Advertisment

Srimandir: ଜଗା ଦର୍ଶନ ପାଇଁ ନୂଆ ବ୍ୟବସ୍ଥା, ନୂଆବର୍ଷରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ

ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ ବ୍ୟବସ୍ଥା । ଡିସେମ୍ୱର ୨୭ ଓ ୨୮ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହୋଇଯିବ। ଗତକାଲି ମୁଖ୍ୟ ପ୍ରଶାସକଙ୍କ ସହ ସମୀକ୍ଷା କରିବା ପରେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

author-image
Sonali Ojha
ଅଦ୍ୟତନ ହୋଇଛି
Srimandir

Srimandir

ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା। ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ ବ୍ୟବସ୍ଥା । ଡିସେମ୍ୱର ୨୭ ଓ ୨୮ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନ୍ୱୟନ ହୋଇଯିବ। ଗତକାଲି ମୁଖ୍ୟ ପ୍ରଶାସକଙ୍କ ସହ ସମୀକ୍ଷା କରିବା ପରେ ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ତେବେ ପରୀକ୍ଷା ମୂଳକ ଭାବେ ୩୦ ଏବଂ ୩୧ରେ ଧାଡି ଦର୍ଶନ ହେବ। ୧ ତାରିଖରୁ ନିୟମିତ ଦର୍ଶନ ପ୍ରକ୍ରିୟାକୁ ଆସିବ। ଭକ୍ତମାନେ ସାତ ପାହାଚ ଦ୍ଵାର ଦେଇ ପ୍ରବେଶ କରିବାକୁ ଥିବାବେଳେ ଘଣ୍ଟି ଏବଂ ଗାରଦ ଦ୍ଵାରରେ ପ୍ରସ୍ଥାନ କରିବେ । ଘଣ୍ଟି ଦ୍ଵାରରେ ମହିଳା ଏବଂ ବରିଷ୍ଠ ନାଗରିକମାନେ ପ୍ରସ୍ଥାନ କରିବେ ଏବଂ ଗାରଦ ଦ୍ଵାରରେ ପୁରୁଷମାନେ ଜଗା ଦର୍ଶନ କରିବେ।

Advertisment

ସେହିପରି ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍। ପୁରୁଣା ଡିଜାଇନରେ ଆଉ କିଛି ନୂଆ ଯୋଡ଼ା ହେବ। ଘୃତ, ଅନ୍ନ, ଜ୍ଞାନ ଭଳି ଯଜ୍ଞ ମଣ୍ଡପ ତିଆରି ହେବ। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏନେଇ ସୂଚନା ଦେବା ପରେ ସବୁ ମହଲରେ ଏହାକୁ ସ୍ବାଗତ କରାଯାଇଛି। ବଡ଼ କଥା ହେଉଛି- ଶ୍ରୀମନ୍ଦିରରେ ଚାରି ଯଜ୍ଞର ବ୍ୟବସ୍ଥା ଉପରେ ପୂର୍ବ ସରକାର ସମୟରେ ଜୋର ଦେଇ ଆସୁଥିଲେ ଗଜପତି। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ ବି ତାହା କାର୍ଯ୍ୟକାରୀ ହୋଇ ନଥିଲା। ଆଉ ଏବେ ଆଇନମନ୍ତ୍ରୀଙ୍କ ଏ ସୂଚନା ଏ ଦିଗରେ ନୂଆ ଆଶା ଆଣିଛି।

ଅଧିକ ପଢନ୍ତୁ: ଷ୍ଟ୍ରବେରୀ ଚାଷ ପାଇଁ ମନବଳାଇଲେ କୋରାପୁଟିଆ ଚାଷୀ; ଜମିରେ ଫଳାଇବେ ବିଦେଶୀ ଫଳ

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ନବୀକରଣ। ପୂର୍ବ ସରକାର ଆକାଶ କଇଁଆ, ଚିଲିକା ମାଛର ସ୍ବପ୍ନ ଦେଖାଇ ପ୍ରକଳ୍ପ କାମକୁ ତରବରିଆ ଭାବେ ଅଧାଅଧୁରା ସାରି ଉଦ୍ଘାଟନ କରିଦେଲେ। ହେଲେ ସେସବୁକୁ ପୂରା କରିବାରକୁ ପ୍ରକଳ୍ପର ଡିଜାଇନରେ ପରିବର୍ତ୍ତନ ହେବା ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି- ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ଭଳି ମଣ୍ଡପ ତିଆରି କରାଯିବ। ତେବେ ଲୋକଙ୍କ ଧର୍ମୀୟ ଭାବନା ଜଡ଼ିତ ଥିବାରୁ ବିଚାରବିମର୍ଶ ଚାଲିଛି। ଖୁବଶୀଘ୍ର ଆଲୋଚନା କରାଯାଇ ଆଗାମୀ ୨-୩ ମାସ ଭିତରେ ପଦକ୍ଷେପ ନିଆଯିବ। ଯାହାକୁ ସ୍ବାଗତ କରିଛନ୍ତି ସେବାୟତ ଓ ଭକ୍ତ।

ଆଉ ମାସକ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଗାଘଟକୁ ବର୍ଷେ ପୂରିବାକୁ ଯାଉଛି। ହେଲେ କେବଳ ପରିକ୍ରମା ମାର୍ଗକୁ ଛାଡ଼ି ଦେଲେ ଶ୍ରୀମନ୍ଦିର ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପରେ ଥିବା ବାକି ସବୁ କାମ ଅଧା ଅଧୁରା, ଅନେକ ଆରମ୍ଭ ବି ହୋଇନି। ଧ୍ୟାନ ମଣ୍ଡପ, ଯଜ୍ଞ ମଣ୍ଡପ, ସାଂସ୍କୃତିକ ମଣ୍ଡପ ହେଉ କି ଏମାର ମଠ ପାଖରେ ପ୍ରସ୍ତାବିତ ଶ୍ରୀଜନ୍ନାଥ ରିସେପସନ୍ ସେଣ୍ଟର ଏବଂ ରଘୁନନ୍ଦନ ଲାଇବ୍ରେରୀ। ଏସବୁ କେବଳ ପ୍ରସ୍ତାବରେ ରହିଯାଇଛି।

ଅଧିକ ପଢନ୍ତୁ: ଶୀତୁଆ ସକାଳରେ ହସୁଛି ପାହାଡ଼; ମନରୋମ ଦୃଶ୍ୟକୁ ଉପଭୋଗ କରୁଛନ୍ତି ପ୍ରକୃତି ପ୍ରେମୀ

Puri Srimandir Jagannath Temple
Advertisment
Advertisment