Advertisment

ଏବେ 5T ସଚିବ ପାଣ୍ଡିଆନଙ୍କ କ’ଣ ହେବ ? କାର୍ଯ୍ୟାନୁଷ୍ଠାନ ନେବେ କି ରାଜ୍ୟ ସରକାର ?

ନିୟମ ଅନୁସାରେ ଚିଠି ପାଇବା ପରେ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ଅର୍ଡର ନେଇ ଫାଇଲ୍ ପ୍ରସ୍ତୁତ କରିବେ ଏବଂ ଏହାକୁ ସିଏମ୍ ଙ୍କ ପାଖକୁ ପଠାଇବେ। ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଜେ ପାଣ୍ଡିଆନ୍ ଅଛନ୍ତି, ତେଣୁ ଫାଇଲ୍ ତାଙ୍କ ମାଧ୍ୟମରେ ହିଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବ। ଏଠି ପ୍ରଶ୍ନ ରାଜ୍ୟ ପ୍ରଶାସନର ଏହି ମୋଷ୍ଟ ପାୱାରଫୁଲ୍ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାତ ଯିବ ତ ?

author-image
Tanmay Kumar Mahalik

5T ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ କେନ୍ଦ୍ର ସରକାର ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିବା ପରେ କଣ ହେବ ପରବର୍ତ୍ତୀ ପଦକ୍ଷେପ ? ଯଦି ରାଜ୍ୟ ସରକାର ଚୁପଚାପ୍ ବସି ରହନ୍ତି ତେବେ କେନ୍ଦ୍ରର ଭୂମିକା କଣ ହେବ ? ଏଭଳି ଚର୍ଚ୍ଚା ଭିତରେ କେନ୍ଦ୍ରର ଚିଠି ପରେ ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କୁ ସସପେଣ୍ଡ କିମ୍ବା ବହିଷ୍କାର କରନ୍ତୁ ବୋଲି ବିଜେପି ଦାବି କରିଛି। ଜବାବରେ ବିଜେଡି କହିଛି, ଦିଲ୍ଲୀ-ଦୌଲତାବାଦ୍ ନଦୌଡି ଲୋକଙ୍କୁ ପାଖକୁ ଯାଆନ୍ତୁ।

Advertisment
BJD BJP 5T Secretary VK Pandian
Advertisment
Advertisment