/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688035097.jpg)
Mohan Majhi targets Odisha govt
ବିଜେଡି ସାଂସଦ ଓ ବିଧାୟକ ଅସହାୟ । ସମସ୍ତେ ୫ଟି ସଚିବଙ୍କ ଦାସତ୍ୱ ଗ୍ରହଣ କରିଛନ୍ତି । ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟ ପରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ତାଙ୍କ କହିବା ଅନୁସାରେ ଏବେ ବିଷମ ସଂକଟରେ ପଡି ଯାଇଛି ବିଜେଡି । କେନ୍ଦ୍ର ସରକାରଙ୍କ ଚିଠିକୁ ଛୋଟ ଭାବିବା ମୂର୍ଖାମୀ। ଏହି ଗୋଟିଏ ଚିଠି ଆଟମ ବମ୍ ଭଳି କାମ କରିବ । ଏମିତିକି ସରକାର ଭାଙ୍ଗି ଯିବା ଭଳି ସ୍ଥିତି ହେବାର ରହିଛି । ଏହା ସହ ଟିକେଟ କଟିଯିବା ଭୟରେ ବିଜେଡି ନେତାମାନେ 5T ସଚିବଙ୍କ ସେବା କରୁଛନ୍ତି ବୋଲି ମୋହନ ମାଝୀ କହିଛନ୍ତି।
ସେପଟେ ସୁରେଶ ପୂଜାରୀ ମଧ୍ୟ ସମାନ ଢଙ୍ଗରେ ଫାଇଭ ଟି ସଚିବଙ୍କୁ ସମାଲୋଚନା କରି କହିଛନ୍ତି, ଯିଏ ରାଜ୍ୟରେ ଗଣତତନ୍ତ୍ରକୁ ହତ୍ୟା କରିବ, ତାକୁ ଲୋକେ ଶାସ୍ତି ଦେବେ । ସେହିପରି କଂଗ୍ରେସର ତାରାବାହିନୀ ପତି କହିଛନ୍ତି, ରାଜ୍ୟରେ ଚାଲିଛି ବାବୁ ତନ୍ତ୍ର । ୫ ଟି ସଚିବ ଯଦି ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି, ଏଥିପାଇଁ ମନ୍ତ୍ରୀ ଓ ବିଧାୟକ ଦାୟୀ । ସେମାନେ ସ୍ୱର ଉତ୍ତୋଳନ କରିବା ବଦଳରେ ଧନ୍ୟବାଦ ଦେଉଛନ୍ତି । ଜଣେ ସାଂସଦ କହିଲେଣି, ପାଣ୍ଡିଆନ୍ ସାର୍ ଆମ ମୁଖ୍ୟମନ୍ତ୍ରୀ । ଲାଗୁଛି ରାଜ୍ୟରେ ଲୋକ ପ୍ରତିନିଧି ମାନଙ୍କଙ୍କ ଆଉ ସ୍ୱାଭିମାନ ନାହିଁ । ...
ସୂଚନା ଅନୁସାରେ 5T ସଚିବଙ୍କୁ ବିରୋଧୀଙ୍କ ଘନ ଘନ ଆକ୍ରମଣ ପରେ ତାଙ୍କ ସପକ୍ଷରେ ଆଜି ବାହାରିଥିଲେ ବରିଷ୍ଠ ବିଜେଡି ନେତା । ସେ କହିଥିଲେ, ‘କ୍ଷମତା ହସ୍ତାନ୍ତର ନୁହେଁ, 5T ସଚିବଙ୍କୁ କର୍ତ୍ତବ୍ୟ କରିବାକୁ ଦାୟିତ୍ୱ ଦିଆଯାଇଛି । ‘ମୁଖ୍ୟମନ୍ତ୍ରୀ ଆମ ସରକାରର ମୁଖ୍ୟ। ବିଭିନ୍ନ ବ୍ୟକ୍ତିଙ୍କୁ ଡ୍ୟୁଟି ଦେବା ହେଉଛି ମୁଖ୍ୟମନ୍ତ୍ରୀଙ୍କ କାମ । ଏଭଳି କଥାକୁ ପ୍ରସଙ୍ଗ କରିବା ଠିକ୍ ନୁହେଁ । କେନ୍ଦ୍ର ଚିଠି ଦେବା ନୂଆ କଥା କିଛି ନୁହେଁ । ଆଗରୁ ଏକାଧିକ ଥର ଏମିତି ଘଟଣା ଘଟିଛି । ଚିଠି କେବଳ ପ୍ରଶାସନିକ ବ୍ୟବସ୍ଥାର ଏକ ଅଂଶ ବିଶେଷ । କେଉଁଟା ଉଲ୍ଲଂଘନ’ ବୋଲି ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।
ସେପଟେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ ବେଳେ ବିଜେପି କର୍ମୀମାନେ କଳା ଗଞ୍ଜି ପିନ୍ଧିବା ସହିତ କଳା ବେଲୁନ ଉଡାଇ ପ୍ରତିବାଦ କରିଛନ୍ତି। ରାହାମାରେ ବିଜେପି ଯୁବମୋର୍ଚ୍ଚା କର୍ମୀମାନେ କଳା ବେଲୁନ ଆକାଶକୁ ଛାଡ଼ିଛନ୍ତି। ଏହା ସହ କୁଜଙ୍ଗରେ ବିଜେପି ମହିଳା ମୋର୍ଚ୍ଚା କର୍ମୀମାନେ କଳା ଶାଢୀ ପିନ୍ଧି କୁଜଙ୍ଗ ବଜାରରେ ଶୋଭାଯାତ୍ରା ଓ ବିକ୍ଷୋଭ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)