• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନବରଙ୍ଗପୁର ଦିଶା ବୈଠକରେ 5T ଝଡ଼ । ଦିଶା ବୈଠକରେ 5T କୁ ନେଇ ବିଗିଡିଲେ ଉମରକୋଟ ବିଧାୟକ । ଗତ ୧୪ ତାରିଖରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଅକ୍ସିଜେନ୍ ପ୍ଲାଣ୍ଟରେ ଲାଗିଥିବା 5T ସୂଚନା ବୋର୍ଡକୁ ହଟାଇଥିଲେ । ତେବେ ଏହି ବୋର୍ଡକୁ କିଏ ଓ କାହିଁକି ହଟାଇଥିଲେ ବୋଲି ବୈଠକରେ ପ୍ରଶ୍ନ କରିଥିଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ତାକୁ ଉପସ୍ଥିତ ବିଜେଡିର ସମସ୍ତ ପ୍ରତିନିଧି ସମର୍ଥନ କରିବାରୁ ଉତକ୍ଷିପ୍ତ ହୋଇଥିଲେ ଉମରକୋଟ ବିଧାୟକ l

5T ଅଧୀନରେ ଚାଲିଥିବା କାମ ନିମ୍ନ ମାନର ହେଉଥିବା ଅଭିଯୋଗ କରି ବୈଠକ ଅଧାରୁ ଉଠି ଚାଲିଯାଇଥିଲେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ନବରଙ୍ଗପୁର ମିଶନ ଶକ୍ତି ହଲ ଠାରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କରିବା ପାଇଁ ଦିଶା ବୈଠକ ଅନୁଷ୍ଠିତ ହୋଇଥିଲା ।