Advertisment

ରତ୍ନଭଣ୍ଡାର ପ୍ରସଙ୍ଗ ନେଇ ହାଇକୋର୍ଟରେ ବିଜେପି, ନରସିଂହ କହିଲେ ନଖୋଲିବାକୁ ମୋତେ ବି ପଡ଼ିଥିଲା ଚାପ

ରତ୍ନଭଣ୍ଡାର ଖୋଲିବାକୁ ଦାବି କରି ବିଜେପିର ଜନସ୍ୱାର୍ଥ ମାମଲା । ରତ୍ନ ଭଣ୍ଡାର ଖୋଲିବା, ମରାମତି ଓ ଅଳଙ୍କାର ଗଣତି ଦାବି ।

author-image
Satyendu Shekher Mishra
undefined

Ratna Bhandar

ମହାପ୍ରଭୁଙ୍କ ରତ୍ନଭଣ୍ଡାରର ସ୍ଥିତି ଓ ସୁରକ୍ଷାକୁ ନେଇ ନାନା ଆଶଙ୍କା, ନାନା ଉଦବେଗ। ଗଜପତି ମହାରାଜା ହୁଅନ୍ତୁ ଅବା ସେବାୟତ କିମ୍ବା ଭକ୍ତ। ରତ୍ନଭଣ୍ଡାର ଖୋଲି ଶ୍ରୀଜିଉଙ୍କ ଅଳଙ୍କାର ସହ ଆଭୂଷଣର ସ୍ଥିତି ଯାଞ୍ଚ କରିବାକୁ ଦାବି ଉଠୁଥିଲେ ବି କାହିଁକି ଓ କେଉଁ ଉଦ୍ଦେଶ୍ୟ ରଖି ନୀରବ ରହୁଛନ୍ତି ରାଜ୍ୟ ସରକାର ? ସେନେଇ ନାନା ପ୍ରଶ୍ନ ଛିଡ଼ା ହୋଇଛି ।

Advertisment

ଘନଉଛି ରତ୍ନଭଣ୍ଡାର ନଖୋଲିବାକୁ ନେଇ ବିବାଦ । ରାଜ୍ୟ ସରକାରଙ୍କ ଅସମ୍ଭବ ନୀରବତାକୁ ନେଇ ତେଜୁଛି ଅସନ୍ତୋଷ । ଯେଉଁଠି ମହାପ୍ରଭୁଙ୍କ ମହଣ ମହଣ ସୁନା ଅଳଙ୍କାର ଗଚ୍ଛିତ ଅଛି, ସେହି ରତ୍ନଭଣ୍ଡାରର ସୁରକ୍ଷା ଏବଂ ସରକାରଙ୍କ ଦାୟିତ୍ୱକୁ ନେଇ ପ୍ରଶ୍ନ ଉଠାଇଲେଣି ଭକ୍ତ । ସେବାୟତଙ୍କର ବି ଧୈର୍ଯ୍ୟର ବନ୍ଧ ଭାଙ୍ଗିଲାଣି । ଭକ୍ତ, ସେବାୟତଙ୍କ ଦାବି ଆଉ ଅସନ୍ତୋଷ ଭିତରେ ଆଜି ମାମଲା ପୁଣି ପହଞ୍ଚିଛି ହାଇକୋର୍ଟରେ । ରତ୍ନଭଣ୍ଡାର ଖୋଲିବାକୁ ଦାବି କରି ଜନସ୍ୱାର୍ଥ ମାମଲା ଦାୟାର କରିଛି ବିଜେପି ।

ପୂର୍ବତନ ବିଜେପି ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ରତ୍ନ ଭଣ୍ଡାର ଖୋଲିବା, ମରାମତି ଓ ଅଳଙ୍କାର ଗଣତି ପାଇଁ ପିଟିସନ ଦାଖଲ କରାଯାଇଛି। ୧୯୭୮ରେ ଯେପରି ଗଣତି ହୋଇଥିଲା ସେପରି କରିବାକୁ ଆବେଦନରେ ଦର୍ଶାଯାଇଛି। ରାଜ୍ୟପାଳ ବା କାର୍ଯ୍ୟରତ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ରତ୍ନ ଅଳଙ୍କାର ଗଣତି ପାଇଁ ଅପିଲ୍ କରିଛି ବିଜେପି। ତା ସହ ରତ୍ନଭଣ୍ଡାର ଚାବି ହଜାଇଥିବା ତତ୍କାଳୀନ ପୁରୀ ଜିଲ୍ଲାପାଳ କିମ୍ବା ଅଧିକାରୀଙ୍କ ବିରୋଧ ଫୌଜଦାରୀ ମାମଲା ଦାୟାର କରି ସିବିଆଇ ତଦନ୍ତ ପାଇଁ ବିଜେପି ପ୍ରାର୍ଥନା କରିଛି । 

Advertisment

ଏପଟେ କଂଗ୍ରେସ ବି ଘେରିଛି ରାଜ୍ୟ ସରକାରଙ୍କୁ। ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାର କାହିଁକି ଡରୁଛନ୍ତି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରଶ୍ନ ଉଠାଇ କହିଛନ୍ତି, ଚାବି ହଜିବା ବାହାନା କରି ସରକାର ଚୁପ୍ ବସିଛନ୍ତି। ବିଭ୍ରାଟ ହୋଇଥିବାରୁ ସରକାର ଏଭଳି କରୁଛନ୍ତି ବୋଲି ଶରତ କହିଛନ୍ତି।

ଆଉ ପାଦେ ଆଗକୁ ଯାଇ ପୂର୍ବତନ ଆଇନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ‘ମୁ ଆଇନମନ୍ତ୍ରୀ ଥିବାବେଳେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲି। କିନ୍ତୁ ଚାପ ପଡ଼ିବାରୁ ବିଫଳ ହେଲି।ମୋ ସରକାର କହିଥିଲା, ଯାହା କରୁଛନ୍ତି ଭାବିଚିନ୍ତି କରନ୍ତୁ। ଏବେ କିନ୍ତୁ ରତ୍ନଭଣ୍ଡାର ଖୋଲିବାକୁ ଦାବି କରୁଛି’ ବୋଲି କହିଛନ୍ତି ନରସିଂହ। 

ଗତ ୫ ବର୍ଷ ତଳେ ଜଣାପଡ଼ିଥିଲା ରହସ୍ୟମୟ ରତ୍ନଭଣ୍ଡାରରେ ଫାଟ ଓ ପାଣି ଗଳିବା କଥା। ୨୦୧୮ ଏପ୍ରିଲ ୪ରେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲେ ବି ଚାବି ହଜିଥିବା ଦର୍ଶାଇ ଖୋଲାଯାଇନଥିଲା। ରତ୍ନଭଣ୍ଡାରର ୩ଟି ବିମ୍ ଓ ପ୍ଲାଷ୍ଟର ଖରାପ ଥିବା କଥା ଶ୍ରୀମନ୍ଦିର ପ୍ରଶାସକ, ଆଇନ ବିଭାଗ ଓ ASI ବି ଜାଣିଛି। ଅଥଚ ସବୁ ଜାଣିଶୁଣି କାହିଁକି ରତ୍ନଭଣ୍ଡାର ଖୋଲୁନାହାଁନ୍ତି ରାଜ୍ୟ ସରକାର ? ଗଜପତି ମହାରାଜାଙ୍କ ବାରମ୍ବାର ପରାମର୍ଶ ଏବଂ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀଙ୍କ ଦାବି ସତ୍ତ୍ବେ ସରକାର ନୀରବ କାହିଁକି ? 

ମହାପ୍ରଭୁଙ୍କ ପାଇଁ ନିର୍ଦ୍ଧିଷ୍ଟ ଏକ ସେଟର ପୁରୁଣା ଅଳଙ୍କାର ଲାଗି ହେଉଥିଲେ ବି କାହିଁକି ରତ୍ନଭଣ୍ଡାର ଖୋଲି ଏକାଧିକ ନୂଆ ସେଟ୍ ତିଆରି କରାଯାଉନାହିଁ ? ସେ ନେଇ ନାନା ପ୍ରଶ୍ନ ଉଠୁଛି। ତେବେ ଗତକାଲି ସବୁ ଠାକୁରଙ୍କ ଇଚ୍ଛା କହି ପ୍ରସଙ୍ଗକୁ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଏଡ଼ାଇ ଯାଇଥିବାବେଳେ ଏହାକୁ ସମାଲୋଚନା କରିଛନ୍ତି ବରିଷ୍ଠ ସେବାୟତ ।

Lord Jagannath Puri Srimandir High Court Puri Temple Ratnabhandar
Advertisment
Advertisment