Advertisment

ଓଟିଭିର ରାୟଗଡ଼ା ପ୍ରତିନିଧି ମନୋଜ ପାତ୍ରଙ୍କ ପରଲୋକ

ଓଟିଭିର ରାୟଗଡ଼ା ଜିଲ୍ଲା ପ୍ରତିନିଧି ମନୋଜ ପାତ୍ରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ଅସୁସ୍ଥ ହୋଇପଡ଼ିବାରୁ ମନୋଜଙ୍କୁ କାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
OTV Rayagada Correspondent Manoj Patra

OTV Rayagada Correspondent Manoj Patra

ରାୟଗଡ଼ା: ଓଟିଭିର ରାୟଗଡ଼ା ଜିଲ୍ଲା ପ୍ରତିନିଧି ମନୋଜ ପାତ୍ରଙ୍କ ପରଲୋକ ହୋଇଛି। ବ୍ରହ୍ମପୁର ବଡ଼ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ଅସୁସ୍ଥ ହୋଇପଡ଼ିବାରୁ ମନୋଜଙ୍କୁ କାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ପରଲୋକ ହୋଇଛି। 

Advertisment

ମେଡିକାଲରେ ଚିକିତ୍ସାରେ ଅବହେଳା କରାଯାଇଥିବା ନେଇ ମନୋଜଙ୍କ ସମ୍ପର୍କୀୟ ଭାଇ ବିନୋଦ ଏବଂ ପୁତୁରା ଚିନ୍ମୟ ପାତ୍ର ଅଭିଯୋଗ ଆଣିଛନ୍ତି। ଅସୁସ୍ଥ ହୋଇପଡ଼ିବାରୁ ମନୋଜଙ୍କୁ କାଲି ହସ୍ପିଟାଲ ଅଣାଯାଇଥିଲା। ରାତି ସାଢ଼େ ୯ରୁ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଡାକ୍ତର ଦେଖିଥିଲେ। ସକାଳେ ଜଣେ ମହିଳା ଡାକ୍ତର ସବୁକିଛି ଠିକ୍ ଅଛି କହି ଘରକୁ ପଠାଇ ଦେଇଥିଲେ। 

ଘରେ ପହଞ୍ଚିବା ପରେ ଦିନ ୧୦ଟାରେ ସେ ଚେତାଶୂନ୍ୟ ହୋଇପଡ଼ିଲେ। ତୁରନ୍ତ ବ୍ରହ୍ମପୁର ବଡ଼ ମେଡିକାଲ ଆଣିବା ପରେ ସେଠାରେ ଡାକ୍ତର ମନୋଜଙ୍କୁ ମୃତ ଘୋଷଣା କରିଥିଲେ। ତେଣୁ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣିଛନ୍ତି  ମନୋଜଙ୍କ ଭାଇ ବିନୋଦ।

Advertisment

ମନୋଜ ପାତ୍ରଙ୍କ ପରଲୋକରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି। ଗଭୀର ଶୋକ ପ୍ରକାଶ ସହ ମନୋଜ ପାତ୍ରଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ବୈଜୟନ୍ତ ପଣ୍ଡା। 

OTV Correspondent OTV Rayagada Correspondent Manoj Patra
Advertisment
Advertisment