Advertisment

ସାମ୍ନାକୁ ଆସିଲା ଅବକାରୀ ବିଭାଗର ଲାଞ୍ଚ କାରବାର; ଭିଡିଓ ଭାଇରାଲ

ଅବକାରୀ ବିଭାଗର ଲାଞ୍ଚ କାରବାର ସାମ୍ନାକୁ ଆସିଛି।  ରାୟଗଡା ଅବକାରୀ ବିଭାଗରେ ଲାଞ୍ଚ କାରବାରର ଏହି ଭିଡିଓ ଭାଇରାଲ ହୋଇଛି।

author-image
Minati Mishra
ଅଦ୍ୟତନ ହୋଇଛି
ସାମ୍ନାକୁ ଆସିଲା ଅବକାରୀ ବିଭାଗର ଲାଞ୍ଚ କାରବାର; ଭିଡିଓ ଭାଇରାଲ

Exise Dept Employees Allegedly Taking Bribe

ରାୟଗଡା: ଅବକାରୀ ବିଭାଗର ଲାଞ୍ଚ କାରବାର ସାମ୍ନାକୁ ଆସିଛି। ଏକ ଭାଇରାଲ ଭିଡିଓରୁ ବିଭାଗୀୟ ଅଧିକାରୀ କେମିତି ଖୁଲମଖୁଲା ଲାଞ୍ଚ ମାଗୁଛନ୍ତି ତାହା ସ୍ପଷ୍ଟ ହୋଇଛି।  ରାୟଗଡା ଅବକାରୀ ବିଭାଗରେ ଲାଞ୍ଚ କାରବାରର ଏହି ଭିଡିଓ ଭାଇରାଲ ହୋଇଛି।  ରାୟଗଡା ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ନାୟକ ଓ ଅବକାରୀ କନଷ୍ଟେବଲ ସୁଶାନ୍ତ ପାତ୍ର ଓ  କୌଣସି  ମଦଦୋକାନୀଙ୍କ ମଧ୍ୟରେ ଟଙ୍କା କାରବାରକୁ  ନେଇ ହୋଇଥିବା କଥାବାର୍ତ୍ତାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Advertisment

ଅବକାରୀ ଅଧୀକ୍ଷକ ଜଣେ ବିଭାଗୀୟ କନଷ୍ଟେବଲଙ୍କ ଜରିଆରେ ଅର୍ଥ  କାରବାର କଥା କହୁଥିବା ଭିଡିଓରେ ରହିଛି।  ଏହି ଭିଡିଓଟି  ଗତ ଏପ୍ରିଲ ୧୩  ତାରିଖର ବୋଲି ଜଣାପଡ଼ିଛି। ଗୁଣପୁରର ଏକ ଲଜରେ ରେକଡିଂ ହୋଇଥିବା କୁହାଯାଉଛି  । ଭିଡିଓ ଭାଇରାଲ ହେବା ପରେ ରାୟଗଡା ଜିଲ୍ଲାରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଏହି ଭିଡିଓରେ ଶୁଣିବାକୁ ମିଳୁଛି, ମଦ ଦୋକାନୀଙ୍କ କର୍ମଚାରୀଜଣକ କହୁଛନ୍ତି ‘ ବାକି ନିଅ, ଆଡଭାନ୍ସ ବି ନିଅ। ଆଉ ୧.୫ ୨ ଦିନରେ ଦେଇଦେବି। ହିସାବ ସବୁ ଆଣିଛି।’

Advertisment

ଅନ୍ୟପକ୍ଷେ ଅବକାରୀ ଅଧୀକ୍ଷକ କହୁଥିବା ଶୁଣିବାକୁ ମିଳୁଛି -‘ହେଲେ  ଆମେ କେତେ ମନ ଦେଇ କାମ କରୁଛୁ। ଆମାଉଣ୍ଟ  ବହୁତ କମ୍‌ ହୋଇଗଲା ।   ମୋତେ ଖୁସି କଲା ଭଳି ଦେଲେ ସିନା ହେବ। ମୁଁ ସବ୍‌ଇନ୍ସପେକ୍ଟର ଥିଲା ବେଳେ ଏହାଠୁ ଅଧିକ ନେଉଥିଲି। ଏପରିକି ପାତ୍ରପୁରରେ ଥିବା ବେଳେ ଗୋଟିଏ ମଦ ଦୋକାନରୁ ୧୫ ହଜାର ନେଉଥିଲି।’

ଅନ୍ୟପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉଭୟ  ଅବକାରୀ ଅଧୀକ୍ଷକ ଓ କନଷ୍ଟେବଲ। ଏନେଇ ଅବକାରୀ ଅଧିକ୍ଷକ କହିଛନ୍ତି, ‘ଆମର ଏଥିରେ କିଛି ସମ୍ପୃକ୍ତି ନାହିଁ। କେବେକାର ଘଟଣା ମୋର ମନେ ପଡ଼ୁନି । କୋଭିଡ , ରେଡକ୍ରସ ପାଇଁ କଲେକସନ୍‌ ହୋଇଥିବ। କିଏ ଭାଇରାଲ କରିଛି।’

ଭାଇରାଲ  ହେଉଥିବା ଭିଡିଓ ମନଗଢା, ଏଥିରେ ଆଦୌ ସଂପୃକ୍ତ ନଥିବା ଫୋନ ଯୋଗେ ଉଭୟ କହିଛନ୍ତି  । କୌଣସି ଖଳ ପ୍ରକୃତିର ବ୍ୟକ୍ତି ତାଙ୍କ ନାଁରେ ଏଭଳି ଭିଡିଓ କରି ଭାଇରାଲ କରିଥିବା ସେ ପାଲଟା ଅଭିଯୋଗ ଆଣିଛନ୍ତି।

  ଅନ୍ୟପଟେ କନଷ୍ଟେବଲ ସୁଶାନ୍ତ ପାତ୍ର କହିଛନ୍ତି ଘଟଣା ସ୍ଥଳରେ ମଧ୍ୟ କୌଣସି ଲାଞ୍ଚ କରବାର ହେଉନଥିଲା  ବରଂ ସରକାରୀ ବକେୟା ଟଙ୍କା ଆଦାୟ ସଂପର୍କରେ କଥାର୍ବାର୍ତ୍ତା ଚାଲୁଥିଲା ।

Bribe Case Bribery Case In Odisha
Advertisment
Advertisment