturday, 22 April 2023
BJP Yuva Morcha President Irasis Acharya
ଜେଲ୍‌ରୁ ମୁକୁଳିଲେ ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ସଭାପତି ଇରାଶିଷ ଆଚାର୍ଯ୍ୟ

ଆଗକୁ ଯୁବମୋର୍ଚ୍ଚାର ଆନ୍ଦୋଳନ ଆହୁରି ତେଜିବ- ଇରାଶିଷ ଆଚାର୍ଯ୍ୟ ।

Bijay Pattnaik
ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ହେଲେ ବିଜୟ

ଦୁଇ ମାସ ତଳେ କଂଗ୍ରେସରେ ଯୋଗ ଦେଇଥିବା ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ଦଳ ଦେଇଛି ବଡ଼ ଦାୟିତ୍ୱ।

 Guddu Muslim’s associate Raja Khan
କାହା ଛତ୍ରଛାୟାରେ ବଳିୟାନ ସୋହେଲାର ରାଜା ଖାନ୍ ?

ବିଜେପି କହିଛି, ବିଧାୟକ ସୁଶାନ୍ତ ସିଂଙ୍କ ଘନିଷ୍ଠ ସହଯୋଗୀ ରାଜା ଖାନ। ଭଟଲିରେ ସୁଶାନ୍ତଙ୍କ ଅପରାଧିକ ସାମ୍ରାଜ୍ୟର ମୁଖ୍ୟ କାର୍ପଟଦାର ରାଜା ଖାନ। ଯାହାକୁ ଗୁଡ୍ଡୁ ମୁସଲିମ୍ ଲିଙ୍କରେ ୟୁପିରୁ ବରଗଡ଼ ଆସି STF ଟିମ୍ ପଚରାଉଚରା କରିଛି।

Rahul Gandhi
ସରକାରୀ ବଙ୍ଗଳା ଛାଡ଼ିଲେ ରାହୁଲ ଗାନ୍ଧି

‘ମୋଦି ସରନେମ’ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଲୋକସଭା ସଦସ୍ୟ ପଦ ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାର ଦିଲ୍ଲୀର ୧୨ ତୋଗଲକ ରୋଡ୍‌ ସ୍ଥିତ ତାଙ୍କ ସରକାରୀ ବାସଭବନ ଖାଲି କରି ଦେଇଛନ୍ତି।

BJD
ନିର୍ବାଚନ ପୂର୍ବରୁ ଫାଳଫାଳ ହେଲାଣି ବିଜେଡି?

ସାଲେପୁର ପରେ ଜଳେଶ୍ୱର । ବିଜେଡିରେ ବଢୁଛି ଗୋଷ୍ଠୀ କନ୍ଦଳ । ବିଜୁ ବାବୁଙ୍କ ଲାଗି ମନ୍ତ୍ରୀ ଗୋଟିଏ ପଟେ ସଭା କରୁଛନ୍ତି ତ ଆଉ ଦଳୀଏ ନେତା ଅନ୍ୟଠାରେ କରୁଛନ୍ତି ସଭା । ସେପଟେ କର୍ମୀ ନାରା ଦେଉଛନ୍ତି ଅଶ୍ୱିନୀ ହଟାଅ, ବିଜେଡି ବଂଚାଅ

Silence for the niper, gave way to Vedanta
ନାଇପର ପାଇଁ ନଥିଲା ଜାଗା, ହେଲେ ବେଦାନ୍ତ ବେଳକୁ…

କେନ୍ଦ୍ରରେ କଂଗ୍ରେସ ଶାସନାଧୀନ ମନମୋହନ ସିଂହଙ୍କ ସରକାର ଥିବାବେଳେ ୬ଟି କେନ୍ଦ୍ରୀୟ ପ୍ରତିଷ୍ଠାନ ଓଡ଼ିଶାରେ ପ୍ରତିଷ୍ଠା ପାଇଁ ଜୋରଦାର ଦାବି, ଆନ୍ଦୋଳନ ଓ ପ୍ରତିବାଦ ଦେଖାଦେଇଥିଲା। ସବୁ ସ୍ତରରେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବକୁ ବିରୋଧ କରାଯାଇଥିଲା। ହେଲେ ବେଦାନ୍ତ ବେଳକୁ…

Untold Story Of Trilochan Kanungo
ସାଲିସ୍ ବିହୀନ ରାଜନୀତି କରୁଥିଲେ ତ୍ରିଲୋଚନ କାନୁନ୍‌ଗୋ

କଂଗ୍ରେସ ଦଳ ସହ ଜଡିତ ଥାଇ ବି ୧୯୬୪ ମସିହାରେ ସେ କଂଗ୍ରେସ ସରକାର ବିରୋଧରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ୧୯୬୫ ମସିହାରେ ସେ ରେଭେନସା କଲେଜ ଛାତ୍ର ସଂସଦର ସଭାପତି ହୋଇଥିଲେ ।

Former Jagatsinghpur MP Trilochan Kanungo Passes Away
ପରଲୋକରେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନ୍‌ଗୋ

ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନ୍‌ଗୋଙ୍କ ପରଲୋକ ହୋଇଛି। ମାର୍ଚ୍ଚ ୩୦ରୁ ସେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ।

  • Friday, 21 April 2023
Religion Politics
ଓଡ଼ିଶାରେ ଆରମ୍ଭ ହେଲା କି ଧର୍ମକୁ ନେଇ ରାଜନୀତି ଟ୍ରେଣ୍ଡ୍ ?

ଓଡ଼ିଶାରେ ବି ଆରମ୍ଭ ହେଲା କି ଧର୍ମକୁ ନେଇ ରାଜନୀତି ଟ୍ରେଣ୍ଡ୍। ସମ୍ବଲପୁର ହିଂସାକୁ ନେଇ VHPର ବନ୍ଦକୁ ବିଜେପିର ସମର୍ଥନ ଓ ତାର ପ୍ରତିବାଦରେ ବିଜେଡି ଶାନ୍ତି ଶୋଭାଯାତ୍ରା ବାହାର କରିବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ତେଣେ ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି।

Religion Politics
ଓଡ଼ିଶାରେ ଆରମ୍ଭ ହେଲା କି ଧର୍ମକୁ ନେଇ ରାଜନୀତି ଟ୍ରେଣ୍ଡ୍

ଓଡ଼ିଶାରେ ଆରମ୍ଭ ହେଲା କି ଧର୍ମକୁ ନେଇ ରାଜନୀତି ଟ୍ରେଣ୍ଡ୍ । ସମ୍ବଲପୁର ହିଂସାକୁ ନେଇ ଭିଏଚପିର ବନ୍ଦକୁ ବିଜେପିର ସମର୍ଥନ ଓ ପ୍ରତିବାଦରେ ବିଜେଡିର ଶାନ୍ତି ଶୋଭାଯାତ୍ରାକୁ ପରେ ଚର୍ଚ୍ଚା ଜୋର୍ । ଦୁଇ ଦଳ ଫୋକସରେ ହିନ୍ଦୁ ଭୋଟ୍, ହିଂସାକୁ ନେଇ ପୁଣି ମୁହାଁମୁହିଁ

BJD
ସାଲେପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଦୁଇଫାଳ !

ପ୍ରବାଦ ପୁରୁଷ ବିଜୁବାବୁଙ୍କ ପବିତ୍ର ଶ୍ରାଦ୍ଧ ଦିବସରେ ସାଲେପୁର ସହରର ମଧ୍ୟ ଭାଗରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ନିଜ ସମର୍ଥକମାନଙ୍କୁ ନେଇ ଏକ ଶୋଭାଯାତ୍ରାରେ ଆସି ପୁଷ୍ପମାଲ୍ୟ ଦେଇଥିଲେ ହିମାଂଶୁ କୁମାର ମହାନ୍ତି । ତାପରେ ସାଲେପୁର ବିଶ୍ୱେଶ୍ୱର ଠାରେ ଶ୍ରଦ୍ଧାଞ୍ଜଳି ସଭା ବି ହୋଇଥିଲା 

Rahul Gandhi
ରାହୁଲଙ୍କୁ ପୁଣି ଝଟକା; ଆବେଦନକୁ ଖାରଜ କଲେ ସୁରତ କୋର୍ଟ

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁଣି ଲାଗିଲା ଝଟକା। ସୁରତ ସେସନ୍ସ କୋର୍ଟରୁ ଆଜି ନିରାଶ ହୋଇଛନ୍ତି ରାହୁଲ ଗାନ୍ଧି ।

Sambalpur Hanuman Jayanti violence
୧୪ ଜିଲ୍ଲାରେ ଚକ-ଅଖ ସବୁ ଠପ୍ ! ତୁଷ୍ଟୀକରଣ ନୀତି ଛାଡ଼ନ୍ତୁ ରାଜ୍ୟ ସରକାର କହିଲା ବିଜେପି

ବରଗଡ଼ ରାସ୍ତା ଉପରେ ଚୌକି ପକେଇ ବସିଲେ । ଝାରସୁଗୁଡ଼ାରେ ମୋଟେ ଗାଡ଼ି ଛାଡ଼ିଲେନି । ଦେବଗଡ଼ରେ ଜଜ୍‌ଙ୍କୁ ଅଟକାଇଲେ । କୋରାପୁଟରେ ମଝି ରୋଡ୍‌ରେ ବାଇକ୍ ରଖି ପିକେଟିଂ । ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ହିଂସାକାଣ୍ଡ ପ୍ରତିବାଦରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ପାଳନର ଆଜି ଏମିତି ଥିଲା ଚିତ୍ର

  • Wednesday, 19 April 2023
Lord Jagannath, Puri Srimandir Administration File Missing By law Department.
ଆଗରୁ ହଜିଥିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି, ଏବେ ଶ୍ରୀମନ୍ଦିର ପ୍ରଶାସନର ଫାଇଲ ଗାଏବ

ମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଫାଇଲ ହଜିବା ନେଇ ହଇଚଇ । ଆଇନ ବିଭାଗରୁ ଦୁଇ ଦୁଇଟି ଫାଇଲ୍ ଗାଏବ ପରେ ଅକଳରେ ସରକାର । ପୁଣି ପଦାରେ ପଡ଼ିଲା ସରକାରଙ୍କ ଦାୟିତ୍ୱହୀନତା ଓ ଖାମଖିଆଲ ନୀତି । ପ୍ରଥମେ ରତ୍ନଭଣ୍ଡାର ଚାବି ହଜିଥିଲା, ଆଉ ଏବେ ଆଇନ ବିଭାଗରୁ ହଜିଯାଇଛି ଶ୍ରୀମନ୍ଦିର ଫାଇଲ୍ । ଜଗନ୍ନାଥ ମନ୍ଦିର ପ୍ରଶାସନ-JTA ସେକ୍ସନର ଦୁଇଟି ଫାଇଲ ପାଉନି ଆଇନ ବିଭାଗ

  • Wednesday, 19 April 2023
Shiv Sena will leave the Maharashtra government
ଶିବସେନାର ଚେତାବନୀ: ଅଜିତ ପାୱାରଙ୍କ ଗୋଷ୍ଠୀ ବିଜେପିରେ ମିଶିଲେ ଆମେ ସରକାରରୁ ଓହରିଯିବୁ

ପୂର୍ବରୁ ଶିବସେନାରେ ଯେଭଳି ସ୍ଥିତି ଦେଖାଦେଇଥିଲା, ଏବେ ଏନସିପିରେ ଅସ୍ଥିରତା ଦେଖାଯାଇଛି

Lord Jagannath, Puri Srimandir Administration File Missing By law Department.
ଆଗରୁ ହଜିଥିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି, ଏବେ ଶ୍ରୀମନ୍ଦିର ପ୍ରଶାସନର ଫାଇଲ ଗାଏବ

ଆଇନ ବିଭାଗ ହେପାଜତରୁ ହଜିଲା ୨ଟି ଫାଇଲ । ଉଦବେଗ ପ୍ରକାଶ କଲା ଶ୍ରୀମନ୍ଦିର ଛତିଶା ନିଯୋଗ । ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ନିଶାନା । ଫାଇଲ୍ ହଜିନାହିଁ, କେଉଁଠି ରହିଯାଇଛି କହିଲେ ଆଇନ ମନ୍ତ୍ରୀ ।

Mahanadi Water Dispute
ମହାନଦୀ ଜଳ ବିବାଦ: ଗ୍ରାଉଣ୍ଡ ଜିରୋରେ ଟ୍ରିବ୍ୟୁନାଲ ଟିମ୍, ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଲେ କେନ୍ଦ୍ରମନ୍ତ୍ରୀ

ମହାନଦୀ ଉତ୍ପତ୍ତିସ୍ଥଳରେ ଟ୍ରିବ୍ୟୁନାଲ ଟିମ୍ । ଛତିଶଗଡ଼ର ୩ଟି ସ୍ଥାନ ବୁଲି ଦେଖିଥିବା ସୂଚନା । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ତେଜିଲା ରାଜନୀତି । ଅନୁମତି ମିଳିଲେ ଆହୁରି ଡ୍ୟାମ୍ ନିର୍ମାଣ ହେବ କହିଲେ ଭୂପେଶ ।

VHP Protest In 14 Districts
୧୪ ଜିଲ୍ଲାରେ ଚକ-ଅଖ ସବୁ ଠପ୍ ! ତୁଷ୍ଟୀକରଣ ନୀତି ଛାଡ଼ନ୍ତୁ ରାଜ୍ୟ ସରକାର କହିଲା ବିଜେପି

VHPର ବନ୍ଦ ଡାକରା: ୧୪ ଜିଲ୍ଲାରେ ପ୍ରଭାବ । ସମ୍ବଲପୁର ହିଂସା ପ୍ରତିବାଦରେ ବନ୍ଦ ଡାକରା । ବିଜେଡିର ଜବାବ 'ଅହିଂସା ଆମ ମନ୍ତ୍ର' ।