Advertisment

‘କ୍ଷମତା ହସ୍ତାନ୍ତର ନୁହେଁ, 5T ସଚିବଙ୍କୁ କର୍ତ୍ତବ୍ୟ କରିବାକୁ ଦାୟିତ୍ୱ ଦିଆଯାଇଛି’

ଫାଇଭ-ଟି ସଚିବଙ୍କୁ ବିରୋଧୀଙ୍କ ଘନ ଘନ ଆକ୍ରମଣ ପରେ ତାଙ୍କ ସପକ୍ଷରେ ବରିଷ୍ଠ ବିଜେଡି ନେତା ବାହାରିଛନ୍ତି। ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ‘କ୍ଷମତା ହସ୍ତାନ୍ତର ନୁହେଁ, 5T ସଚିବଙ୍କୁ କର୍ତ୍ତବ୍ୟ କରିବାକୁ ଦାୟିତ୍ୱ ଦିଆଯାଇଛି।’

author-image
Rajalaxmi Sahoo
ଅଦ୍ୟତନ ହୋଇଛି
vk Pandian Jagasinghpur Visit

Opposition attack on Odisha CM over 5T Secy visit

ଫାଇଭ-ଟି ସଚିବଙ୍କୁ ବିରୋଧୀଙ୍କ ଘନ ଘନ ଆକ୍ରମଣ ପରେ ତାଙ୍କ ସପକ୍ଷରେ ବରିଷ୍ଠ ବିଜେଡି ନେତା ବାହାରିଛନ୍ତି। ଗତକାଲି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପରେ ଆଜି ଫାଇଭ-ଟି ସଚିବଙ୍କ ସପକ୍ଷରେ  ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ବାହାରିଛନ୍ତି। ସେ କହିଛନ୍ତି, ‘କ୍ଷମତା ହସ୍ତାନ୍ତର ନୁହେଁ, 5T ସଚିବଙ୍କୁ କର୍ତ୍ତବ୍ୟ କରିବାକୁ ଦାୟିତ୍ୱ ଦିଆଯାଇଛି।’

Advertisment

ଅଧିକ ପଢ଼ନ୍ତୁ: ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ, କଳା ବେଲୁନ ଉଡ଼ାଇ ପ୍ରତିବାଦ କଲେ ବିଜେପି କର୍ମୀ

‘ମୁଖ୍ୟମନ୍ତ୍ରୀ ଆମ ସରକାରର ମୁଖ୍ୟ। ବିଭିନ୍ନ ବ୍ୟକ୍ତିଙ୍କୁ ଡ୍ୟୁଟି ଦେବା ହେଉଛି ମୁଖ୍ୟମନ୍ତ୍ରୀଙ୍କ କାମ। ଏଭଳି କଥାକୁ ପ୍ରସଙ୍ଗ କରିବା ଠିକ୍‌ ନୁହେଁ। କେନ୍ଦ୍ର ଚିଠି ଦେବା ନୂଆ କଥା କିଛି ନୁହେଁ। ଆଗରୁ ଏକାଧିକ ଥର ଏମିତି ଘଟଣା ଘଟିଛି। ଚିଠି କେବଳ ପ୍ରଶାସନିକ ବ୍ୟବସ୍ଥାର ଏକ ଅଂଶ ବିଶେଷ। କେଉଁଟା ଉଲ୍ଲଂଘନ’ ବୋଲି ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି।

Advertisment

ଏହା ଉପରେ ପ୍ରତିକ୍ରିୟା ରଖି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ‘ବିଜେଡି ଏବେ ବିଷମ ସଙ୍କଟରେ ପଡ଼ି ଯାଇଛି। ସେଥିପାଇଁ ବିଭିନ୍ନ କଥା କହି ଏହାକୁ ଏଡାଇ ଦେବା ପାଇଁ ଚେଷ୍ଟା କରୁଛନ୍ତି ବିଜେଡି ନେତା।’

Odisha Politics VK Pandian
Advertisment
Advertisment