Advertisment

ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ : କଳା ବେଲୁନ ଉଡ଼ାଇ ପ୍ରତିବାଦ କଲେ ବିଜେପି କର୍ମୀ

ଜଗତସିଂହପୁର, ରାହାମା, କୁଜଙ୍ଗ, ପାରାଦୀପରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରାଯାଇଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
VK Pandian Jagasinghpur Visit

5T Secretary

5T ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ । ଜଗତସିଂହପୁର ଜିଲ୍ଲା ଗସ୍ତ ବେଳେ ବିଜେପି କର୍ମୀମାନେ କଳା ଗଞ୍ଜି ପିନ୍ଧିବା ସହିତ କଳା ବେଲୁନ ଉଡାଇ ପ୍ରତିବାଦ କରିଛନ୍ତି। ରାହାମାରେ ବିଜେପି ଯୁବମୋର୍ଚ୍ଚା କର୍ମୀମାନେ କଳା ବେଲୁନ ଆକାଶକୁ ଛାଡ଼ିଛନ୍ତି। ଏହା ସହ କୁଜଙ୍ଗରେ ବିଜେପି ମହିଳା ମୋର୍ଚ୍ଚା କର୍ମୀମାନେ କଳା ଶାଢୀ ପିନ୍ଧି କୁଜଙ୍ଗ ବଜାରରେ ଶୋଭାଯାତ୍ରା ଓ ବିକ୍ଷୋଭ କରିଛନ୍ତି ।

Advertisment

ସୂଚନା ଅନୁସାରେ ଆଜି ଠାରୁ ଭି.କେ ପାଣ୍ଡିଆନ ଦୁଇଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇଛନ୍ତି । ଆସି ସକାଳ ୯.୩୦ମି ସମୟରେ ହେଲିକପ୍ଟର ଯୋଗେ ସେ ଏରସମା ବ୍ଳକର ଶିଆଳି ଠାରେ ପହଞ୍ଚିଥିଲେ । ସେଠାରେ ପ୍ରାୟ ୪୦ ମିନିଟ ରହିବା ପରେ ପାରାଦ୍ୱୀପ ଗସ୍ତରେ ଯାଇଛନ୍ତି ।

ତେବେ ତାଙ୍କ ଗସ୍ତକୁ ବିରୋଧ କରି ରାହାମା ଠାରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ବିରୋଧ କରାଯାଇଛି । ଯୁବ ମୋର୍ଚ୍ଚା କର୍ମୀ ମାନେ କଳା ଗଞ୍ଜି ପିନ୍ଧିବା ସହିତ କଳା ଵେଲୁନ ଉଡାଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି । ଏପରିକି ପାରାଦୀପ ଏଡିଏମ ଅଫିସ ଆଗରେ ବିଜେପି କର୍ମୀମାନେ କଳା ପୋଷାକ ପିନ୍ଧି ଧାରଣା ଦେଇଥିବା ଦେଖିବାକୁ ମିଳିଛି ।...

Advertisment

ସେପଟେ 5T ସଚିବଙ୍କୁ ବିରୋଧୀଙ୍କ ଘନ ଘନ ଆକ୍ରମଣ ପରେ ତାଙ୍କ ସପକ୍ଷରେ ବରିଷ୍ଠ ବିଜେଡି ନେତା ବାହାରିଛନ୍ତି । ସେ କହିଛନ୍ତି, ‘କ୍ଷମତା ହସ୍ତାନ୍ତର ନୁହେଁ, 5T ସଚିବଙ୍କୁ କର୍ତ୍ତବ୍ୟ କରିବାକୁ ଦାୟିତ୍ୱ ଦିଆଯାଇଛି। ‘ମୁଖ୍ୟମନ୍ତ୍ରୀ ଆମ ସରକାରର ମୁଖ୍ୟ। ବିଭିନ୍ନ ବ୍ୟକ୍ତିଙ୍କୁ ଡ୍ୟୁଟି ଦେବା ହେଉଛି ମୁଖ୍ୟମନ୍ତ୍ରୀଙ୍କ କାମ। ଏଭଳି କଥାକୁ ପ୍ରସଙ୍ଗ କରିବା ଠିକ୍‌ ନୁହେଁ। କେନ୍ଦ୍ର ଚିଠି ଦେବା ନୂଆ କଥା କିଛି ନୁହେଁ। ଆଗରୁ ଏକାଧିକ ଥର ଏମିତି ଘଟଣା ଘଟିଛି। ଚିଠି କେବଳ ପ୍ରଶାସନିକ ବ୍ୟବସ୍ଥାର ଏକ ଅଂଶ ବିଶେଷ। କେଉଁଟା ଉଲ୍ଲଂଘନ’ ବୋଲି ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି।

5T Secretary VK Pandian
Advertisment
Advertisment