Advertisment

ବିଜେଡି ପ୍ରାର୍ଥୀଙ୍କୁ ହରାଇଲେ ପରିବା ବ୍ୟବସାୟୀ

ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍‌-କ ଜୋନ୍‌ରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ଟିକେଟ୍‌ରେ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚନ ଲଢ଼ିଥିବା ପରିବା ବ୍ୟବସାୟୀ ଟି. ଶ୍ରୀଧର ବିଜୟୀ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Vegetable Seller Wins Election

Vegetable Seller Wins Election

ପଞ୍ଚାୟତ ନିର୍ବାଚନରେ ବିଜେଡିର ଜୟଯାତ୍ରା ଜାରି ରହିଛି। ଗୋଟିଏପଟେ ବୃହତ ବିଜୟ ଅଭିମୁଖେ ବିଜେଡି ଥିବାବେଳେ ଅନ୍ୟପଟେ ବିଜେପି ଓ କଂଗ୍ରେସ ଏକପ୍ରକାର ଧରାଶାୟୀ ହୋଇପଡ଼ିଛନ୍ତି। କିନ୍ତୁ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍‌-କ ଜୋନ୍‌ରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି କଂଗ୍ରେସ ପ୍ରାର୍ଥୀ। 

Advertisment

ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍‌-କ ଜୋନ୍‌ରେ କଂଗ୍ରେସ ଟିକେଟ୍‌ରେ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚନ ଲଢ଼ିଥିବା ପରିବା ବ୍ୟବସାୟୀ ଟି. ଶ୍ରୀଧର ବିଜୟୀ ହୋଇଛନ୍ତି। ବିଜେଡି ଓ ବିଜେପି ଦୁଇ ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ପଛରେ ପକାଇ ସେ ନିର୍ବାଚନ ଜିତିଛନ୍ତି।

ବିଜେଡି ପ୍ରାର୍ଥୀଙ୍କୁ ପଛରେ ପକାଇ ଶ୍ରୀଧର ବାଜି ମାରି ନେଇଛନ୍ତି। ପ୍ରତିପକ୍ଷ ବିଜେଡି ପ୍ରାର୍ଥୀଙ୍କୁ ୨୫୦ରୁ ଅଧିକ ଭୋଟ୍‌ରେ ହରାଇ ଶ୍ରୀଧର ବିଜୟୀ ହୋଇଛନ୍ତି। ଜିଲ୍ଲା ପରିଷଦ ସଭ୍ୟ ପାଇଁ  ନିର୍ବାଚନରେ ତ୍ରିମୁଖି ଲଢେଇ ହୋଇଥିଲା। ତେବେ ପରିବା ବ୍ୟବସାୟୀ ଟି. ଶ୍ରୀଧର ବିଜେଡି ଓ ବିଜେପି ଦୁଇ ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ପଛରେ ପକାଇ ନିର୍ବାଚନରେ ବିଜୟ ଲାଭ କରିଛନ୍ତି। 

Advertisment

ନିର୍ବାଚନ ଜିତିବା ପରେ ଶ୍ରୀଧର କହିଛନ୍ତି, ‘କଂଗ୍ରେସ ପ୍ରାର୍ଥୀ ଭାବେ ରାମନାଗୁଡ଼ା(କ) ଜୋନ୍‌ରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ଲଢ଼ିଥିଲି। ରାମନାଗୁଡ଼ାର ମୁଁ ଜଣେ ଛୋଟ ପରିବା ବ୍ୟବସାୟୀ। ଚାଷୀଙ୍କଠୁ ପରିବା ଆଣି ମୁଁ ବିକ୍ରି କରେ। ବର୍ତ୍ତମାନ ଜିଲ୍ଲା ପରିଷଦ ସଭ୍ୟ ଭାବେ ବିଜୟ ଲାଭ କରିଛି। ଗରିବମାନଙ୍କୁ ସେବା କରିବି। ଲୋକମାନେ ଯେଉଁଭଳି ଭାବେ ମୋତେ ସମର୍ଥନ କରି ଭୋଟ୍‌ ଦେଇ ଜିତାଇଛନ୍ତି ଏଥିପାଇଁ ଜନସାଧାରଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି। 

Odisha Panchayat Polls Odisha Panchayat Elections Odisha Panchayat Poll Results
Advertisment
Advertisment