Advertisment

5T ସଚିବଙ୍କ ପାଇଁ ଢାଲ ସାଜୁଛନ୍ତି ବିଜେଡି ନେତା

ବିଜେଡି ନେତାଙ୍କ ସ୍ବାଭିମାନ ନାହିଁ କହିଲା ବିଜେପି । କଂଗ୍ରେସ କହିଲା ନେତାଙ୍କୁ ଘାରିଛି ଟିକଟ ଭୟ ।

author-image
Satyendu Shekher Mishra
undefined

Odisha Politics BJD

ଫାଇଭ୍ ଟି ସଚିବ ପାଣ୍ଡିଆନ୍‌ଙ୍କୁ ନେଇ ଥମୁନି ହଟଚମଟ । ବିରୋଧୀଙ୍କ ଷଣ୍ଢୁଆସୀ ଆକ୍ରମଣ ପରେ ସଚିବଙ୍କ ପାଇଁ ବିଜେଡି ଢାଲ ସାଜିବାକୁ ନେଇ ତେଜିଲା ରାଜନୀତି। ପ୍ରସଙ୍ଗରେ ଆଜି ବିଜେପି ପୁଣି ହମଲା କରି ଓଡ଼ିଶା ସରକାର ମୁଣ୍ଡବିହୀନ ହୋଇଯାଇଛି ବୋଲି ଅଭିଯୋଗ କରିଥିଲା ବେଳେ କଂଗ୍ରେସ ବି ତୀବ୍ର କଟାକ୍ଷ କରିଛି । ଏସବୁ ଭିତରେ ବିଜେଡି ସାଂସଦ ଭର୍ତ୍ତୃହରିଙ୍କ ଗୁମାସ୍ତା ମନ୍ତବ୍ୟ ପରେ ଆଜି ପୁଣି ରାଜ୍ୟରେ ଯାହା ଚାଲିଛି ତାହା ଅବ୍ୟାପାରରେ ବ୍ୟାପାର ବୋଲି କହିବା ଚର୍ଚ୍ଚା ସୃଷ୍ଟି କରିଛି।

Advertisment

5T ସଚିବଙ୍କୁ ନେଇ ଟେନସନରେ ବିଜେଡି । ପାଣ୍ଡିଆନଙ୍କୁ ଜୋରଦାର ବିରୋଧ ପରେ ଅକଳରେ ଦଳ । ବିରୋଧୀଙ୍କ ଷଣ୍ଢୁଆସୀ ଆକ୍ରମଣ ପରେ ସମର୍ଥନରେ ବାହାରିଲେ ବିଜେଡି ନେତା । ସମର୍ଥନ ପଛରେ ଚାପ ନା ଅନ୍ୟ କିଛି କିଛି ବାଧ୍ୟବାଧକତା ?

ରାଜ୍ୟ ରଜାନୀତିରେ ଏବେ 5T ସଚିବ ଝଡ଼। ମନ୍ତ୍ରୀ, ବିଧାୟକ, ସାଂସଦ- ସବୁ ଉଭାନ୍। ରାଜନୀତି ମୈଦାନରେ କେବଳ ପାଣ୍ଡିଆନ୍ ଆଉ ପାଣ୍ଡିଆନ୍। ତେବେ ଆଇନ୍-କାନୁନକୁ ଫୁ କରି ରାଜନେତା ଭଳି 5T ସଚିବଙ୍କ ସଭା-ସମିତିକୁ ବିରୋଧୀଙ୍କ ଘନଘନ ସମାଲୋଚନା ପରେ ବିଜେଡିର ବରିଷ୍ଠ ନେତା ସଚିବଙ୍କ ସପକ୍ଷରେ ବାହାରିବାକୁ ନେଇ ଚର୍ଚ୍ଚା। ମନ୍ତ୍ରୀ, ବିଧାୟକ, ସାଂସଦ- ସମସ୍ତଙ୍କୁ ଗୌଣ କରାଯିବା ସତ୍ତ୍ୱେ ବି କାହିଁକି ଏ ସମର୍ଥନ ? ଟିକଟ୍ କଟିଯିବା ଭୟ, ନା ରହିଛି କୌଣସି ବି ଉପାୟରେ ହଇରାଣର ଧମକ ?

Advertisment

ତେବେ କାରଣ ଯାହା ଥାଉନା କାହିଁକି, ଏହି ପ୍ରସଙ୍ଗରେ ବିଜେଡି ନେତାଙ୍କ ଉପରେ ଧୁମ୍ ବର୍ଷିଛି ବିଜେପି । କହିଛି ବିଜେଡି ନେତାଙ୍କ ସ୍ୱାଭିମାନ ନାହିଁ । ଫାଇଭ୍ ଟି ସଚିବଙ୍କ ଗସ୍ତ ଗଣତନ୍ତ୍ର ପକ୍ରିୟାକୁ ହତ୍ୟା କରିଛି। ରାଜ୍ୟ ସରକାର ମୁଣ୍ଡବିହୀନ ହୋଇଛି ବୋଲି ଅଭିଯୋଗ କରି ଆଗକୁ ବିରୋଧକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ବିଜେପି । କଂଗ୍ରେସ ବି ଅନୁରୂପ ଅଭିଯୋଗ ଆଣିବା ସହ ସିଏମଓ ଯେଉଁଠିକି ଯାଉଛି । ସେଠି ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାମ କଣ ବୋଲି କଟାକ୍ଷ କରିଛି ।

ସେପଟେ ବିଧାୟକ ସୌମ୍ୟରଂଜନଙ୍କ ପରେ ଦଳର ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କ ଗୁମାସ୍ତା ବାଣକୁ ନେଇ ନେଇ ହଟଚମଟ । ନୂଆଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ ଅବସରରେ ସାଂସଦ ଭର୍ତ୍ତୁହରି କହିଥିଲେ ଯାହାକୁ ଆପଣ ନିଜର ବୋଲି ଭାବିବେ ସେ ମଧ୍ୟ ଅନେକ ସମୟରେ ଆପଣଙ୍କୁ ଛୁରୀରେ ଆଘାତ କରେ। ସେ ଯୁଗରେ ଗୁମାସ୍ତାମାନଙ୍କର ଅତ୍ୟାଚାର ଅଧିକ ହେଉଥିଲେ ଆଜି କଣ କମ୍ ହେଉଛି କି ବୋଲି କହିଥିଲେ ଭର୍ତ୍ତୃହରି। 

ତେବେ ମହତାବଙ୍କ ଏ ବାଣ ପରୋକ୍ଷରେ ରାଜ୍ୟ ପ୍ରଶାସନର ପାୱାରଫୁଲ୍ ଅଫିସରଙ୍କ ପ୍ରତି ନୁହେଁ ତ ? ସେପଟେ ଆଜି କଟକରେ ଏ ସଂପର୍କିତ ପ୍ରଶ୍ନର ଉତ୍ତତରରେ ଭର୍ତ୍ତୃହରି ରାଜ୍ୟରେ ଏବେ ଯାହା ଚାଲିଛି ତାହା ଅବ୍ୟାପାରରେ ବ୍ୟାପାର ବୋଲି କହିବା ଚର୍ଚ୍ଚା ସୃଷ୍ଟି କରିଛି । ଫାଇଭ୍ ଟି ସଚିବଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ମୁଖ୍ୟମନ୍ତ୍ରୀ ନିଜେ କାହିଁକି ସାମ୍ନାକୁ ଆସି ସ୍ପଷ୍ଟୀକରଣ ଦେଉ ନାହାଁନ୍ତି ତାକୁ ନେଇ ବି ପ୍ରଶ୍ନ ଉଠିଛି ।

BJD BJP Congress Odisha Politics
Advertisment
Advertisment