Advertisment

Srimandir: ନୂଆବର୍ଷ ପାଇଁ ପୁରୀରେ ଟ୍ରାଫିକ୍ କଟକଣା; ଜାଣନ୍ତୁ କେଉଁବାଟେ ଯାଇ କରିବେ ଜଗା ଦର୍ଶନ

ଶ୍ରୀମନ୍ଦିର ବାହାରେ ଓ ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ ସହ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ବେଳାଭୂମିରେ ପର୍ଯ୍ୟାପ୍ତ ଲାଇଫଗାର୍ଡ ମୁତୟନ ହେବାସହ ଜିରୋ ନାଇଟ୍ ସେଲିବ୍ରେସନ ବେଳେ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯିବ।

author-image
Sonali Ojha
ଅଦ୍ୟତନ ହୋଇଛି
Puri

Puri

ନୂଆବର୍ଷରେ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର । ପୁରୀକୁ ଜଗିବେ ୬୦ ପ୍ଲାଟୁନ୍ ଫୋର୍ସ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଟ୍ରାଫିକ୍ ସୁପରିଚାଳନା ନେଇ ବ୍ୟାପକ ପ୍ରସ୍ତୁତି କରିଛି ପୁରୀ ପୋଲିସ । ଡିସେମ୍ବର ୩୧ ତାରିଖଠୁ ନୂଆବର୍ଷ ପର୍ଯ୍ୟନ୍ତ ପ୍ରବଳ ଭିଡ଼ ଆଶଙ୍କାରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ପୁରୀର ମୁଖ୍ୟ ପ୍ରବେଶପଥରେ ଚେକିଂକୁ କଡାକଡି କରାଯିବ ।

Advertisment

ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଯାନ ଜେଲ୍ ରୋଡ ପାର୍କିଂରେ, କୋଣାର୍କରୁ ଆସୁଥିବା ଚାରିଚକିଆ ତାଳବଣିଆ ପାର୍କିଂରେ ଓ ବ୍ରହ୍ମଗିରିରୁ ଆସୁଥିବା ଚାରିଚକିଆ ଯାନ ଷ୍ଟର୍ଲିନ କିମ୍ବା ଯାତ୍ରିକା ପାର୍କିଂରେ ରହିବ। ମେଡିକାଲ୍ ଛକଠାରୁ ଶ୍ରୀମନ୍ଦିର ଓ ବେଳାଭୂମି ପର୍ଯ୍ୟନ୍ତ କୌଣସି ଚାରିଚକିଆ ଯାନ ଯାତାୟାତ କରିବ ନାହିଁ। ମାର୍କେଟ ଛକଠାରୁ ହେବ NO VEHICLE ZONE ।

ଶ୍ରୀମନ୍ଦିର ବାହାରେ ଓ ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ ସହ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ବେଳାଭୂମିରେ ପର୍ଯ୍ୟାପ୍ତ ଲାଇଫଗାର୍ଡ ମୁତୟନ ହେବାସହ ଜିରୋ ନାଇଟ୍ ସେଲିବ୍ରେସନ ବେଳେ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯିବ। ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ ଉପରେ ତୀକ୍ଷ୍ଣ ନଜର ରଖାଯିବ ବୋଲି ଏସପି କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଭିଜିବ ଉତ୍ତର ଓ ପଶ୍ଚିମ ଓଡ଼ିଶା ! ପ୍ରବଳ ଶୀତରେ ନୂଆବର୍ଷକୁ ସ୍ୱାଗତ କରିବେ ରାଜ୍ୟବାସୀ

ସେହିପରି ଜାନୁଆରୀ ପହିଲାରୁ ଲାଗୁ ହୋଇଯିବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା । ସାତ ପାହାଚ ପାଖରୁ ଭକ୍ତ ବ୍ୟାରିକେଡରେ ପଶିବେ ।ନାଟମଣ୍ଡପରେ ରାଂପରେ ଚଢ଼ି ଜଗା ଦର୍ଶନ କରିବେ । ଜାନୁଆରୀ ପହିଲାରୁ ଜଗନ୍ନାଥ ମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥାର ଶୁଭାରମ୍ଭ ନେଇ ସ୍ପଷ୍ଟ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି- ଭକ୍ତ ସାତ ପାହାଚ ପାଖରେ ହିଁ ଲାଇନ୍ ଲଗାଇବେ । ନାଟ ମଣ୍ଡପରେ ଧାଡ଼ିରେ ଦର୍ଶନ ସାରି ଘଣ୍ଟି ଓ ଗାରଦ ଦ୍ୱାର ଦେଇ ପ୍ରସ୍ଥାନ କରିବେ।

ଘଣ୍ଟି ଦ୍ୱାରରେ ମହିଳା ଓ ବରିଷ୍ଠ ନାଗରିକ ଏବଂ ଗାରଦ ଦ୍ୱାର ଦେଇ ପୁରୁଷ ଭକ୍ତ ବାହାରକୁ ବାହାରିବେ । ନୂଆ ଦର୍ଶନ ବ୍ୟବସ୍ଥା ଲାଗୁ ନେଇ ମୁଖ୍ୟ ପ୍ରଶାସକଙ୍କ ସହ ସେ ଆଲୋଚନା କରିଛନ୍ତି- ଏ ଦିଗରେ ଚାଲିଥିବା ଆନୁସଙ୍ଗିକ କାର୍ଯ୍ୟ ସନ୍ତୋଷଜନକ ରହିଛି । ୩୦ ଏବଂ ୩୧ ତାରିଖ ଦୁଇଦିନ ଧରି ପରୀକ୍ଷାମୂଳକ ଭାବେ ଏହାକୁ ଅନୁଧ୍ୟାନ କରାଯିବ । ନୂଆବର୍ଷରୁ ଧାଡ଼ି ଦର୍ଶନ ପାଇଁ ନାଟ ମଣ୍ଡପରେ ୬ ଲାଇନ୍ ଅସ୍ଥାୟୀ ବ୍ୟାରିକେଡ୍ ତିଆରି ହେବ । ସେଥିରୁ ୩ଟିରେ ପୁରୁଷ ଓ ବାକି ତିନିଟି ମହିଳା, ଶିଶୁ ଓ ବୟସ୍କ ଦର୍ଶନାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ରହିବ ।

ଅଧିକ ପଢ଼ନ୍ତୁ: ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ନିଗମବୋଧ ଘାଟ ଲୋକାରଣ୍ୟ

Srimandir Puri Lord Jagannath
Advertisment
Advertisment