/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726199894.jpg)
Poultry Farming
ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ ମାସ କୁକୁଡ଼ା ଚାଷ ବନ୍ଦ । ୩ ମାସ ଯାଏଁ କୁକୁଡ଼ା ଚାଷ ଉପରେ ପୁରୀ ପ୍ରଶାସନ କଟକଣା ଲଗାଇଛି । ପିପିଲି, ଡେଲାଙ୍ଗ, ନିମାପଡ଼ା, ସତ୍ୟବାଦୀରେ କୁକୁଡ଼ା ଚାଷ ବନ୍ଦ ରହିବ । ସଂକ୍ରମିତ ଅଞ୍ଚଳର ୧ କିଲୋମିଟର ଭିତରେ କୁକୁଡ଼ା ଚାଷ ହେବନି । ୧ରୁ ୧୦ କିମି ବ୍ୟାସାର୍ଦ୍ଧରେ କୁକୁଡ଼ା ବାହାରକୁ ପଠାଯିବନି । ୧୫ ଦିନରେ ଥରେ କୁକୁଡ଼ା ନମୁନା ପରୀକ୍ଷା କରାଯିବ । ନେଗେଟିଭ୍ ଆସିଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।
ସୂଚନା ଅନୁସାରେ ବାର୍ଡ ଫ୍ଲୁର ହଟସ୍ପଟ୍ ସାଜିଛି ପୁରୀ । ପୁରୀରେ ବାର୍ଡ ଫ୍ଲୁ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଥିଲା କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍ । ପୁରୀ ନିମାପଡ଼ାରେ ପହଞ୍ଚିଥିଲେ ୩ ଜଣିଆ କେନ୍ଦ୍ରୀୟ ବିଶେଷଜ୍ଞ ଦଳ । ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକଙ୍କ ସହ ୩ ଜଣିଆ ଟିମ୍ ପହଞ୍ଚି ଗ୍ରାଉଣ୍ଡରେ ଯାଞ୍ଚ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାସହ ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳ ପରିଦର୍ଶନ କରିଥିଲେ । କେତେ ପରିମାଣର କୁକୁଡ଼ା ସଂକ୍ରମିତ ହୋଇଛନ୍ତି ସେ ସବୁର ଅନୁଧ୍ୟାନ ହୋଇଥିଲା।
ପୁରୀ ଜିଲ୍ଲାର ପିପିଲି, ସତ୍ୟବାଦୀ ପରେ ନିମାପଡ଼ା ଏବଂ ଡେଲାଙ୍ଗ ବାର୍ଡ ଫ୍ଲୁର ହଟସ୍ପଟ ପାଲଟିଥିଲା । ସଂକ୍ରମିତ ଅଞ୍ଚଳରେ ଦୁଇଟି ପର୍ଯ୍ୟାୟରେ RRT ଟିମ୍ ଦ୍ୱାରା ବିଭିନ୍ନ ସ୍ଥାନରେ ବାର୍ଡ କଲିଂ ସରିଛି । ରାଜ୍ୟ ପ୍ରାଣୀ ଚିକିତ୍ସା ବିଭାଗ ନିର୍ଦେଶକ ରାମାଶିଷ ହାଜାରା, ଅତିରିକ୍ତ ନିର୍ଦ୍ଦେଶକ ମିହିର ନାୟକ ଓ ଯୁଗ୍ମ ନିର୍ଦ୍ଦେଶକ ରବୀନ୍ଦ୍ର ସେଠଙ୍କ ସମେତ କେନ୍ଦ୍ର ପ୍ରାଣୀ ଚିକିତ୍ସା ମନ୍ତ୍ରାଳୟ ଆଡିସିନାଲ କମିଶନର ଅଭିଜିତ ମିତ୍ରଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଟିମ୍ ଅଞ୍ଚଳ ପରିଦର୍ଶନ କରିଛନ୍ତି ।
ଅଧିକ ପଢ଼ନ୍ତୁ: ବାର୍ଡ ଫ୍ଲୁ ଚିହ୍ନଟ ପରେ ଚାଲିଛି କୁକୁଡା କଲିଂ, ଆଖି ଆଗରେ କୁକୁଡ଼ା ମରା ଦେଖି ହତାଶ ଚାଷୀ
#୩_ମାସ_କୁକୁଡ଼ା_ଚାଷ_ବନ୍ଦ
ପୁରୀ ବାର୍ଡ ଫ୍ଲୁ: ସଂକ୍ରମିତ ଅଞ୍ଚଳରେ ୩ ମାସ କୁକୁଡ଼ା ଚାଷ ବନ୍ଦ। ୩ ମାସ ଯାଏଁ କୁକୁଡ଼ା ଚାଷ ଉପରେ ପୁରୀ ପ୍ରଶାସନର କଟକଣା। ପିପିଲି, ଡେଲାଙ୍ଗ, ନିମାପଡ଼ା, ସତ୍ୟବାଦୀରେ କୁକୁଡ଼ା ଚାଷ ବନ୍ଦ। ସଂକ୍ରମିତ ଅଞ୍ଚଳର ୧ କିମି ଭିତରେ କୁକୁଡ଼ା ଚାଷ ହେବନି। #BirdFlu#Poultry#Puri#OTVpic.twitter.com/nWEfQcS9uG— ଓଟିଭି (@otvkhabar) September 13, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)