/odishatv-khabar/media/post_attachments/uploadimage/library/16_9/16_9_0/IMAGE_1735134952.jpg)
୫୫୦ କେଜି ଚକୋଲେଟରେ ସାଣ୍ଟା କ୍ଲଜ୍
କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ବର ସର୍ବବୃହତ ବାଲୁକା କଳା । ୱାଲ୍ଡ ରେକର୍ଡ ପାଇଁ ପ୍ରଚେଷ୍ଟା କରି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଚକୋଲେଟ୍ ସାଣ୍ଟା କ୍ଲଜ୍ ପ୍ରସ୍ତୁତ କରିଛନ୍ତି । ୧୬୦ ଫୁଟ୍ ଲମ୍ବ ଏବଂ ୧୦୦ ଫୁଟ୍ ଚଉଡାର ବାଲୁକା କଳା ନୂଆ ବିଶ୍ବ ରେକର୍ଡ ପାଇଁ ପ୍ରସ୍ତୁତ ହୋଇଛି । ୧୬ ହଜାର ସ୍କୋୟାର ଫୁଟ୍ ଅଞ୍ଚଳରେ ପ୍ରସ୍ତୁତ ବାଲୁକା କଳାରେ ପ୍ରାୟ ୫୫୦ କେଜି ଚକୋଲେଟ୍ ଇନ୍ଷ୍ଟାଲ ହୋଇଛି ।
୫୫୦ କିଲୋଗ୍ରାମ ଚକୋଲେଟ୍ ବ୍ୟବହାର କରି ହୋଇଥିବା ଏହି ବାଲୁକା କଳାଟି ବେଶ୍ ଆକର୍ଷଣୀୟ ହୋଇଥିବା ବେଳେ ପର୍ଯ୍ୟଟକମାନେ ଏହାର ଭୂୟସୀ ପ୍ରଶଂସା କରିଛନ୍ତି । ଏହି ବାଲୁକା କଳା ମାଧ୍ୟମରେ ସାରା ବିଶ୍ୱକୁ ଖୁସିର ବାର୍ତ୍ତା ଦେବ ବୋଲି ସୁଦର୍ଶନ ପଟ୍ଟନାୟକ କହିଛନ୍ତି ।
#MerryChristmas#Christmas2024pic.twitter.com/EVDhtGc2QU
— Sudarsan Pattnaik (@sudarsansand) December 25, 2024
୧୬ ହଜାର ବର୍ଗଫୁଟ ଅଞ୍ଚଳରେ ତିଆରି ହୋଇଥିବା ଏହି ସାଣ୍ଟା କ୍ଲଜ୍ ବାଲୁକା କଳାରେ ବ୍ୟବହୃତ ହୋଇଥିବା ଚକୋଲେଟ୍କୁ ପିଲାମାନଙ୍କୁ ବଣ୍ଟାଯିବ ବୋଲି ସୁଦର୍ଶନ ପଟ୍ଟନାୟକ କହିଛନ୍ତି । ସୁଦର୍ଶନ ସାଣ୍ଡ ଆର୍ଟ ଇନ୍ଷ୍ଟିଚ୍ୟୁସନ୍ର ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରାୟ ୬ ଘଣ୍ଟା ପରିଶ୍ରମ କରି ୧୬୦ ଫୁଟ୍ ଲମ୍ବ ଏବଂ ୧୦୦ ଫୁଟ୍ ଚଉଡ଼ାର ସ୍ୟାଣ୍ଡ୍ ଆର୍ଟ ପ୍ରସ୍ତୁତ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)