• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଆସନ୍ତାକାଲି ପୁଣି ଖୋଲିବ ରତ୍ନଭଣ୍ଡାର । ଏଏସଆଇ ପକ୍ଷରୁ କରାଯିବ ପ୍ରାରମ୍ଭିକ ଯାଞ୍ଚ । ରତ୍ନଭଣ୍ଡାରର ମରାମତି ନେଇ ତ୍ୱରାନ୍ବିତ ହେବ ପ୍ରକ୍ରିୟା । ରତ୍ନଭଣ୍ଡାର ଭିତରେ ଅଛି କି ସୁଡଙ୍ଗ ବା ଅଧିକ କୋଠରୀ? ଗୁପ୍ତ ରାସ୍ତା ଅଛି କି ନାହିଁ ତାର ବି ହେବ ଯାଞ୍ଚ । ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ASI ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଆସନ୍ତାକାଲି ହେବ । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଏବଂ ବୈଷୟିକ ଯାଞ୍ଚ ପ୍ରକ୍ରିୟା କରାଯିବ ।

ASIର  ଅତିରିକ୍ତ  ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ CSIR-NGRIର ବିଶେଷଜ୍ଞ ମାନେ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହେବେ । ସରକାରଙ୍କ SOP ଅନୁସାରେ ତିନିଦିନିଆ ଯାଞ୍ଚ କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି ଆଇନମନ୍ତ୍ରୀ । ସେପଟେ ଶ୍ରୀଜିଉଙ୍କ ନୀତିକାନ୍ତିରେ ଯେପରି ବ୍ୟାଘାତ ନଘଟେ, ତେଣୁ ନିରୀକ୍ଷଣ ପ୍ରକ୍ରିୟା ପାଇଁ ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି ।

ବୁଧବାର ଦିନ ପାଇଁ ହୋଇଥିବା ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଅପରାହ୍ନ ଗୋଟାଏରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ୱାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କିଣି ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରିବେ । ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ  SOP ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ୍ କୋଠରୀକୁ ସ୍ଥାନାନ୍ତରଣ ଏବଂ ଖାଲି ଆଲମିରା ତଥା ସିନ୍ଦୁକ ଗୁଡିକ ସ୍ଥାନାନ୍ତରିତ ହୋଇସାରିଛି । 

ଆସନ୍ତାକାଲିର ଯାଞ୍ଚ ପ୍ରକ୍ରିୟା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଓ ତାଙ୍କ ଟିମ ମଧ୍ୟ ଉପସ୍ଥିତ ରହିବେ। ପଦକ୍ଷେପକୁ ସ୍ବାଗତ କରିଛନ୍ତି ବରିଷ୍ଠ ସେବାୟତ । ପୂର୍ବରୁ ଗତ ଅଗଷ୍ଟ ୨୩ ତାରିଖରେ ସମସ୍ତ ସିନ୍ଦୁକକୁ ନୀଳାଦ୍ରି ମ୍ୟୁଜିୟମ ନିକଟକୁ ସ୍ଥାନାନ୍ତର କରାଯାଇସାରିଛି ।

  • Reported by:
  • MADHUSUDAN MISHRA

OTV is now on Whatsapp

Join and get latest news update delivered to you via whatsapp

Join Now