ମାସ ମାସ ଧରି ବିନା ମୁରବିରେ ଚାଲିଛି ଓଡ଼ିଶା କଂଗ୍ରେସ। ପିସିସି ସମେତ ଦଳର ସବୁ କମିଟି ଭାଙ୍ଗିବାକୁ ୩ ମାସ ବିତିବାକୁ ଯାଉଛି। ହେଲେ ନୂଆ ମଙ୍ଗୁଆଳ ଏଯାଏଁ ନିଯୁକ୍ତ କରିପାରିନାହିଁ AICC ।
୫-ଟି ସଚିବ ଯାହା କରୁଛନ୍ତି ତାହା ଗ୍ରହଣୀୟ ନୁହେଁ । ଓଡ଼ିଶାବାସୀ ଏହାକୁ ଗ୍ରହଣ କରିବେ ନାହିଁ...ତାଙ୍କ ଦଳରକର୍ମୀମାନେ ଏହାକୁ ଯଦି ଗ୍ରହଣ କରୁଥିବେ ତାହା ଭିନ୍ନ କଥା : ଶରତ ପଟ୍ଟନାୟକ, ପିସିସି ସଭାପତି
ପାରିବାରିକ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠୁଛି ଜାତୀୟ କଂଗ୍ରେସ। ୨୫ ବର୍ଷ ପରେ ଗାନ୍ଧି ପରିବାର ହାତରୁ ଯାଇଛି ସଭାପତି ପଦ। ମଲ୍ଲିକାର୍ଜ୍ଜୁନ ଖଡଗେ ଆଜି କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି। ୨ ଦଶକରୁ ଅଧିକ ସମୟ ଧରି ଦଳକୁ ସମ୍ଭାଳିବା ପରେ ସୋନିଆ ଗାନ୍ଧି ଏବେ ଏହି ଦାୟିତ୍ୱରୁ ମୁକ୍ତ ହୋଇଛନ୍ତି।
୨୫ ବର୍ଷ ପରେ ଜଣେ ଅଣଗାନ୍ଧିଙ୍କ ହାତରେ ରହିଛି କଂଗ୍ରେସର ନେତୃତ୍ୱ। ମଲ୍ଲିକାର୍ଜୁନ ଖଡଗେ ସଭାପତି ନିର୍ବାଚିତ ହେବା ପରେ ଦଳକୁ ସଜାଡିବା ପାଇଁ ଅଣ୍ଟା ଭିଡିଛନ୍ତି। ଖଡଗେଙ୍କ ଉପରେ ଗୁରୁ ଦାୟିତ୍ୱ। ଆଗାମୀ ନିର୍ବାଚନରେ ନିଜ ଦକ୍ଷତା ଦେଖାଇବେ। ତେବେ...
ଦଳୀୟ ନେତା ଓ କର୍ମୀଙ୍କ ଦୁର୍ବଳ ମନୋବଳ, ବରିଷ୍ଠ ନେତାଙ୍କ ଦଳତ୍ୟାଗ, ଉଗ୍ର ଗୋଷ୍ଠୀ ବିବାଦ, ବଢ଼ୁଥିବା ଦଳୀୟ ଫାଟ । ଚ୍ୟାଲେଞ୍ଜର ଚକ୍ରବ୍ୟୁହରେ କଂଗ୍ରେସର ନୂଆ ସଭାପତି ମଲ୍ଲିକାର୍ଜୁନ ଖଡଗେ ।
ମାତ୍ର ୩୦ବର୍ଷ ବୟସରେ ସେ ହୋଇଥିଲେ ବିଧାୟକ। ତା ପରେ ୧୧ଥର ନିର୍ବାଚନ ଜିତିଛନ୍ତି, ମାତ୍ର ଥରୁଟିଏ ହାରିଛନ୍ତି। ଭାରତୀୟ ରାଜନୀତିରେ ସେ ପୂରଣ କଲେଣି ୫୦ ବର୍ଷ।
ଅଶୋକ ଗେହେଲଟ୍ ବନାମ ଶଶି ଥରୁର୍ । କଂଗ୍ରେସ ମଙ୍ଗୁଆଳକୁ ନେଇ ବିବାଦ ଆରମ୍ଭ ହେବାକୁ ଲାଗିଲାଣି । ଏବେ ହେବକି ଗୋଷ୍ଠୀ ଯୁଦ୍ଧ
ଅକ୍ଟୋବର ୧୭ ରେ ହେବେ କଂଗ୍ରେସର ସଭାପତି ଚୟନ। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ୫ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି। ସେମାନେ ନାମାଙ୍କନପତ୍ରରୁ ପ୍ରାର୍ଥୀ ହେବା ପର୍ଯ୍ୟନ୍ତ ଏବଂ ଦଳରେ ଅଂଶଗ୍ରହଣ କରିବା ଏବଂ ସମଗ୍ର ନିର୍ବାଚନ ପ୍ରକ୍ରିୟା କରିବେ। ଜାଣନ୍ତୁ କିଏ ଏମାନେ?
କିଏ ହେବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ? କାହା ମୁଣ୍ଡରେ ବନ୍ଧାହେବ ଶିରପା ? ଅକ୍ଟୋବରରେ କଂଗ୍ରେସ ପାଇବା ତାର ନୂଆ ମୁଖିଆ। ଏଥର କଂଗ୍ରେସର ମଙ୍ଗ ଗାନ୍ଧି ପରିବାରର ସଦସ୍ୟ ଧରିବେ ନା ବାହାରର କାହା ହାତକୁ ଯିବ ? ଏ ନେଇ କଳ୍ପନାଜଳ୍ପନାର ଅନ୍ତ ନାହିଁ। ରାଜନୈତିକ ସ୍ଥିତି ବି ଗୋଳିଆ ଦିଶୁଛି।
ଏହି ଖବର ସେତେବେଳେ ଚର୍ଚ୍ଚାକୁ ଆସିଲା ଯେତେବେଳେ ସୋନିଆ ଗାନ୍ଧିଙ୍କ ସହ ଶଶି ଥରୁର ଘଣ୍ଟାଏରୁ ଅଧିକ ସମୟ ଧରି ଆଲୋଚନା ସାରି ବାହାରିଥିଲେ ।