• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ବାରମ୍ବାର ବିଦ୍ୟୁତ୍ କାଟ୍‌ ସତ୍ତ୍ୱେ ଆସୁଛି ମୋଟା ଅଙ୍କର ବିଲ୍

  • ଗୁଣୁପୁରରେ ଏବେ ଅସହ୍ୟ ହେଲାଣି ବିଦ୍ୟୁତ କାଟ୍ ସମସ୍ୟା

  • ରାମନଗୁଡ଼ା ବିଜୁଳି ନଥିବାରୁ ଚାଷ ଜମିକୁ ମାଡ଼ି ପାରୁନି ପାଣି

ଗୁଣୁପୁର: ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ନିୟମିତ ବିଦ୍ୟୁତ୍ କାଟ୍। ବାରମ୍ବାର ବିଦ୍ୟୁତ୍ କାଟ୍ ସତ୍ତ୍ୱେ ବି ଆସୁଛି ମୋଟା ଅଙ୍କର ବିଲ୍। ରାୟଗଡା ଗୁଣୁପୁରରେ ଏବେ ଅସହ୍ୟ ହେଲାଣି ଏ ସମସ୍ୟା। ସେହିପରି ରାମନଗୁଡା ଭଳି କିଛି ବ୍ଲକରେ ଏଲ୍ଆଇ ପଏଣ୍ଟ ଥାଇ ବି ବିଜୁଳି ନଥିବାରୁ ଚାଷ ଜମିକୁ ପାଣି ମାଡି ପାରୁନାହିଁ।

ବିଦ୍ୟୁତ୍ ଖଣ୍ଟ ଅଛି, ମିଟର ଲାଗିଛି । ହେଲେ ବିଜୁଳି ନାହିଁ । ପାଠ ପଢିବା ପାଇଁ ଭରସା ଡିବିରି ବତି । ଘର ଭିତରେ ଡିବିରି ଲଗେଇ ପାଠ ପଢୁଛନ୍ତି ପିଲା । ରାୟଗଡା ଗୁଣୁପୁର ପୁଟା ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଗାଁରେ ସବୁ ସୁବିଧା ଥାଇ ମଧ୍ୟ ଅନ୍ଧାରରେ ରହୁଛନ୍ତି ଲୋକେ । ତେବେ ମାସ ଶେଷରେ କିନ୍ତୁ ଆସୁଛି ମୋଟା ଅଙ୍କର ବିଲ୍। ଯାହା ଉପଭୋକ୍ତାଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଜୁଳିର ଲୁଚକାଳି ଭିତରେ କାହାର ୫ ହଜାର ତ ଆଉ କାହାର ୧୦ ହଜାର ବିଲ୍ ଆସୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏପଟେ ଅଚଳ ପଡ଼ିଛି ଉଠା ଜଳସେଚନ ପ୍ରକଳ୍ପ। ବାରମ୍ବାର ବିଦ୍ୟୁତ୍ କାଟ୍ ଯୋଗୁଁ ଏଲ୍ଆଇ ପଏଣ୍ଟ ଥାଇ ସୁଦ୍ଧା ଏହା କାମରେ ଆସିପାରୁନାହିଁ । ଫଳରେ ରାୟଗଡା ରାମନଗୁଡା ବ୍ଲକ୍ ଭାମିନି, ପଦ୍ମପୁର ବ୍ଲକର ନାଇରା ଓ ଡେରିଗାଁ ଅଞ୍ଚଳର ଶହ ଶହ ହେର ଜମିକୁ ହୋଇପାରୁନି ଜଳ ସେଚନ। ତେବେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଥିବା ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀ କହିଛନ୍ତି। ମୁଣ୍ଡବିନ୍ଧାର କାରଣ ପାଲଟିଛି ନିୟମିତ ବିଦ୍ୟୁତ୍ କାଟ୍