ପୁରୀ ବ୍ଲୁ ଫ୍ଲାଗ ବିଚରେ ନେଭି ଡେ ପାଳନ ପାଇଁ ମଝିରେ ଆଉ ଦୁଇ ଦିନ । ଆସନ୍ତା ୪ ତାରିଖରେ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଆଖି ଝଲସା ସମରକଳା ପ୍ରଦର୍ଶନ କରିବେ ନୌସେନା ଯବାନ । ଏଥିପାଇଁ ଆଜି ହୋଇଛି ଫୁଲଡ୍ରେସ୍ ରିହର୍ସାଲ ।
ପୁରୀ ବେଳାଭୂମିରେ ଭାରତୀୟ ନୌସେନାର କଭର୍ଟ ଅପରେସନ୍। ବନ୍ଧକକୁ ମୁକ୍ତ କରିବାକୁ ନେଭିର ଦୁର୍ଦ୍ଦଷ ମାର୍କସ୍ କମାଣ୍ଡୋ ଦେଖାଉଛନ୍ତି ପରାକ୍ରମ।
ପୁରୀରେ ନୌସେନା ଦିବସ ପାଳନ କାଉଣ୍ଟଡାଉନ୍ । ଏଥିପାଇଁ ଜୋରସୋରରେ ଚାଲିଛି ଅଭ୍ୟାସ । ନୌସେନାର ଫାଇଟର ଜେଟ୍ ଓ ହେଲିକପ୍ଟର ରଣକୌଶଳ ଦେଖାଉଥିବା ବେଳେ ପହଞ୍ଚିଲାଣି ଓ୍ବାର ସିପ୍ । ପର୍ଯ୍ୟଟନର ସହରରେ ଏବେ ଯୁଦ୍ଧର ଭ୍ରମ। ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା କରିବାକୁ କେତେ ସଜାଗ ଭାରତୀୟ ନୌସେନା ସେନେଇ ପ୍ରଦର୍ଶିତ ହେବ ଦୁଃସାହସିକ ରଣକୌଶଳ ।
ସମୁଦ୍ରର ବକ୍ଷକୁ ଚିରି ଆଗେଇ ଆସୁଛି ନୌସେନାର ଯୁଦ୍ଧ ଜାହାଜ। ଗୋଟିଏ କି ଦୁଇଟି ନୁହେଁ ୨୫ଟି ବିଶାଳ ଜାହାଜ। କୂଳକୁ ଶୁଭିଲାଣି ଯୁଦ୍ଧପୋତର ଗର୍ଜନ।
ପୁରୀ ବେଳାଭୂମିରେ ବେଧଡ଼କ ଚାଲିଛି ନିର୍ମାଣ କାର୍ଯ୍ୟ । ପର୍ଯ୍ୟଟନ କ୍ଷେତ୍ର ପୁରୀର ହାର୍ଟ ଅଫ ବିଚ୍ରେ ନିର୍ମାଣ ଚାଲିଛି କନଷ୍ଟ୍ରକସନ୍ କାମ ।
ସେହିପରି ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ ଅଞ୍ଚଳରେ ମଧ୍ୟ ମଦ ଦୋକାନ ଖୋଲିବନି । ଧାର୍ମିକ ଅନୁଷ୍ଠାନର ୫ କିମି ପରିଧି ମଧ୍ୟରେ ମଦ ଦୋକାନ ଖୋଲିବନି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ବେଳାଭୂମିରେ ଆସି ମଥା ପିଟୁଛି ସମୁଦ୍ରର ମାଳ ମାଳ ଢେଉ...ସୁଁ ସୁଁ ଗର୍ଜନରେ ଫାଟି ପଡୁଛି ଇଲାକା...ଆଉ ତାହାରି ଭିତରେ ମୁଣ୍ଡ ଟେକୁଛି ଇଟା, ବାଲି ଓ ସିମେଣ୍ଟର ବେଆଇନ ନିର୍ମାଣ ।
ସନ୍, ସ୍ୟାଣ୍ଡ୍ ଆଣ୍ଡ୍ ସ୍କ୍ରିନ ଥିମରେ ଆୟୋଜିତ ଏହି ମହୋତ୍ସବକୁ ଉଦଘାଟନ କରିଛନ୍ତି ଇରାନୀ ପର୍ଯ୍ୟଟକ ନାଜାନିନ୍ । ଚଳଚ୍ଚିତ୍ର ନିର୍ମାତା, ପ୍ରଯୋଜକ ଏବଂ ଫିଲ୍ମ ଷ୍ଟୁଡେଣ୍ଟ ମାନଙ୍କୁ ଏକାଠି ହେବାର ଓ ଗୁଣାତ୍ମକ ଫିଲ୍ମ ଦେଖିବା ସହ ଭାବ ବିନିମୟର ସୁଯୋଗ ଦେଉଛି ଏହି ଖୋଲା ମଞ୍ଚ ।
ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀରେ ବାଲୁକା କଳାରେ ସୁସ୍ଥ ରହିବାର ବାର୍ତ୍ତା ଦେଇଛନ୍ତି ।
ପୁରୀ ବେଳାଭୂମିରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ବା OTDC ପକ୍ଷରୁ ହେବ ମଦ୍ୟ ପାନ ବ୍ୟବସ୍ଥା । ବିଚ୍ ସ୍ନାକ୍ସ ନାଁରେ ଖୋଲିବାର ଯୋଜନା ଥିବା ବେଳେ ଗୋଆ ଭଳି ପୁରୀ ବେଳାଭୂମୀରେ ଏହି ବ୍ୟବସ୍ଥା ପାଇଁ ଓଟିଡିସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଭୁବନେଶ୍ୱର: ପୁରୀ ବ୍ଲୁଫ୍ଲାଗ୍ ବିଚ୍କୁ ଆଜି ବିଧିବଦ୍ଧ ଭାବେ ମିଳିଲା ମାନ୍ୟତା। ଆନୁଷ୍ଠାନିକ ଭାବେ ଆଜି ସମୁଦ୍ରକୂଳରେ ଲାଗିଛି ବ୍ଲୁଫ୍ଲାଗ୍। କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର୍ ଭିଡିଓ କନ୍ଫେରେନ୍ସିଂରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ପୁରୀ ବିଚ୍ରେ ଆଜି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଚ୍ରେ ବ୍ଲୁଫ୍ଲାଗ୍କୁ ଉଡ଼ାଇଛନ୍ତି। ପୁରୀ ସମେତ ୮ଟି ବିଚ୍ର ଏକାସଙ୍ଗେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ପୁରୀ ବ୍ଲୁଫ୍ଲାଗ୍ ବିଚ୍କୁ ପ୍ରଦୂଷଣମୁକ୍ତ କରିବା ନେଇ ପଦକ୍ଷେପ ପାଇଁ ପୂର୍ବରୁ […]
ଏଣିକି ଅଧିକ ଆମୋଦଦାୟକ ହେବ ଓଡ଼ିଶାରେ ବେଳାଭୂମି ପର୍ଯ୍ୟଟନ । କାହିଁକି ନା ରାଜ୍ୟର ପ୍ରମୁଖ ୬ଟି ସମୁଦ୍ରତଟରେ ଗୋଆ ଭଳି ବେଳାଭୂମି କୁଟୀର ବା ଅସ୍ଥାୟୀ ବାର ନିର୍ମାଣ ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର