/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725977439.jpg)
Odisha allows beach shacks
ଶ୍ରୀକ୍ଷେତ୍ର ଧାମରେ ଖୋଲିବ ମଦ କୁଡ଼ିଆ । ପାଶ୍ଚାତ୍ୟ ସଭ୍ୟତା ପରମ୍ପରାକୁ ଲଦିଦେବାକୁ ପ୍ରୟାସ । ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି ଜରିଆରେ ବେଳାଭୂମିରେ ଖେଲିବ ବିଚ୍ ସ୍ୟାକ୍ସ । ପୁରୀ ବେଳାଭୂମିରେ ଖୋଲାରେ ଛୋଟ ଦୋକାନ କରି ମଦ ବିକ୍ରି ହେବ । ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସି ମାଧ୍ୟମରେ ମଦ କୁଟୀର ବସାଇବାକୁ ଯୋଜନା କରିଛନ୍ତି ସରକାର । ଏହାକୁ ନେଇ ତୀବ୍ର ବିରୋଧଭାଷ ସୃଷ୍ଟି ହୋଇଛି । ବୁଦ୍ଧିଜୀବୀ, ସେବାୟତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସମସ୍ତେ ମହୋଦଧୀ ତଟରେ ମଦର ବନ୍ୟାକୁ ନିନ୍ଦା କରିଛନ୍ତି ।
ଶଙ୍ଖକ୍ଷେତ୍ରରୁ ଆରମ୍ଭ ହୋଇଛି ମଦ ବିରୋଧୀ ଶଙ୍ଖନାଦ । ମଦମୁକ୍ତ ଓଡିଶା ଓ ବେଳାଭୂମିରେ ମଦ କୁଡିଆ ଯୋଜନାକୁ ବନ୍ଦ କରିବାକୁ ଦାବି ହୋଇଛି । ଏନେଇ ପୁରୀରେ ବୁଦ୍ଧିଜୀବୀ ଓ ୪୦ରୁ ଉର୍ଦ୍ଧ ଅନୁଷ୍ଠାନର କର୍ମକର୍ତ୍ତା ସାଧାରଣ ସଭା କରି ଏହାକୁ ଦୃଢ ବିରୋଧ କରିଛନ୍ତି । ଆସନ୍ତାକାଲି ମହାପ୍ରଭୁଙ୍କ ନିକଟରେ ସମୂହ ଦୀପଦାନ ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ । ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ବେଳାଭୂମି ମଦ କୁଡୁଆ ଯୋଜନା କରାଯାଇ କିଭଳି ମହୋଦଧିର ଆଧ୍ୟାତ୍ମିକତାକୁ କ୍ଷୁର୍ଣ୍ଣ କରାଯିବ ସେନେଇ ଅବଗତ କରିବେ ।
ଗତବର୍ଷ ଏଭଳି ନୀତି ସରକାର ଆପଣେଇଥିଲେ । କିନ୍ତୁ ସେତେବେଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପ୍ରତିକ୍ରିୟାଶୀଳ ହୋଇ ଦେବୋଭୂମିକୁ ଭୋଗଭୂମି ନକାରାଯାଉ ବୋଲି କହିଥିଲେ । ଏହାପରେ ସରକାର ତାଙ୍କ ନିଷ୍ପତ୍ତିରୁ ଓହରି ଯାଇଥିଲେ। କିନ୍ତୁ ନୂଆ ସରକାର ପୁଣି ବେଳାଭୂମିରେ ମଦ କୁଡିଆ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହାକୁ ନେଇ ତୀବ୍ର ବିରୋଧ କରାଯାଇଛି । ସେପଟେ ଜିଲ୍ଲାପାଳ କହିଛନ୍ତି ସରକାରଙ୍କ ନିର୍ଦ୍ଦେଶ ରହିଛି, କିନ୍ତୁ ସାଧାରଣ ଲୋକଙ୍କ ସମସ୍ୟା ଓ ପରିପାଶ୍ବିକ ଅବସ୍ଥାକୁ ଲକ୍ଷ୍ୟ କରି ଯାହାକିଛି ପଦକ୍ଷେପ ନିଆଯିବ।
ଗ୍ରାମାଞ୍ଚଳରେ ଖୋଲିବନି ମଦ ଦୋକାନ, ହେଲେ ବେଳାଭୂମିରେ ମିଳିବ ମଦ। ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତିରେ ପୁରୀ ବେଳାଭୂମିରେ ମଦ ବ୍ରିକି ପାଇଁ ଖୋଲିବ ଛୋଟ ଛୋଟ କୁଟୀର । ଯାହାକୁ ନେଇ ତ୍ରୀବ ବିରୋଧ ଆରମ୍ଭ ହୋଇଛି । ମହୋଦଧୀ ତଟରେ ମଦର
ବନ୍ୟାକୁ ନିନ୍ଦା କରିଛନ୍ତି ବୁଦ୍ଧିଜୀବୀ, ସେବାୟତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)