/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732972186.jpg)
ଏୟାର ସୋ’କୁ ପକ୍ଷୀ ଚିନ୍ତା
ଡିସେମ୍ବର ୪ ନୌସେନା ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ପୁରୀ ବେଳାଭୂମି ଏବେ ଯୁଦ୍ଧଭୂଇଁ ପାଲଟିଲା ଭଳି ଲାଗୁଛି । ବିଚ୍ରେ ରଣଭୂମିର ଭ୍ରମ । ଶୁଭୁଛି ଯୁଦ୍ଧପୋତର ଗର୍ଜନ, ଆକାଶ ଚିରୁଛି ଲଢ଼ୁଆ ବିମାନ, କଳାକୌଶଳ ଦେଖାଉଛି ହେଲିକପ୍ଟର । ଯୁଦ୍ଧକୌଶଳ ଦେଖାଉଛନ୍ତି ନୌବୀର ଓ ପାରାଟ୍ରୁପର୍ । ପୁରୀ ବ୍ଲୁ ଫ୍ଲାଗ୍ ବିଚରେ ନେଭି ଡେ’ ପାଳନ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍। ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା କରିବାକୁ କେତେ ସଜାଗ ଭାରତୀୟ ନୌସେନା ସେନେଇ ପ୍ରଦର୍ଶିତ ହେବ ଦୁଃସାହସିକ ରଣକୌଶଳ । ରାଷ୍ଟ୍ରପତି ନେଭି ଡେ'ରେ ଏସମସ୍ତ ଡେମୋଷ୍ଟେସନ ଦେଖିବେ । ସେଥିପାଇଁ ମ୍ୟୁଜିକାଲ ବ୍ୟାଣ୍ଡ କନସର୍ଟ ତାଙ୍କର ଅଭ୍ୟାସ କରୁଛନ୍ତି ।
ଅଧିକ ପଢ଼ନ୍ତୁ: '୨୦୨୭ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ, ପ୍ରତ୍ୟେକ ଦିନ ୯୫ ହଜାର ଲୋକଙ୍କ ପାଇଁ ଯାତାୟତ ସୁବିଧା'
ସେପଟେ ମାରକୋସ କମାଣ୍ଡୋ ଲୁଚି ଛପି ଫାଏର କରିବା ପାଇଁ ବଙ୍କର ତିଆରି କରାଯାଇଛି । ୧୯୭୧ ମସିହା, ପାକିସ୍ତାନ ଉପରେ ଭାରତର ବିଜୟର ଗାଥା ବହନ କରିଥିବା ସ୍ମୃତିକୁ ବହନ କରି ପ୍ରତିବର୍ଷ ନୌସେନା ଦିବସ ପାଳନ କରାଯାଉଛି ।
ସେପଟେ ପୁରୀରେ ନୌସେନା ଦିବସ ପାଳନକୁ ପକ୍ଷୀ ଭୟ । ଅଭ୍ୟାସ ବେଳେ ପକ୍ଷୀ ମାଡ଼ରୁ ଅଳ୍ପକେ ବର୍ତ୍ତିଲା ହେଲିକପ୍ଟର । ପୁରୀରେ ନ୍ୟାଭି ଡେ’ ପାଇଁ ନୌସେନା ପକ୍ଷରୁ ଅଭ୍ୟାସ ଚାଲିଥିବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି । ହେଲିକପ୍ଟରରେ ପକ୍ଷୀ ମାଡ଼ ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି । ତେବେ ଏଭଳି ସ୍ଥିତି ଲାଗି ରହିଲେ ଡିସେମ୍ବର ୪ ନୌସେନା ଦିବସ ଦିନ ଏୟାର ଶୋ’ରେ ବାଧା ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି । ଯୁଦ୍ଧ ବିମାନ ସହ ବାର୍ଡ ହିଟ୍ ଆଶଙ୍କା କରି ବାହାରେ ଅଳିଆ ଆବର୍ଜନା ନ ପକାଇବାକୁ ପୂର୍ବରୁ ପରାମର୍ଶ ଦେଇଥିଲା ପ୍ରଶାସନ । ବାହାରେ ଅଳିଆ ଆବର୍ଜନା ଓ ବଳକା ଖାଦ୍ୟ ପକାଇଲେ ପକ୍ଷୀମାନେ ସେଥିପ୍ରତି ଆକୃଷ୍ଟ ହୋଇ ଆସିବା ସମ୍ଭାବନା ଥାଏ । ଏଭଳି ହେଲେ ଏୟାର ଶୋ'ରେ ବାଧା ଉପୁଜିପାରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)