Advertisment

Srimandir Parikrama Project Row: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ନବୀକରଣ; ଆଇନମନ୍ତ୍ରୀଙ୍କ ସୂଚନା ପରେ ବଢ଼ିଲା ଆଶା

ଗଜପତି ମହାରାଜ ଏତିହ୍ୟ କରିଡର ପ୍ରକଳ୍ପରେ ସନାତନ ଧର୍ମର ଚାରି ଯଜ୍ଞର କାର୍ଯ୍ୟକାରିତା ଉପରେ ଗୁରୁତ୍ବ ଦେବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିବା ନେଇ ସୂଚନା ଦେଇଥିଲେ। ତା ସତ୍ତ୍ବେ ବି ନବୀନ ସରକାର ଏହା ଉପରେ ଧ୍ୟାନ ଦେଇ ନଥିବା ବେଳେ ମୋହନ ସରକାର ଏହାକୁ କିଭଳି କାର୍ଯ୍ୟକାରୀ କରୁଛନ୍ତି, ପରିକ୍ରମା ପ୍ରକଳ୍ପରେ କି ପରିବର୍ତ୍ତନ ଆଣୁଛନ୍ତି ଏବେ ତା ଉପରେ ନଜର।

author-image
Sonali Ojha
ଅଦ୍ୟତନ ହୋଇଛି
undefined

Sri Mandira Parikrama

ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍। ପୁରୁଣା ଡିଜାଇନରେ ଆଉ କିଛି ନୂଆ ଯୋଡ଼ା ହେବ। ଘୃତ, ଅନ୍ନ, ଜ୍ଞାନ ଭଳି ଯଜ୍ଞ ମଣ୍ଡପ ତିଆରି ହେବ। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଜି ଏଇ ବଡ଼ ସୂଚନା ଦେବା ପରେ ସବୁ ମହଲରେ ଏହାକୁ ସ୍ବାଗତ କରାଯାଇଛି। ବଡ଼ କଥା ହେଉଛି- ଶ୍ରୀମନ୍ଦିରରେ ଚାରି ଯଜ୍ଞର ବ୍ୟବସ୍ଥା ଉପରେ ପୂର୍ବ ସରକାର ସମୟରେ ଜୋର ଦେଇ ଆସୁଥିଲେ ଗଜପତି। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ ବି ତାହା କାର୍ଯ୍ୟକାରୀ ହୋଇ ନଥିଲା। ଆଉ ଏବେ ଆଇନମନ୍ତ୍ରୀଙ୍କ ଏ ସୂଚନା ଏ ଦିଗରେ ନୂଆ ଆଶା ଆଣିଛି।

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ନବୀକରଣ। ପୂର୍ବ ସରକାର ଆକାଶ କଇଁଆ, ଚିଲିକା ମାଛର ସ୍ବପ୍ନ ଦେଖାଇ ପ୍ରକଳ୍ପ କାମକୁ ତରବରିଆ ଭାବେ ଅଧାଅଧୁରା ସାରି ଉଦ୍ଘାଟନ କରିଦେଲେ। ହେଲେ ସେସବୁକୁ ପୂରା କରିବାରକୁ ପ୍ରକଳ୍ପର ଡିଜାଇନରେ ପରିବର୍ତ୍ତନ ହେବା ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି- ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ଭଳି ମଣ୍ଡପ ତିଆରି କରାଯିବ। ତେବେ ଲୋକଙ୍କ ଧର୍ମୀୟ ଭାବନା ଜଡ଼ିତ ଥିବାରୁ ବିଚାରବିମର୍ଶ ଚାଲିଛି। ଖୁବଶୀଘ୍ର ଆଲୋଚନା କରାଯାଇ ଆଗାମୀ ୨-୩ ମାସ ଭିତରେ ପଦକ୍ଷେପ ନିଆଯିବ। ଯାହାକୁ ସ୍ବାଗତ କରିଛନ୍ତି ସେବାୟତ ଓ ଭକ୍ତ।

ଆଉ ମାସକ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଗାଘଟକୁ ବର୍ଷେ ପୂରିବାକୁ ଯାଉଛି। ହେଲେ କେବଳ ପରିକ୍ରମା ମାର୍ଗକୁ ଛାଡ଼ି ଦେଲେ ଶ୍ରୀମନ୍ଦିର ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପରେ ଥିବା ବାକି ସବୁ କାମ ଅଧା ଅଧୁରା, ଅନେକ ଆରମ୍ଭ ବି ହୋଇନି। ଧ୍ୟାନ ମଣ୍ଡପ, ଯଜ୍ଞ ମଣ୍ଡପ, ସାଂସ୍କୃତିକ ମଣ୍ଡପ ହେଉ କି ଏମାର ମଠ ପାଖରେ ପ୍ରସ୍ତାବିତ ଶ୍ରୀଜନ୍ନାଥ ରିସେପସନ୍ ସେଣ୍ଟର ଏବଂ ରଘୁନନ୍ଦନ ଲାଇବ୍ରେରୀ। ଏସବୁ କେବଳ ପ୍ରସ୍ତାବରେ ରହିଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଠକେଇ ଗ୍ୟାଙ୍ଗରେ ପୂରା ପରିବାର, ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ମାରିନେଲେ

ସେହିପରି ପରିକ୍ରମା ମାର୍ଗ ପାଇଁ ଉଚ୍ଛେଦ ମଠଗୁଡ଼ିକୁ ଯାହା ସବୁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ବି ପୂରଣ ହୋଇନାହିଁ। ତେଣୁ ମଠାଧୀଶମାନେ ଆଜି ବି ଏନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି। ତେବେ ଡିଜାଇନରେ ପରିବର୍ତ୍ତନ ନେଇ ଆଇନମନ୍ତ୍ରୀଙ୍କ ଏ ସଦ୍ୟ ସୂଚନା ଆଶା ବଢ଼ାଇଛି। ଜିଲ୍ଲାପାଳ କହିଛନ୍ତି ପରିକ୍ରମା ପ୍ରକଳ୍ପ କାମ ପାଇଁ ସରକାରଙ୍କ ଯାହା ନିର୍ଦ୍ଦେଶ ଆସିବ ସେ ନେଇ କାର୍ଯ୍ୟ ଆରମ୍ଭ କରାଯିବ।

ଓଟିଭିକୁ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁରେ ଗଜପତି ମହାରାଜ ଏତିହ୍ୟ କରିଡର ପ୍ରକଳ୍ପରେ ସନାତନ ଧର୍ମର ଚାରି ଯଜ୍ଞର କାର୍ଯ୍ୟକାରିତା ଉପରେ ଗୁରୁତ୍ବ ଦେବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିବା ନେଇ ସୂଚନା ଦେଇଥିଲେ। ତା ସତ୍ତ୍ବେ ବି ନବୀନ ସରକାର ଏହା ଉପରେ ଧ୍ୟାନ ଦେଇ ନଥିବା ବେଳେ ମୋହନ ସରକାର ଏହାକୁ କିଭଳି କାର୍ଯ୍ୟକାରୀ କରୁଛନ୍ତି, ପରିକ୍ରମା ପ୍ରକଳ୍ପରେ କି ପରିବର୍ତ୍ତନ ଆଣୁଛନ୍ତି ଏବେ ତା ଉପରେ ନଜର।

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିରରେ ନୂଆବର୍ଷରୁ ନୂଆ ଦର୍ଶନ ବ୍ୟବସ୍ଥା, ସ୍ବତନ୍ତ୍ର ବାରିକେଡ୍ ଯୋଗେ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

Puri Srimandir Puri Srimandir Srimandir Parikrama Project
Advertisment
Advertisment