• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଲ୍ୟାଣସିଂହପୁର(ମଉଡି ବାରିକ/ମନୋଜ ପାତ୍ର): ମନରେଗାରେ ମହାଦୁର୍ନୀତି । ଟଙ୍କାଟିଏ ଖର୍ଚ୍ଚ ନକରି ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଛି । ଜିଲ୍ଲାପାଳଙ୍କ ନିକଟରେ ଏନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତରୁ । ସିଆଡିମାଳ କେନାଲ ନିର୍ମାଣ ନାମରେ ଶ୍ରମିକଙ୍କ ଟଙ୍କା ଲୁଟିନେଇଛନ୍ତି ଦଲାଲ୍ । ପରିବାର ପିଚ୍ଛା ମାତ୍ର ଦୁଇଶହ ଟଙ୍କା ଧରେଇ ହଜାର ହଜାର ଟଙ୍କା ଖାଇଦେଇଛନ୍ତି ।

ଜଙ୍ଗଲ ଭିତରେ କାମ ହୋଇଥିବା ସରକାରୀ କାଗଜପତ୍ରରେ ଦର୍ଶାଯାଇଛି । କିନ୍ତୁ ଜଙ୍ଗଲ ମଧ୍ୟରେ ପଡିଛି କିଛି ମେଣ୍ଟାଲ ଓ ବାଲି, ଯୁଆଡେ ଦେଖିବେ ଜଙ୍ଗଲ ଓ କ୍ଷେତ ବାଡ଼ । କିନ୍ତୁ ସରକାରୀ ରେକର୍ଡ କହୁଛି, ସେହି ସ୍ଥାନରେ ଖୋଳା ହୋଇଛି ମନରେଗା ଯୋଜନାରେ କେନାଲ ।

ଏହି କେନାଲ ନିର୍ମାଣ ରେ ଖର୍ଚ୍ଚ ହୋଇଛି ପ୍ରାୟ ପଞ୍ଚଲକ୍ଷ ଟଙ୍କା । ମଷ୍ଟର୍ ରୋଲ୍ ରେ ଶ୍ରମିକଙ୍କ ନାମ ରହିଛି । ଶ୍ରମିକ ଟଙ୍କା ପାଇଛନ୍ତି କିନ୍ତୁ କାମ କରିନାହାନ୍ତି ବୋଲି ଶ୍ରମିକ ସ୍ୱୀକାର କରିଛନ୍ତି । ଏହି ମହା ଘୋଟାଲାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ସଂପୃକ୍ତ ଅଛନ୍ତି ବୋଲି ଅଭିଯୋଗ ହୋଇଛି।ମଷ୍ଟର ରୋଲରେ କ୍ରମିକ ସଂଖ୍ୟା ୩ ରେ ରହିଛି ଶ୍ରମିକ ଦଇତାରୀ ବ୍ରାଳିକା ଙ୍କ ନାମ । ତାଙ୍କ ପରିବାରରେ ୪ ଜଣଙ୍କ ଆକାଉଣ୍ଟ୍ ରେ ପ୍ରାୟ ୩୫ ହଜାର ଟଙ୍କା ଉଠାଯାଇଛି।

ବର୍ଷକ ପୂର୍ବେ ସିଙ୍ଗାରି ପଞ୍ଚାୟତ ଖରଯୋଡା ଗାଁର କୃଷକ ସିଆଡିମାଳ ଝରଣା ଉପରେ ଲେନାଲ ନିର୍ମାଣ କରିବା ନିମନ୍ତେ ଗ୍ରାମସଭାରେ ଦାବି ରଖିଥିଲେ । ଏହି କେନାଲ ନିର୍ମାଣ ହେଲେ, ଜମିରେ ପାଣି ମାଡ଼ିବ ଓ ଧାନ ଫସଲ ହେବ ବୋଲି ଆଶା କରିଥିଲେ ଲୋକ । କିନ୍ତୁ ଅସାଧୁ ସରକାରୀ ବାବୁମାନେ ସ୍ଥାନୀୟ ଦଲାଲ ଙ୍କ ସହାୟତାରେ କୃଷକଙ୍କ ଆଶା ଭାଙ୍ଗିଦେଇଛନ୍ତି । ଏହି ଖବର ଅଞ୍ଚଳର କୃଷକ ମାନେ ଜାଣିବା ପରେ ବ୍ଲକ କାର୍ଯ୍ୟାଳୟକୁ ଯାଇ ସିଆଡିମାଳ କେନାଲ ନିର୍ମାଣ କରାଯାଇଥିବା ମଷ୍ଟରରୋଲ୍ ମାଗିଥିଲେ । ଉକ୍ତ କେନାଲ ନିର୍ମାଣ ହୋଇସାରିଛି ଓ ପ୍ରାୟ ୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି ବୋଲି ଜଣାପଡିଥିଲା । ଫଳରେ କୃଷକ ମାନେ ରାୟଗଡ଼ା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଏଵଂ ଭିଜିଲାନ୍ସ ବିଭାଗ କୁ ମଧ୍ୟ ଅଭିଯୋଗ କରିଛନ୍ତି। ଲୋକଙ୍କ ଅଭିଯୋଗ ପରେ ଜିଲ୍ଲାପାଳ କଲ୍ୟାଣସିଂହପୁର ବିଡିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଞ୍ଚଳରେ ଅନେକ ଦୁର୍ନୀତି ହୋଇଛି । କାମ ନକରି ବିଲ୍ କରି ନେଇଯାଇଛନ୍ତି ଟଙ୍କା ।