Advertisment

ଖୋଲିଲା ଚାରି ଦୁଆର, ଶୃଙ୍ଖଳିତ ହୋଇପାରିଲାନି ଶ୍ରୀଜଗନ୍ନାଥ ଦର୍ଶନ

ନୂଆ ସରକାର ଆସିବା କ୍ଷଣି ଖୋଲିଲା ଶ୍ରୀମନ୍ଦିର ଚାରି ଦୁଆର। ହଟିଲା ବର୍ଷ ବର୍ଷର ପ୍ରତିବନ୍ଧକ । ତଥାପି ଶୃଙ୍ଖଳିତ ହୋଇପାରିଲାନି ଶ୍ରୀଜଗନ୍ନାଥ ଦର୍ଶନ।

author-image
Sangram Keshori Behera
Srimandir Darshan

Srimandir Darshan

ନୂଆ ସରକାର ଆସିବା କ୍ଷଣି ଖୋଲିଲା ଶ୍ରୀମନ୍ଦିର ଚାରି ଦୁଆର। ହଟିଲା ବର୍ଷ ବର୍ଷର ପ୍ରତିବନ୍ଧକ । ତଥାପି ଶୃଙ୍ଖଳିତ ହୋଇପାରିଲାନି ଶ୍ରୀଜଗନ୍ନାଥ ଦର୍ଶନ। ସାତ ପାହାଚ ବାଟରେ ଗୋଟିଏ ଦର୍ଶନ ବ୍ୟବସ୍ଥା ରହିଥିବାରୁ, ଟଣା ଓଟରା, ଠେଲା ପେଲା ଅବସ୍ଥା ସୃଷ୍ଟି ହେଉଛି । ଫଳରେ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତ ମାନେ ଠିକ୍ ସେ ଦର୍ଶନ କରିପାରୁନାହାନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ଭକ୍ତ । 

Advertisment

ଗତ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା ନାଟମଣ୍ଡପର ସମସ୍ତ ଆଲମିରାକୁ ଉଠାଇ ଦିଆଯିବ। ଜଗମୋହନରୁ ନାଟମଣ୍ଡପ ଯାଏ ଶୀତତାପ ନିୟନ୍ତ୍ରିତ କରାଯିବ । ମହିଳା, ପୁରୁଷ, ଛୋଟ ଶିଶୁ, ବୃଦ୍ଧ-ବୃଦ୍ଧାଙ୍କ ପାଇଁ ସ୍ୱତନ୍ତ୍ର ଧାଢି ବ୍ୟବସ୍ଥା ହେବ । ବାହାର କାଠ ଦର୍ଶନ ପାଇଁ ସ୍ୱତନ୍ତ୍ର ରାମ୍ପ ବ୍ୟବସ୍ଥା କରାଯିବ। ସେଥିପାଇଁ ଓବିସିସି ପକ୍ଷରୁ ଏକ ସ୍ୱତନ୍ତ୍ର ଡାଇଗ୍ରାମ କରାଯାଇଛି। ଅବଢା ଯୋଜନାରେ ରାମ୍ପ କରାଯିବ ଯାହା ନୀତି ସମୟରେ  କଢାଯାଇ ପାରିବ ବୋଲି ପରିଚାଳନା ବୈଠକରେ କହିଥିଲେ ମୁଖ୍ୟ ପ୍ରଶାସକ। ଭିତରକାଠ ଦର୍ଶନକୁ ଅଧିକ ସମୟ କରିବା ଉପରେ ଗୁରୁତ୍ୱ ଦେବା ସହ ବାହାରକାଠ ଦର୍ଶନ ଶୃଙ୍ଖଳିତ କରିଯିବ ବୋଲ କହିଛନ୍ତି ଆଇନ ମନ୍ତ୍ରୀ। 

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ପରେ ଭିତରକାଠ ଦର୍ଶନ ହୋଇଥାଏ। ଅବକାଶ ନୀତି ବେଶ ପରେ ସକାଳ ଧୂପ, ମଧ୍ୟାହ୍ନ ଧୂପ ପରେ ଭିତରକାଠ ଦର୍ଶନ ହୋଇଥାଏ। ସନ୍ଧ୍ୟା ଧୂପ ପରେ ଭିତର କାଠ ଦର୍ଶନ ବନ୍ଦ କରାଯାଇଛି। ଗୋପାଳ ବଲ୍ଲଭ ନୀତି ହେବା ପର୍ଯ୍ୟନ୍ତ ଭିତରକାଠ ଦର୍ଶନ କରାଯାଉ ଏବଂ ନାଟମଣ୍ଡପ ଠାରୁ ଜଗମୋହନରେ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଗଲେ ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ପାଇ ଘରକୁ ଫେରିଲେ ଆତ୍ମ ସନ୍ତୋଷ ଲାଭ କରିବେ ବୋଲି କହିଛନ୍ତି ବରିଷ୍ଠ ସେବକ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ।

Advertisment

ଚାରିଦୁଆର ଖୋଲିଲା କିନ୍ତୁ ଶ୍ରୀଜଗନ୍ନାଥ ଦର୍ଶନ ଶୃଙ୍ଖଳିତ ହେଲାନାହିଁ। ଫଳରେ ଭକ୍ତ କଲବଲ ହେଲେ। ଏବେ ସରକାର ଚିନ୍ତା କଲେଣି ନାଟମଣ୍ଡପରେ ସ୍ୱତନ୍ତ୍ର ରାମ୍ପ କରିବେ। ବ୍ୟାରିକେଡ କରି ଲାଇନରେ ଭକ୍ତ ବାହାରକାଠ ଦର୍ଶନ କରିବେ ଏବଂ ଅଧିକ ସମୟ ଭିତରକାଠ ଦର୍ଶନ କରାଇବା ପାଇଁ ବ୍ୟବସ୍ଥା କରାଯିବ।  ସେପଟେ ଅତିଶ୍ରୀଘ ଦର୍ଶନରେ ଶୃଙ୍ଖଳା ବ୍ୟବସ୍ଥା କରିବା ନିହାତି ଆବଶ୍ୟକ । ନଚେତ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ଅସନ୍ତୋଷ ପ୍ରକାଶ କଲେଣି ।

Puri Srimandir
Advertisment
Advertisment