• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିର୍ବାଚନୀ ବୈତରଣୀ ପାର୍‌ କରିବାକୁ ମଧ୍ୟପ୍ରଦେଶରେ ପୋଷ୍ଟର ୱାର । ଆଗକୁ ନିର୍ବାଚନ ଥିବା ବେଳେ ବିଜେପିକୁ ଚେକ୍‌ ଦେବା ପାଇଁ କଂଗ୍ରେସ ଗୋଟି ଚାଳନା ଆରମ୍ଭ କରିଛି । ମଧ୍ୟପ୍ରଦେଶରେ ଗତ କିଛି ଦିନ ହେବ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଥିବା ପୋଷ୍ଟର ୱାରରେ ଡିଜିଟାଲ ପେମେଣ୍ଟ ଆପ୍ ଫୋନ୍ ପେ (ଫୋନ୍-ପେ)ର ଅଚାନକ୍‌ ଏଣ୍ଟ୍ରି ହୋଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ବିରୋଧରେ ଲାଗିଥିବା ପୋଷ୍ଟରରେ କମ୍ପାନୀର ଲୋଗୋ ବ୍ୟବହାର କରାଯାଇଥିବାରୁ କମ୍ପାନୀ ଆପତ୍ତି କରିଛି ।

ଆପତ୍ତି ଉଠାଇଲା ଫୋନ୍-ପେ

କର୍ଣ୍ଣାଟକର ବୋମ୍ମାଇ ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ କରି କଂଗ୍ରେସ QR କୋଡ୍ ବ୍ୟବହାର କରିଥିଲା । ଆଉ ଏବେ ମଧ୍ୟପ୍ରଦେଶରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଚେକ୍‌ ଦେବାକୁ କଂଗ୍ରେସ ସମାନ ରଣନୀତି ଆପଣେଇଛି । ମଧ୍ୟପ୍ରଦେଶରେ ଦେଖିବାକୁ ମିଳୁଛି କ୍ୟୁଆର କୋଡ ଥିବା ମାଳ ମାଳ ପୋଷ୍ଟର । ପୋଷ୍ଟରରେ ଲେଖା ହୋଇଛି, ୫୦% ଆଣ, ଫୋନପେରେ କାମ କରାଅ । ତେବେ କଂଗ୍ରେସ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛି ଡିଜିଟାଲ ପେମେଣ୍ଟ ଆପ୍ । ତୁରନ୍ତ ସବୁ ପୋଷ୍ଟର ନହଟାଇଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଛି ।

‘ଆମ ଲୋଗୋ ବ୍ୟବହାର କରିବାର ଅଧିକାର ନାହିଁ’

ଶିବରାଜ ସିଂ ଚୌହାନଙ୍କ ବିରୋଧରେ ଲଗାଯାଇଥିବା ପୋଷ୍ଟରରେ ଫୋନ୍-ପେ ଲୋଗୋ ସହିତ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଫଟୋ ଓ ସ୍କାନର ଲଗାଯାଇଛି । ଏଥିପାଇଁ କମ୍ପାନୀ ପକ୍ଷରୁ ଏକ ଟ୍ୱିଟ୍‌ କରାଯାଇଥିବା, ପୋଷ୍ଟରେ କଂଗ୍ରେସ ଦଳକୁ ମଧ୍ୟ ଟ୍ୟାଗ୍ କରାଯାଇଛି ।

ଫୋନପେ ନିଜ ଟ୍ୱିଟରେ ଲେଖିଛି, କୌଣସି ତୃତୀୟ ପକ୍ଷ କମ୍ପାନୀର ବ୍ରାଣ୍ଡ ଲୋଗୋ ବ୍ୟବହାର କରିପାରିବେ ନାହିଁ । ବ୍ରାଣ୍ଡଲୋଗୋର ଅନଧିକୃତ ବ୍ୟବହାରକୁ ନେଇ କମ୍ପାନୀ ଆପତ୍ତି କରିଛି । ଫୋନ୍‌ପେ କୌଣସି ରାଜନୈତିକ ଅଭିଯାନ କିମ୍ବା ଦଳ ସହିତ ଜଡିତ ନଥିବା ପୋଷ୍ଟ କରାଯାଇଛି । ଫୋନପେ ଲୋଗୋ ହେଉଛି ଆମ କମ୍ପାନୀର ଏକ ପଞ୍ଜୀକୃତ ଟ୍ରେଡମାର୍କ । ଫୋନପେର ବୌଦ୍ଧିକ ଗୁଣଧର୍ମର ଯେକୌଣସି ଅନଧିକୃତ ବ୍ୟବହାର କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ ।

କ’ଣ କହିଲା କଂଗ୍ରେସ ?

ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ଫୋନ୍‌ ପେ ପୋଷ୍ଟର ସମ୍ପର୍କରେ କଂଗ୍ରେସକୁ କମ୍ପାନୀ ପକ୍ଷରୁ ଚେତାବନୀ ଦେବା ପରେ କଂଗ୍ରେସର ସ୍ୱର ବଦଳିଯାଇଛି । ପିସିସି ମିଡିଆ ଉପାଧ୍ୟକ୍ଷ ଭୁପେନ୍ଦ୍ର ଗୁପ୍ତା କହିଛନ୍ତି, କଂଗ୍ରେସ ଏପରି କୌଣସି ପ୍ରକାର ପୋଷ୍ଟର ଲଗାଇ ନାହିଁ । ଜନସାଧାରଣ ଏହି ପୋଷ୍ଟର ଲଗାଇଛନ୍ତି । କଂଗ୍ରେସ କେବଳ ସୋସିଆଲ ମିଡିଆ ମାଧ୍ୟମରେ ସେୟାର କରିଛି । ବିଜେପି ସୁଚିନ୍ତିତ ଭାବେ କଂଗ୍ରେସକୁ ଜାଣିଶୁଣି ଟାର୍ଗେଟ କରୁଥିବା କୁହାଯାଇଛି ।