• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ଜାରି ରହିଛି । ମଙ୍ଗଳବାର ଦିନ ସେ ଦିଲ୍ଲୀ ଅନ୍ତର୍ଗତ କାରୋଲବାଗରେ ଥିବା ବାଇକ୍‌ ଓ ସାଇକେଲ୍‌ ମିସ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ସମୟରେ ସେ ତଳେ ବସିପଡ଼ି ମେକାନିକ୍‌ ପରି ବାଇକ୍‌ ଠିକ୍‌ କରୁଥିବା ଦେଖିବାକୁ ମିଳିଛି । ଦୁଇ ଚକିଆ ସଜାଡ଼ିବା ବେଳେ ସେ ବାଇକ୍‌ ମେକାନିକଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି । ରାହୁଲଙ୍କୁ ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା । ରାହୁଲ ମଧ୍ୟ ସ୍ଥାନୀୟ ଲୋକଙ୍କ ସହିତ କଥାବାର୍ତ୍ତା କରିବା ସହ କରମର୍ଦ୍ଦନ କରିଥିଲେ ।

ଏନେଇ କଂଗ୍ରେସ ଦଳ ପକ୍ଷରୁ ଏକ ଟ୍ୱିଟ୍‌ କରାଯାଇଛି । ଏହି ହାତ ଭାରତ ନିର୍ମାଣ କରନ୍ତି । ପୋଷାକରେ ଲାଗିଥିବା କଳା ଆମର ଆତ୍ମସମ୍ମାନ ଅଟେ । ଏମିତି ହାତକୁ ସାହସ ଦେବାର କାର୍ଯ୍ୟ ଜଣେ ‌ଜନନାୟକ ହିଁ କରିପାରନ୍ତି । ‘ଭାରତ ଯୋଡ଼ୋ ଯାତ୍ରା’ ଚାଲିଛି ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ: ଟ୍ରକ୍‌ରେ ରାହୁଲ ଗଲେ ଚଣ୍ଡିଗଡ଼, ବୁଝିଲେ ଡ୍ରାଇଭରଙ୍କ ସମସ୍ୟା

ତେବେ ଏହା ପ୍ରଥମ ଥର ନୁହେଁ, ରାହୁଲ ପୂର୍ବରୁ ମଧ୍ୟ ଏଭଳି ଅଚାନକ୍‌ ଲୋକଙ୍କ ସହ ଭେଟୁଥିବାର ନଜିର ରହିଛି । ରମଜାନ୍‌ ସମୟରେ ରାହୁଲ ଗାନ୍ଧୀ ପୁରୁଣା ଦିଲ୍ଲୀର ମାଟିଆ ମହଲ ବଜାର ଓ ବଙ୍ଗାଳୀ ବଜାର ଯାଇଥିଲେ । ଆଉ ସେତେବେଳେ ସେ ସେଠାକାର ପ୍ରସିଦ୍ଧ ବ୍ୟଞ୍ଜନର ମଜା ଉଠାଇଥିଲେ । ଏହାର ଦୁଇ ଦିନ ପରେ ଦିଲ୍ଲୀର ମୁଖାର୍ଜୀ ନଗର ଅଞ୍ଚଳରେ ସିଭିଲ୍‌ ସର୍ଭିସ୍‌ ଆଶାୟୀମାନଙ୍କ ସହିତ ଆଳାପ ଆଲୋଚନା ମଧ୍ୟ କରିଥିଲେ।

ଅନ୍ୟପଟେ ଆସନ୍ତା ୨୯ ତାରିଖରେ ହିଂସାଗ୍ରସ୍ତ ମଣିପୁର ଯିବେ ରାହୁଲ ଗାନ୍ଧୀ । ସେ ୨୯ ଓ ୩୦ ଦୁଇ ଦିନ ଧରି ମଣିପୁରରେ ରହି ସ୍ଥିତିକୁ ପରଖିବେ । ଏନେଇ କଂଗ୍ରେସର ସାଧରଣ ସମ୍ପାଦକ କେସି ବେଣୁଗୋପାଲ ସୂଚନା ଦେଇଛନ୍ତି । ଏହି ଗସ୍ତ ସମୟରେ ରାହୁଲ ହିଂସା ଯୋଗୁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ରିଲିଫ କ୍ୟାମ୍ପରେ ଭେଟିବେ । ସେହିପରି ଇମ୍ଫାଲ ଓ ଚୁରାଚାନ୍ଦୁପରରେ ସିଭିଲ ସୋସାଇଟି ପ୍ରତିନିଧିଙ୍କ ସହ ଆଲୋଚନା କରିବେ ।