Advertisment

ଏ ରାସ୍ତା ନୁହେଁ ଯମ ପୁରକୁ ବାଟ

ସରକାରୀ ଉଦାସିନତା ପାଇଁ ରାସ୍ତା ପାଲଟିଛି ମରଣଯନ୍ତା। ଖାଲ ଖାମ ଓ ପାଣି ଭର୍ତ୍ତି ରାସ୍ତାରେ ଦୁର୍ଘଟଣା ନିତିଦିନିଆ ଘଟଣା ପାଲଟିଥିବାବେଳେ ନାକେଦମ ହେଉଛନ୍ତି ଗାଡି ଚାଳକ। ବାରମ୍ବାର ଅଭିଯୋଗ ପରେ ବି ହେଉନି ରାସ୍ତା ମରାମତି

author-image
Sarbeswar
ଅଦ୍ୟତନ ହୋଇଛି
undefined

roads Turn Into Death Traps

ରାୟଗଡ଼ା: ସରକାରୀ ଉଦାସିନତା ପାଇଁ ରାସ୍ତା ପାଲଟିଛି ମରଣଯନ୍ତା। ଖାଲ ଖାମ ଓ ପାଣି ଭର୍ତ୍ତି ରାସ୍ତାରେ ଦୁର୍ଘଟଣା ନିତିଦିନିଆ ଘଟଣା ପାଲଟିଥିବାବେଳେ ନାକେଦମ ହେଉଛନ୍ତି ଗାଡି ଚାଳକ। ବାରମ୍ବାର ଅଭିଯୋଗ ପରେ ବି ହେଉନି ରାସ୍ତା ମରାମତି ।

Advertisment

କେଉଁଠି ବଡ ବଡ ଗାତ ତ କେଉଁଠି ଖାଲରେ ପାଣି ଭର୍ତ୍ତି ହୋଇ ରହିଛି। ପିଚୁ କମ୍ ମାଟି ଅଧିକ ଦିଶୁଛି । ରାୟଗଡାରୁ ଭବାନୀପାଟଣା ଯାଇଥିବା ୫ ନମ୍ବର ରାଜ୍ୟ ରାଜପଥରେ ଏପରି ଅବସ୍ଥା ଦେଖିବାକୁ ମିଳିଛି। ଖାଲଖମା ଯୋଗୁଁ ଅନେକ ସମୟରେ ବାଧାପ୍ରାପ୍ତ ହେଉଛି ଗାଡି ଚଳାଚଳ। ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ୁଛି ଅନେକ ଗାଡ଼ି। ଆାଉ ଅନେକ ସ୍ଥାନରେ ଓଭର ଲୋଡେଡ୍ ଟ୍ରକ୍ ଅଚଳ ହୋଇ ରାସ୍ତା ଉପରେ ଅଟକି ରହିଛି। ଇଏ ନିତି ଦିନିଆ ଦୃଶ୍ୟ। ତେଣୁ ଦୁର୍ଘଟଣା ମଧ୍ୟ ବଢୁଛି । ଅମଳାଭଟ୍ଟାଠୁ ମୁନିଗୁଡା ଯାଏଁ ୫୨ କିଲୋମିଟର ରାସ୍ତା ମରାମତି ପାଇଁ ୨୦୧୭-୧୮ରେ ଏକ ଠିକା ସଂସ୍ଥାକୁ ଦିଆଯାଇଥିଲା ଦାୟିତ୍ୱ। ମାତ୍ର ୩ ବର୍ଷ ପରେ ବି କାମ ନସରିବାରୁ ବଢୁଛି ଅସନ୍ତୋଷ। ଯାହା ବି ମରାମତି ହେଉଛି ନିମ୍ନମାନର କାମ ଯୋଗୁଁ ପିଚୁ ଉଠିଯାଉଥିବା ଅଭିଯୋଗ ହୋଇଛି। ଏନେଇ ସଂପୃକ୍ତ ଠିକା ସଂସ୍ଥାର ପ୍ରତିକ୍ରିୟା ମିଳିନଥିବାବେଳେ ପୂର୍ତ୍ତ ବିଭାଗ ଅଧିକାରୀ କହିଛନ୍ତି ଖୁବଶୀଘ୍ର କାମ ସରିବ।

Advertisment

ଏପଟେ, କଟକ ଜିଲ୍ଲା ସାଲେପୁର-କୁଆଁପାଳ ରାସ୍ତାର ମଧ୍ୟ ସମାନ ସ୍ଥିତି। ରାସ୍ତା ସାରା ଖାଲଖମା ଆଉ ପାଣି। କେଉଁଠି କେତେ ଖାଲ, କେତେ ପାଣି ଜାଣିବା କଷ୍ଟକର ହୋଇ ପଡ଼ିଛି। ଏଣୁ ଗାଡି ଚାଳକ ନାକେଦମ ହେଉଥିବାବେଳେ ଦୁର୍ଘଟଣା ବଢୁଥିବା ଲୋକେ କହିଛନ୍ତି। ପୁଣି ଆମ୍ବୁଲାନ୍ସ ଓ ଅଗ୍ନିଶମ ଭଳି ଜରୁରୀ ସେବା ବି ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ଖୁବଶୀଘ୍ର ରାସ୍ତା କାମ ଆରମ୍ଭ ହେବ ବୋଲି ପୂର୍ତ୍ତ ବିଭାଗ ଅଧିକାରୀ କହିଛନ୍ତି ।

Road Problem
Advertisment
Advertisment