ଅର୍ଥ ସହ ଯୋଜନା ବିଭାଗ ସମ୍ଭାଳିବେ ଅଜିତ୍ ପାୱାର
ଗତ ବର୍ଷକ ମଧ୍ୟରେ ରାଜ୍ୟରେ ପ୍ରାୟ ଅଧ ଡଜନରୁ ଅଧିକ ପୁଲିସ କର୍ମଚାରୀଙ୍କ ରହସ୍ୟଜନକ ମୃତ୍ୟୁ ଅତ୍ୟନ୍ତ ଉଦ୍ବେଗ ଓ ଚିନ୍ତାଜନକ ହୋଇପଡିଛି। ଏହା ପଛରେ ଅନେକ କାରଣ ଥିବା କୁହାଯାଏ।
ଓଡ଼ିଶା ସରକାରଙ୍କୁ ପକ୍ଷରୁ ଏଠିକାର ଲୋକଙ୍କୁ ୫ ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳୁଥିବା ବେଳେ ଆନ୍ଧ୍ର ଏହି ରାଶିକୁ ବଢାଇ ୨୫ ଶହ ଟଙ୍କା ପର୍ଯ୍ୟନ୍ତ ଦେଇଥିବା କୁହାଯାଉଛି।
ନେତା ତିଆରି କାରଖାନାକୁ କାହିଁକି ବନ୍ଦ କରିଛନ୍ତି ସରକାର । ଛାତ୍ର ସଂସଦ ନିର୍ବାଚନ କରାନଯିବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ । ବିରୋଧୀ ABVP ଓ ଛାତ୍ର କଂଗ୍ରେସ ସହ ସ୍ୱର ମିଳାଇଲେ । କେବଳ ରାଜନେତା ନୁହନ୍ତି କୁଳପତିଙ୍କ ଠାରୁ ଆରମ୍ଭ କରି ଶିକ୍ଷାବିତମାନେ ବି ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ମତ ବାଢ଼ିଲେଣି । ବିଜେଡି କହିଛି କ୍ୟାମ୍ପସରେ ଅନୁକୂଳ ବାତାବରଣ ଆସିଲେ ଛାତ୍ର ସଂସଦ ନିର୍ବାଚନ କରିବେ ସରକାର ।
ଅଭିଯୋଗ ଶୁଣାଣିର ନୂଆ ଷ୍ଟାଇଲକୁ ନେଇ ବିବାଦ । ଜିଲ୍ଲା ଓ ରାଜ୍ୟସ୍ତରରେ ଅଭିଯୋଗ ଶୁଣାଣି କ୍ଷମତାକୁ ସଙ୍କୁଚିତ କରାଯାଉଛି କି ? ଗୌଣ ହୋଇଯାଉନି ତ ବ୍ଲକ, ଜିଲ୍ଲା ଓ ରାଜ୍ୟ ପ୍ରଶାସନ ? ଅଭିଯୋଗ ଶୁଣାଣିର ନୂଆ ବ୍ୟବସ୍ଥାକୁ ବିଜେପି ଓ କଂଗ୍ରେସର ବିରୋଧ । ଫାଇଭ ଟି ସଚିବଙ୍କ ପଲିଟିକାଲ୍ ଷ୍ଟାଇଲ ଜିଲ୍ଲା ଗସ୍ତକୁ ଜନ ଅଭିଯୋଗ ଶୁଣାଣିର ଜାମା ପିନ୍ଧା ଯିବା ପରେ ତେଜିଲା ରାଜନୀତି ।
ଭୋଟ୍ ହାତେଇବା ପାଇଁ ବୁଥ୍କୁ ଫୋକସ୍ । ବିଜେପି-ବିଜେଡି ଲଢେଇ ପାଇଁ ଗ୍ରାଉଣ୍ଡ ୱାର୍କ । ତୃଣମୂଳ ସ୍ତରରେ ବ୍ଲୁ-ପ୍ରିଣ୍ଟକୁ କାର୍ଯ୍ୟକାରୀ କରିବାକୁ ଦିଆଯାଉଛି ଟାସ୍କ । ବଂଶଲଙ୍କ ଷ୍ଟ୍ରାଟେଜି ବାନାମ୍ ନବୀନଙ୍କ ରଣନୀତି ।
ଆବେଦନକାରୀଙ୍କ ପିଟିସନ୍ ଅନୁଯାୟୀ, ରାଜ୍ୟରେ ସାମ୍ବାଦିକଙ୍କୁ କ୍ବାର୍ଟର୍ସ ମିଳିବା ନେଇ କୌଣସି ସ୍ପଷ୍ଟ ନୀତି ବି ନାହିଁ। 30ରୁ 40 ବର୍ଷ ଧରି ବହୁ ସାମ୍ବାଦିକ ନାମମାତ୍ର ମାସିକ ଭଡ଼ା ଦେଇ କ୍ୱାର୍ଟର୍ସ ମାଡ଼ି ବସିଥିଲା ବେଳେ ଇଲେକଟ୍ରୋନିକ ଓ ମହିଳା ସାମ୍ବାଦିକ ଏଥିରୁ ବଞ୍ଚିତ ହେଉଛନ୍ତି।
ଖୋର୍ଦ୍ଧା କାର୍ଯ୍ୟକାରିଣୀରେ ବିଜେଡିକୁ ଗୋଷ୍ଠୀ କନ୍ଦଳ ଚିନ୍ତା । ଚର୍ଚ୍ଚାରେ ବିଜେଡି ନେତା ପାଟଶାଣୀଙ୍କ ଟିକଟ୍ କଟା ମନ୍ତବ୍ୟ ।
ରାଜ୍ୟରେ ସ୍ଥାଣୁ ପାଲଟିଛି କି ଅଭିଯୋଗ ଶୁଣାଣି ବ୍ୟବସ୍ଥା ? ଜିଲ୍ଲା ପ୍ରଶାସନର କ୍ଷମତା ସଂକୋଚନ ଆଶଙ୍କା କରି ବର୍ଷିଲେ ବିରୋଧୀ ।
ଏଥର ହେବ ତ ଛାତ୍ର ସଂସଦ ନିର୍ବାଚନ ? ନା ପୂର୍ବ ବର୍ଷଗୁଡ଼ିକ ଭଳି ସରକାର ଛାତ୍ର ସଂସଦ ନିର୍ବାଚନକୁ ଟାଳି ଦେବେ ? ଏହାକୁ ନେଇ ଛାତ୍ର ରାଜନୀତି ସରଗରମ ।
ମୋ ବୋଉଲୋ..ପଳେଇ ଚାଲରେ ନାରଣ । ଏମାନେ ମାରିଦେବେ..ଦେଖୁନ, କେମିତି ବିଧାୟକଙ୍କୁ ଅସ୍ତବ୍ୟସ୍ତ କରିଦେଲେଣି
ସ୍କୁଲ ଡ୍ରେସ୍ରେ ସବୁଜ ଛିଟା..ଖପ୍ପା ହେଲେ ବିରୋଧୀ । ପିଲାଙ୍କ ୟୁନିଫର୍ମକୁ ସବୁଜିଆ କରି କ୍ୟାମ୍ପସ୍ରେ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ସରକାର?
ସ୍କୁଲ ଡ୍ରେସ୍ରେ ସବୁଜ ଛିଟା ...ଖପ୍ପା ହେଲେ ବିରୋଧୀ । ପିଲାଙ୍କ ୟୁନିଫର୍ମକୁ ସବୁଜିଆ କରି କ୍ୟାମ୍ପସ୍ରେ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ସରକାର?
କେବଳ ବିରୋଧ ହେଉନି ଏବେ ସଚିବଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବି ସିଧାସଳଖ ନିଶାନା କରାଯାଉଛି। ଏହାକୁ ନେଇ ସରକାର ଅଡୁଆରେ ପଡ଼ିବା ପରେ ବଦଳିଛି ଆଭିମୁଖ୍ୟ।
ପାଣ୍ଡିଆନଙ୍କ ପଲିଟିକାଲ ଷ୍ଟାଇଲ୍ ଗସ୍ତକୁ ନେଇ ଥମୁନି ବିରୋଧ । ତୀବ୍ର ବିରୋଧ ପରେ ରାଜ୍ୟ ସରକାରଙ୍କ ନୂଆ ଚାଲ୍ ।
ଦେଶରେ ଆଞ୍ଚଳିକ ଦଳ ମଧ୍ୟରେ ବିଜେଡିକୁ ମିଳିଛି ସର୍ବାଧିକ ଇଲେକ୍ଟୋରାଲ୍ ବଣ୍ଡ୍। ୨୪ ଆଞ୍ଚଳିକ ଦଳ ମଧ୍ୟରୁ ବିଜେଡିକୁ ସର୍ବାଧିକ ୬୨୨ କୋଟି ଟଙ୍କା ଚାନ୍ଦା ଆକାରରେ ମିଳିଛି।
୭ବର୍ଷ ପରେ ବି ସରିପାରିଲାନି ଜଟଣୀ ଫ୍ଲାଏଓଭର ବ୍ରିଜ କାମ । ହେଲେ ଏହି ଅସମ୍ପୂର୍ଣ୍ଣ ବ୍ରିଜକୁ ଆଜି ଦୀପ ଧୂପ ଦେଇ ନଡିଆ ବାଡେଇ ଉଦଘାଟନ କରିଦେଇଛନ୍ତି ସ୍ଥାନୀୟ ବିଧାୟକ ସୁର ରାଉତରାୟ ।
କେନ୍ଦ୍ରର ଚିଠି, ରାଜ୍ୟବ୍ୟାପୀ ବିରୋଧୀଙ୍କ ବିରୋଧ ଓ ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବି ଘନ ଘନ ଆକ୍ରମଣ ପରେ ମଧ୍ୟ ବନ୍ଦ ହେଉନି ଫାଇଭ୍ ଟି ସଚିବଙ୍କ ପଲିଟିକାଲ ଷ୍ଟାଇଲରେ ଜିଲ୍ଲାଗସ୍ତ।
ନବୀନ ଓଡ଼ିଶା ସ୍କିମ୍ ନାଁରେ ଭୋଟ୍ ନେବାକୁ ଉଦ୍ୟମ । ଗ୍ରାମାଂଚଳ ଭୋଟ୍ ଉପରେ ବିଜେଡିର ଆଖି । ଧର୍ମୀୟ ଭାବାବେଗ କାର୍ଡ ଖେଳିବା ସହ ଯୁବ ଭୋଟର ଉପରେ ଫୋକସ୍ ।
ଯିଏ ସାଢ଼େ ୪ କୋଟି ଓଡ଼ିଆଙ୍କ ଦୁଃଖ ବୁଝୁଥିବା କଥା କହୁଛନ୍ତି, ସେହି ମୁଖ୍ୟମନ୍ତ୍ରୀ କେମିତି ନିଜ ପରିବାର ସଦସ୍ୟଙ୍କ କଥା ଭୁଲିଯାଇଛନ୍ତି ? କଟକ ଆନନ୍ଦ ଭବନରେ ରହୁଥିବା ମୁଖ୍ୟମନ୍ତ୍ରୀଙ୍କ ବଡ଼ବାପା ପୁଅ ଦିଲୀପ ଓ ଝିଅ ରେଖାଙ୍କ ଦୟନୀୟ ସ୍ଥିତିକୁ ନେଇ ରାଜ୍ୟବ୍ୟାପି ଏବେ ଏଭଳି ଚର୍ଚ୍ଚା ହେଉଛି ।
ଛାତ୍ରଙ୍କ ପାଇଁ ହ୍ୱାଇଟ ଗ୍ରୀନ ଚେକ୍ ସାର୍ଟ , କଳା ଜୋତା ଏବଂ ଧଳା ମୋଜା । ସେହିପରି ଛାତ୍ରୀଙ୍କ ପାଇଁ ହ୍ୱାଇଟ ଗ୍ରିନ ଚେକ୍ ସାଲ୍ୱାର ସହ ଗ୍ରୀନ ଜ୍ୟାକେଟ, କଳା ଜୋତା ଏବଂ ଧଳା ମୋଜା ।
ଢେଙ୍କାନାଳରେ ବିଜେପିର ଜୋରଦାର ପ୍ରତିବାଦ । ବିଜେଡି କାର୍ଯ୍ୟକ୍ରମରେ 5T ସଚିବଙ୍କ ଆବିର୍ଭାବ
ଗ୍ରାମାଞ୍ଚଳ ଭୋଟ୍ ଟାଣିବାକୁ ରାଜ୍ୟ ସରକାରଙ୍କ 'ଆମ ଓଡିଶା ନବୀନ ଓଡ଼ିଶା' ଯୋଜନା । ପୂର୍ବରୁ ପ୍ରଚଳିତ ଆମ ଗାଁ, ଆମ ବିକାଶ ଯୋଜନାକୁ ସଂଶୋଧନ କରି ଏହି ନୂଆ ଯୋଜନା ଅଣାଯାଇଛି । ଯେଉଁଥିରେ ପ୍ରତି ପଂଚାୟତକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ । ଯାହାକୁ ନେଇ ତେଜିଛି ରାଜନୀତି । ବିଜେପି ଏହାକୁ ଆମ ଓଡ଼ିଶା, ୫୦ ପ୍ରତିଶତ ପିସି ଓଡ଼ିଶା ବୋଲି କହି କଡା ସମାଲୋଚନା କରିଥିବା ବେଳେ କଂଗ୍ରେସ କହିଛି ନିର୍ବାଚନକୁ ଦୃଷ୍ଟି ରଖି ଏହି ଯୋଜନା ଆସିଛି । ରାଜନୈତିକ ସମୀକ୍ଷକଙ୍କ ମତରେ ସ୍କିମ୍ ର ନାଁ ନବୀନ ଓଡ଼ିଶା ହୋଇଥିବାରୁ ନବୀନ ବ୍ରାଣ୍ଡକୁ ଆଗକୁ ନେବାକୁ ଉଦ୍ୟମ କରାଯାଇଛି।...
କଟକ ଆନନ୍ଦ ଭବନରେ ରହୁଥିବା ମୁଖ୍ୟମନ୍ତ୍ରୀଙ୍କ ବଡ଼ବାପା ପୁଅ ଦିଲୀପ ଓ ଝିଅ ରେଖାଙ୍କ ଦୟନୀୟ ସ୍ଥିତିକୁ ନେଇ ରାଜ୍ୟବ୍ୟାପି ଏବେ ଏଭଳି ଚର୍ଚ୍ଚା ହେଉଛି।
ଦୀପ-ଧୂପ ଜଳିଲା, ନଡିଆ ବି ବାଡା ହେଲା । ଉଦଘାଟିତ ହୋଇଗଲା ଜଟଣୀର ବହୁ ପ୍ରତୀକ୍ଷିତ ବ୍ରିଜ୍ । ସ୍ଥାନୀୟ ବିଧାୟକ ସୁର ରାଉତରାୟ ଦମ୍ଭରେ ଘୋଷଣା କରିଦେଲେ, ୭ ବର୍ଷର ଅପେକ୍ଷା ସରିଲା । ଏଣିକି ବର୍ଷା ହେଲେ ରେଲୱେର ଅଣ୍ଡରପାସ୍ ନୁହେଁ ବରଂ ଏହି ବ୍ରିଜ ଦେଇ ଲୋକେ ଯାତାୟାତ କରିବେ ।