• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଠିକା ସଂସ୍ଥା କ୍ୟାମ୍ପରେ ଟ୍ରକ ପୋଡ଼ିବା, ମାଓ ବ୍ୟାନର ଓ ପୋଷ୍ଟର ଲଗାଇବା ଅଭିଯୋଗର ୫ ଗିରଫ । ଗତ ୨୨ ତାରିଖରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର ତହସିଲ ଅଫିସ ଫାଟକ, ବୁଡ଼ାଗୁଡ଼ା ଠାରେ ଥିବା ରାସ୍ତା ର୍ନିମାଣ କରିଥିବା ଠିକା ସଂସ୍ଥାର ଗୋଟିଏ ଟ୍ରକ ପୋଡ଼ି ଦେବା ଘଟଣାରେ ଆଜି ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗିରଫ କରାଯାଇଥିବା ବ୍ୟକ୍ତିମାନେ ହେଉଛନ୍ତି ଶେଷଖାଲ ହାଣ୍ଡିପଡୁ ଗାଁର ଗୋପାଳ ମଣ୍ଡିଆ, କାଶୀପୁର କଞ୍ଜଙ୍ଗମଣ୍ଡି ଗାଁର ବଲି ମାଝୀ, ଟକିରି ଥନା ଅଞ୍ଚଳର ରାମ୍ପଡୁ ସିମଞ୍ଚଳ ମାଝୀ, ସନ୍ତଶ ରାୟ ଦୁଡୁକାବହାଲ ଗାଁର ଜୟନ୍ତ ନାଏକ, ହରିଜନ ସାହି ଟିକିରୀ । ରାୟଗଡ଼ା ଏସଡିପିଓ ଦେବଜୟତୀ ଦାସ,ଥାନା ଅଧିକାରୀ ସୁକୁମା ହାଁସଦା ବିଭିନ୍ନ ସ୍ଥାନରେ ଚଢାଉ କରି ଏମାନଙ୍କୁ କାବୁ କରିଥିଲେ । ତେବେ ଏନେଇ ଏସଡିପିଓ କୌଣସି ପ୍ରତିକ୍ରିୟା ଦେଇନଥିବାର ଜଣାପଡିଛି ।

ଅନ୍ୟପକ୍ଷେ, ଗତକାଲି କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅଧିନ ରଢ଼ିଗୁମା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମାଓ ବ୍ୟାନର ଲାଗିଥିବାର ଦେଖିବାକୁ ମିଳିଥିଲା । ସିପିଆଇ ମାଓବାଦୀ ବାଘୁନା ଡିଭିଜନାଲ କମିଟି ପକ୍ଷରୁ ଏହି ବ୍ୟାନର ଲାଗିବା ସହ ଭୋଟ ବର୍ଜନ କରିବାକୁ ଆହ୍ୱାନ ମଧ୍ୟ ଦିଆଯାଇଥିଲା । ମାଓ ବ୍ୟାନର ଦେଖି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।