ଅଡୁଆରେ ଫାଇଭ୍-ଟି ସଚିବ ଭି.କେ. ପାଣ୍ଡିଆନ୍। ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ
ବା DoPTର ଚିଠି। ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପାଣ୍ଡିଆନଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ
ପାଖକୁ ଚିଠି ଲେଖି ଅଭିଯୋଗ କରିଥିଲେ। ସେଇ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ପୂର୍ବତନ ମୁଖ୍ୟଶାସନ ସଚିବ ତଥା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ମଧ୍ୟ DoPT ପାଖରେ ଫାଇଭ୍-ଟି ସଚିବଙ୍କ ନାଁରେ ଫେରାଦ ହୋଇଛନ୍ତି।
Published By: Chandan Shishu
Last updated: 27 June 2023, 09:32 PM IST
ଆଗ ମାଆ ସୋନିଆ ଗାନ୍ଧୀ ଜିତିଲେ । ପରେ ଆମେଥି ଆସନରୁ ପୁଅ ରାହୁଲଙ୍କୁ ଛିଡା କରାଇ ଜିତାଇଲେ । ଏବେ ରାହୁଲ ଦୁଇଟି ଆସନରୁ ଜିତି ୱାୟନାଡ ଆସନରୁ ଇସ୍ତଫା ଦେଲେ। ଭଉଣୀ ପ୍ରିୟଙ୍କା ସେହି ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଲେ । ଏବେ ସଂସଦରେ ନେହରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ । ଭାରତ ଇତିହାସରେ ରେକର୍ଡ ।