Advertisment

5T ସଚିବଙ୍କ ଗସ୍ତକୁ ନେଇ ଜଗତସିଂହପୁରରେ ବିରୋଧ, ବିରୋଧୀ କହିଲେ- ଟିକଟ ଭୟରେ ବିଜେଡି ନେତା ଚୁପ୍

5T ସଚିବଙ୍କୁ ବିରୋଧୀଙ୍କ ଘନ ଘନ ଆକ୍ରମଣ ଓ କେନ୍ଦ୍ରର ଚିଠି ଆଧାରରେ ତାଙ୍କୁ ଚାକିରିକୁ ସସପେଣ୍ଡ କିମ୍ବା ବହିଷ୍କାର କରିବାକୁ ଦାବି ଜୋର୍ ଧରିବା ପରେ ଅକଳରେ ପଡ଼ିଛି ବିଜେଡି।

author-image
Chandan Shishu
ଅଦ୍ୟତନ ହୋଇଛି
BJP stages protest against 5T Secretary in Kujang

BJP stages protest against 5T Secretary in Kujang

ରାହାମା, କୁଜଙ୍ଗ, ପାରାଦୀପ। ସବୁଠି 5T ସଚିବଙ୍କୁ ତୀବ୍ର ବିରୋଧ। ପାଣ୍ଡିଆନ୍ ଆଜି ଜଗତସିଂହପୁର ଗସ୍ତରେ ଯାଇଥିବା ବେଳେ ତାଙ୍କୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଲା ବିଜେପି।ରାହାମାଠାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପାଳନ କରାଯାଇଥିଲା ବ୍ଲାକ୍ ଡେ। କର୍ମୀମାନେ କଳାଡ୍ରେସ୍ ପିନ୍ଧି, କଳା ବେଲୁନ୍ ଉଡାଇ ପ୍ରତିବାଦ କରିଥିଲେ। କୁଜଙ୍ଗରେ ପାଣ୍ଡିଆନ୍ ଗୋ ବ୍ୟାକ୍, ତାମିଲ ଶାସନ ଚଳିବ ନାହିଁ ବୋଲି ସ୍ଲୋଗାନ୍ ଦେଇଥିଲେ ବିଜେପି କର୍ମୀ। ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟମାନେ କଳା ଶାଢି ପିନ୍ଧି କୁଜଙ୍ଗ ବଜାରରେ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Advertisment

ସେପଟେ ପାରାଦୀପ ଏଡିଏମ୍ ଅଫିସ୍ ଆଗରେ ବିଜେପି ନେତା ଓ କର୍ମୀମାନେ କଳାଡ୍ରେସ୍  ପିନ୍ଧି ଧାରଣ ଦେଇଥିଲେ। ସେପଟେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ଯାଇ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଳକିଆ ପାଣ୍ଡିଆନଙ୍କୁ ସାର୍ ବୋଲି ସମ୍ବୋଧନ କରିବା ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି।

ସେପଟେ 5T ସଚିବଙ୍କୁ ବିରୋଧୀଙ୍କ ଘନ ଘନ ଆକ୍ରମଣ ଓ କେନ୍ଦ୍ରର ଚିଠି ଆଧାରରେ ତାଙ୍କୁ ଚାକିରିକୁ ସସପେଣ୍ଡ କିମ୍ବା ବହିଷ୍କାର କରିବାକୁ ଦାବି ଜୋର୍ ଧରିବା ପରେ ଅକଳରେ ପଡ଼ିଛି ବିଜେଡି। ବିବାଦ ବଢୁଥିବା ଦେଖି ଗତକାଲି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ 5T ସଚିବଙ୍କ ସପକ୍ଷରେ ବାହାରିଥିବା ବେଳେ ଆଜି ଆଗକୁ ଆସିଛନ୍ତି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ। କହିଛନ୍ତି 5T ସଚିବଙ୍କୁ କ୍ଷମତା ହସ୍ତାନ୍ତର ନୁହେଁ କର୍ତ୍ତବ୍ୟ କରିବାକୁ ଦାୟିତ୍ୱ ଦିଆଯାଇଛି।

Advertisment

ଅନ୍ୟପକ୍ଷରେ କେନ୍ଦ୍ରର ଚିଠିକୁ ସେ ବେଶ ହାଲୁକା ଭାବେ ନେବା ସହ ଏହା ପ୍ରଶାସନିକ ପ୍ରକ୍ରିୟା ବୋଲି କହିଛନ୍ତି। ଜବାବରେ ବିଜେପି କହିଛି କେନ୍ଦ୍ର ସରକାରଙ୍କ ଚିଠି ଆଟମ୍ ବମ୍ ଭଳି, ସରକାର ଭାଙ୍ଗିଯିବା ସ୍ଥିତି ଭଳି ହେବ। ସେପଟେ ଟିକଟ୍ କଟିବା ଓ ଜେଲ୍ ଯିବା ଭୟରେ ବିଜେଡି ନେତାମାନେ ଅଗଣତାନ୍ତ୍ରିକ କାର୍ଯ୍ୟକୁ ସମର୍ଥନ କରୁଛନ୍ତି ବୋଲି ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି। 5T ସଚିବଙ୍କୁ ନେଇ ଏବେ ଟକ୍କରାଟକ୍କରି ସ୍ଥିତିରେ ବିରୋଧୀ ଓ ଶାସକ ଦଳ। ରାଜନୈତିକ ଓ ପ୍ରଶାସନିକ ସ୍ତରରେ ବିବାଦ ଯେତିକି ଘନଉଛି, ସରକାରଙ୍କ ଉପରେ ଚାପ ସେତିକି ବଢୁଛି। ବିଜେଡି କେମିତି ଏହାକୁ କାଉଣ୍ଟର କରୁଛି ସମସ୍ତଙ୍କ ନଜର ଏବେ ତା ଉପରେ।

Odisha Politics
Advertisment
Advertisment