Advertisment

କଂଗ୍ରେସ କହିଲା ଟିକଟ କଟିବା ଭୟରେ ସଚିବଙ୍କୁ ସମର୍ଥନ କରୁଛନ୍ତି ବିଜେଡି ନେତା

ବିଜେଡି ନେତା ପାଣ୍ଡିଆନଙ୍କୁ ସମର୍ଥନ କରୁଛନ୍ତି । ପ୍ରଚ୍ଛଦପଟ୍ଟର ଲୋକ ଶାସନ ଚଲାଉଛନ୍ତି କହିଲେ ପୃଥ୍ୱୀରାଜ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Odisha Politics

Odisha Politics

ଫାଇଭଟି ସଚିବ ଭି.କେ ପାଣ୍ଡିଆନଙ୍କ ବିଭିନ୍ନ ଅଂଚଳ ଗସ୍ତକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । ବିଜେଡିର ବରିଷ୍ଠ ନେତାମାନେ ପାଣ୍ଡିଆନଙ୍କୁ ସମର୍ଥନ କରିବା ପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ବିଜେଡିକୁ ଟାର୍ଗେଟ କରି କହିଛନ୍ତି, ସରକାର ଯେତେବେଳେ ମୁଣ୍ଡ ବିହୀନ ହୋଇଯାଏ, ସେତେବେଳେ ଏଭଳି ବିଲକ୍ଷଣ ଦେଖିବାକୁ ମିଳିଥାଏ । ଆଜି ଓଡିଶା ସରକାର ମୁଣ୍ଡ ବିହୀନ ହୋଇଯାଇଛନ୍ତି। ପ୍ରଚ୍ଛଦ ପଟ୍ଟରେ ରହୁଥିବା ଲୋକ ଏବେ ଶାସନ ଚଲେଇବା ଆରମ୍ଭ କରି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Advertisment

ସେହିଭଳି ଟିକେଟ କଟିଯିବା ଭୟରେ 5ଟି ସଚିବଙ୍କୁ ସମର୍ଥନ କରୁଛନ୍ତି ବିଜେଡି ବିଧାୟକ। ଯେତେ ଯାହା କାର୍ଯ୍ୟକ୍ରମ କଲେ ମଧ୍ୟ ଓଡିଶାବାସୀ କେବେ ହେଲେ ତାଙ୍କୁ ଗ୍ରହଣ କରିବେ ନାହିଁ। ଯଦି ରାଜନୀତି କରିବାକୁ ମନ, ତେବେ ଚାକିରୀରୁ ଇସ୍ତଫା ଦେଇ ଭିକେ ପାଣ୍ଡିଆନ୍ ରାଜନୀତି କରନ୍ତୁ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଅନ୍ୟପଟେ ବିଜେଡି ସାଂସଦ ଓ ବିଧାୟକ ଅସହାୟ । ସମସ୍ତେ ୫ଟି ସଚିବଙ୍କ ଦାସତ୍ୱ ଗ୍ରହଣ କରିଛନ୍ତି । ଗତକାଲି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟ ପରେ ରାଜ୍ୟ ସରକାରଙ୍କୁ ଏଭଳି ସମାଲୋଚନା କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ତାଙ୍କ କହିବା ଅନୁସାରେ ଏବେ ବିଷମ ସଂକଟରେ ପଡି ଯାଇଛି ବିଜେଡି । କେନ୍ଦ୍ର ସରକାରଙ୍କ ଚିଠିକୁ ଛୋଟ ଭାବିବା ମୁର୍ଖାମୀ। ଏହି ଗୋଟିଏ ଚିଠି ଆଟମ ବମ୍ ଭଳି କାମ କରିବ । ଏମିତିକି ସରକାର ଭାଙ୍ଗି ଯିବା ଭଳି ସ୍ଥିତି ହେବାର ରହିଛି । ଏହା ସହ ଟିକେଟ କଟିଯିବା ଭୟରେ ବିଜେଡି ନେତାମାନେ 5T ସଚିବଙ୍କ ସେବା କରୁଛନ୍ତି ବୋଲି ମୋହନ ମାଝୀ କହିଥିଲେ ।

Advertisment

ସେପଟେ ସୁରେଶ ପୂଜାରୀ ମଧ୍ୟ ସମାନ ଢଙ୍ଗରେ ଫାଇଭ ଟି ସଚିବଙ୍କୁ ସମାଲୋଚନା କରି କହିଥିଲେ, ଯିଏ ରାଜ୍ୟରେ ଗଣତତନ୍ତ୍ରକୁ ହତ୍ୟା କରିବ, ତାକୁ ଲୋକେ ଶାସ୍ତି ଦେବେ । ସେହିପରି କଂଗ୍ରେସର ତାରାବାହିନୀ ପତି କହିଥିଲେ, ରାଜ୍ୟରେ ଚାଲିଛି ବାବୁ ତନ୍ତ୍ର । ୫ଟି ସଚିବ ଯଦି ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି, ଏଥିପାଇଁ ମନ୍ତ୍ରୀ ଓ ବିଧାୟକ ଦାୟୀ । ସେମାନେ ସ୍ୱର ଉତ୍ତୋଳନ କରିବା ବଦଳରେ ଧନ୍ୟବାଦ ଦେଉଛନ୍ତି ।

BJD BJP Congress Odisha Politics
Advertisment
Advertisment