• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବୟାନକୁ ନେଇ ରାଜନୀତି ତେଜିଛି । ଆଜି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏନେଇ ଉଦବେଗ ପ୍ରକାଶ କରି କହିଛନ୍ତି, ଆଇନମନ୍ତ୍ରୀ କହୁଛନ୍ତି ରତ୍ନଭଣ୍ଡାର ଚାବି ହଜିଛି କି ନାହିଁ ଜାଣି ନାହାନ୍ତି। ରାଜ୍ୟବାସୀ କିନ୍ତୁ ଜାଣିଛନ୍ତି ପ୍ରଥମେ ଚାବି ହଜିଥିଲା । ପରେ ନକଲି ଚାବି ମିଳିଛି । ରାଜ୍ୟ ସରକାର କମିଶନ ବି ଗଠନ କରିଛନ୍ତି। ହେଲେ ମନ୍ତ୍ରୀ କେମିତି ଏଭଳି କହିଲେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ‘ରତ୍ନଭଣ୍ଡାର ସରକାରୀ ସମ୍ପତ୍ତି ନୁହେଁ, ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପତ୍ତି । ୧୯୨୬, ୧୯୭୮ରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ହୋଇଥିଲା । ସରକାର ରତ୍ନଭଣ୍ଡାରର ମାର୍ଫତଦାର କି ମାଲିକ ନୁହଁନ୍ତି । ୨୦୨୧ ରେ ୩ କୋଟିର ସୁନା ଅଳଙ୍କାର ଜଣେ ଭକ୍ତ ମଧ୍ୟ ଦାନ କରିଛନ୍ତି । ସେ କେଉଁ କାମରେ ଲାଗୁଛି ତାହା ଜାଣିବା ଲୋକଙ୍କ ଅଧିକାର । ପୂର୍ବରୁ କେତେ ଥିଲା, ଏବେ କେତେ ଦାନ ମିଳିଲା, ସମସ୍ତେ ଜାଣିବା ଦରକାର । ଆଉ ବିଳମ୍ବ ନ କରି ତୁରନ୍ତ ଗଣନା କରନ୍ତୁ । ସରକାରଙ୍କୁ ପରାମର୍ଶ ରତ୍ନଭଣ୍ଡାର ଖୋଲିବା ତାରିଖ ଘୋଷଣା କରନ୍ତୁ’ ।

 

ତେବେ ଏହା ଉପରେ ସାଂସଦ ପିନାକୀ ମିଶ୍ର କହିଛନ୍ତି, ରତ୍ନଭଣ୍ଡାର ମାମଲା କୋର୍ଟରେ ବିଚାରାଧୀନ ରହିଛି । ଏହା ଉପରେ କୌଣସି ମତାମତ ଦେବା ଠିକ୍ ନୁହେଁ।