ସ୍ୱର୍ଗଦ୍ୱାରରେ ଶବଦାହ କରିବା ଅନେକଙ୍କ ଧାର୍ମିକ ଭାବନା ଓ ବିଶ୍ୱାସ ସହ ଜଡ଼ିତ ଥିବା ଏବଂ ଏଠାରେ ଶବ ସଂସ୍କାର ପାଇଁ ସରକାରଙ୍କ ପକ୍ଷରୁ ସୁବ୍ୟବସ୍ଥା ଥିବାରୁ ଏବେ ଦୈନିକ ପାଖାପାଖି ୧୦୦ଟି ମୃତଦେହ, ଦାହସଂସ୍କାର ପାଇଁ ଆସୁଛି ।
ଏନେଇ ଯୋଜନା ପ୍ରସ୍ତୁତି କରୁଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ। ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇଛି। ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା। ବାହାର ଜିଲ୍ଲାର ଶବ ସତ୍କାର ନେଇ ଜାରି ରହିଥିବା କଟକଣାକୁ ଜିଲ୍ଲା ପ୍ରଶାସନ ହଟାଇ ଦେଇଛି। ପୁରୀ ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇବା ପରେ ଏହି ନିୟମକୁ କୋହଳ କରାଯାଇଛି।
କଳିଯୁଗର କୁଳାଙ୍ଗାର ପୁଅ, ବଂଚିଥିବା ବେଳେ ଆସିଲେନି କି ମଲା ପରେ ପଚାରିଲେନି
ଆଜିଠୁ ପୁରୀ ଜିଲ୍ଲା ବାହାରର ଲୋକେ ସ୍ୱର୍ଗଦ୍ୱାରରେ ଶବସତ୍କାର କରିପାରିବେ। କୋଭିଡ୍ ହୋଇନଥିବା ଶବର ସତ୍କାର ଏଣିକି ସ୍ୱର୍ଗଦ୍ୱାରରେ କରାଯାଇପାରିବ । ଏପ୍ରିଲ ମାସ ୨୫ତାରିଖରୁ ଯେଉଁ କଟକଣା ସ୍ୱର୍ଗଦ୍ୱାରରେ ଲାଗଥିଲା ସେହି କଟକଣା ଆଜିଠୁ କୋହଳ ହୋଇଛି। ଏପ୍ରିଲ ୨୫ ତାରିଖରୁ କେବଳ ପୁରୀ ଜିଲ୍ଲା ଭିତରର ଶବ କୋଭିଡ କଟକଣା ଭିତରେ ଦାହ କରାଯାଉଥିଲା। କିନ୍ତୁ ଏବେ କୋଭିଡ କଟକଣା ଏବଂ ଡାକ୍ତରଙ୍କ ସାର୍ଟିଫିକେଟ୍ଧା ଆରରେ ଶବ ସତ୍କାର ହେବ। ମାତ୍ର ୧୦ ଜଣ ସମ୍ପର୍କୀୟଙ୍କ ଉପସ୍ଥିତିରେ ଶବ ଦାହ କରିପାରିବେ। ଶନିବାର ଓ ରବିବାର ସଟଡାଉନ ସମୟରେ ମଧ୍ୟ ଶବଦାହ କରାଯାଇପାରିବ।