ଏବେବି କାନରେ ଶୁଭୁଛି ଗୁଳିର ଶବ୍ଦ... ଆଖି ଆଗରେ ଭାସିଉଠୁଛି ରକ୍ତର ଛିଟା... ଛାତିକୁ ଥରାଉଛି ଆତଙ୍କୀର ସେଇ ଗୋଟିଏ ପ୍ରଶ୍ନ- 'ତୁମେ ହିନ୍ଦୁ ନା ମୁସଲିମ୍'।
ପର୍ଯ୍ୟଟକ ନାହାନ୍ତି, ଉତ୍ସାହ ନାହିଁ ଖାଁ ଖାଁ ଲାଗୁଛି କାଶ୍ମୀର...
୨୨ ଏପ୍ରିଲ୍ରେ ପହଲଗାମର ବୈସାରନ ଘାଟିରେ ହୋଇଥିଲା କଣ? କେମିତି ରକ୍ତର ହୋଲି ଖେଳିଥିଲେ ଆତଙ୍କୀ । ଧର୍ମ ପଚାରି ପଚାରି କେମିତି ମାରୁଥିଲେ ଲୋକଙ୍କୁ । ସେ ଭୟାନକ ମୂହୂର୍ତ୍ତର ଛାତିଥରା କାହାଣୀ ବଖାଣିଛନ୍ତି ଅଳ୍ପକେ ବର୍ତ୍ତିଯାଇଥିବା ଉତ୍ତରପ୍ରଦେଶ ଜୋନପୁରର ଦଂପତି ସୂର୍ଯ୍ୟମଣି ପାଣ୍ଡେ ଓ ବିଜୟଲକ୍ଷ୍ମୀ ପାଣ୍ଡେ ।
ଜାମ୍ମୁ- କଶ୍ମୀରର ପହଲଗାମରେ ହମଲା ପରେ ଉପତ୍ୟକାରେ ଆତଙ୍କୀ ତଲାସୀ ଅଭିଯାନ ଜୋରଦାର ଚାଲିଛି।ଆତଙ୍କବାଦୀଙ୍କ ଠିକଣା ଖୋଜି ଖୋଜି ଆକ୍ସନ ନେଉଛି ସେନା ଏହାସହ ସ୍ଥାନୀୟ ଆତଙ୍କବାଦୀଙ୍କ ଘରକୁ ବିସ୍ପୋରଣ କରି ଉଡ଼ାଇ ଦେଉଛନ୍ତି ସୁରକ୍ଷାକର୍ମୀ।
ପହଲଗାମ୍ ନରସଂହାର ପରଠୁ ଅଶାନ୍ତ ହୋଇଛି LOC। ଦିନରାତି ନିୟନ୍ତ୍ରଣ ରେଖାରେ ଚାଲିଛି ଉଭୟ ପଟୁ ଗୁଳିବର୍ଷା। ଜମ୍ମୁର ସୁଚେତଗଡ଼ଠାରେ ଥିବା ଭାରତ-ପାକିସ୍ତାନ ସୀମାକୁ ମଧ୍ୟ ସାଧାରଣ ନାଗରିକଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ପଞ୍ଜାବ, ରାଜସ୍ଥାନ ଏବଂ ଗୁଜରାଟ ସୀମାରେ ବି ଅଧିକ ସଜାଗ ହୋଇପଡ଼ିଛି ଭାରତୀୟ ସେନା।
ପହଲଗାମ୍ ହମଲାର ଆତଙ୍କୀ ଆକ୍କା ହେଉଛି ହାଫିଜ୍ ସଇଦ୍ । ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍ ହାଫିଜ୍ ହିଁ ବନାଇଥିଲା ପହଲଗାମର ପୁରା ପ୍ଲାନ୍ । ନିଜର ଅତି ଘନିଷ୍ଠ ସହଯେୋଗୀ ସୈଫୁଲା କସୁରୀ ସହ ଏକାଠି ମିଶି ଷଡ଼ଯନ୍ତ୍ର ରଚିଥିଲା ।
ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଆତଙ୍କୀ ବ୍ୟବହାର । ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଫଟୋ ଦେଖାଇ ଭାରତୀୟଙ୍କ ବେକ କାଟିଦେବାକୁ ଧମକ । ଲଣ୍ଡନସ୍ଥିତ ହାଇକମିଶନ କାର୍ଯ୍ୟାଳୟ ଆଗରେ ପ୍ରବାସୀ ଭାରତୀୟ ପ୍ରତିବାଦ କରୁଥିବା ବେଳେ ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଏଭଳି ବ୍ୟବହାର ଦେଖିବାକୁ ମିଳିଛି ।
ଆତଙ୍କବାଦୀଙ୍କ ବିରୋଧରେ ସେନାର ଆକ୍ସନ । ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିବା ଆଉ ତିନି ଜଣ ଆତଙ୍କବାଦୀଙ୍କ ଘରକୁ ଆଇଇଡି ସାହାଯ୍ୟରେ ଉଡାଇ ଦେଲେ ସୁରକ୍ଷାବାହିନୀ । ଦିନକ ପୂର୍ବରୁ ଦୁଇ ଲସ୍କର ଆତଙ୍କୀ ଘର ଭଙ୍ଗା ଯାଇଥିଲା ।
ପହଲଗାମ୍ରେ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହା ଭୟଙ୍କର ଆତଙ୍କୀ ହମ୍ଲା ଥିଲା ବୋଲି କହିଛନ୍ତି ଟ୍ରମ୍ପ । ପଢନ୍ତୁ ପୁରା ଖବର
ପାକ୍ ନାଗରିକଙ୍କ ଭିସା ରଦ୍ଦ କରି ତୁରନ୍ତ ସେମାନଙ୍କୁ ନିଜ ନିଜ ରାଜ୍ୟରୁ ବାହାର କର । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ନେଇ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ନିର୍ଦ୍ଦେଶ ଦେଲେ ଅମିତ୍ ଶାହ ।
ପହଲଗାମ୍ ବଦଲା ମୁଡ୍ରେ ଭାରତ । ଆତଙ୍କବାଦୀ ଆକ୍ରମଣରେ ସାମିଲ ୨ ଜଣ ଆତଙ୍କବାଦୀଙ୍କ ଘରକୁ ମାଟିରେ ମିଶାଇ ଦେଲେ ସୁରକ୍ଷାବଳ । ବୋମା ପକାଇବା ସହ ବୁଲଡୋଜର ଚଢାଇ ଦୁଇ ଆତଙ୍କୀ ଆସିଫ୍ ଶେଖ୍ ଓ ଆଦିଲ ଗୁରୀର ଘର ଧ୍ୱଂସ କରିଦେଲେ ।
ପହଲଗାମ ଆତଙ୍କୀ ଆକ୍ରମଣ ପରେ LOCରେ ମୁହାଁମୁହିଁ ହୋଇଛନ୍ତି ଭାରତ-ପାକିସ୍ତାନ । ପ୍ରଥମେ ପାକିସ୍ତାନ ସେନା ପକ୍ଷରୁ ଫାୟାରିଂ ହେବା ପରେ କଡ଼ା ଜବାବ ଦେଲା ଭାରତୀୟ ସେନା । ଦୁଇ ପକ୍ଷ ଭିତରେ ରାତିସାରା ଫାୟାରିଂ ।
ଜମ୍ମୁ-କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ନରସଂହାର ସାରା ଦେଶକୁ ସ୍ତବ୍ଧ କରିଛି । ଆତଙ୍କୀଙ୍କୁ ଗୁଳିରେ କିଏ ବାପାକୁ ହରାଇଛି ତ ଆଉ କି ସ୍ୱାମୀ । ବିବାହ ପରେ ସ୍ୱାମୀ ସହ ବୁଲିବାକୁ ଯାଇଥିବା ନବବଧୂର ଲିଭିଯାଇଛି ସିନ୍ଦୂର । ୨୨ ତାରିଖ ଦିନ ଘଟିଥିଲା ଏହି ଭୟଙ୍କର ଆକ୍ରମଣ । ସେଦିନର ସେହି ଲୋମଟାଙ୍କୁରା ଘଟଣା ବଖାଣିଛି ଗୁଜୁରାଟର ଜଣେ କୁନି ବାଳକ ।
ହମାସ୍ ଷ୍ଟାଇଲରେ ଗତକାଲି କାହିଁକି ନିରୀହ ପର୍ଯ୍ୟଟକଙ୍କ ଉପରେ ଅତର୍କିତ ଆକ୍ରମଣ କଲେ ଆତଙ୍କୀ ? ପହଲଗାମ୍ ବୈସାରନ୍ ଭ୍ୟାଲିକୁ କାହିଁକି ବାଛିଲେ ?
ଶୋକାକୂଳ ପରିବେଶରେ ପଞ୍ଚଭୂତରେ ବିଲୀନ ହେଲେ ପ୍ରଶାନ୍ତ ଶତପଥି । ଗାଁ ମଶାଣୀରେ ସମ୍ପନ୍ନ ହେଲା ଶେଷକୃତ୍ୟ । ବାପା ପ୍ରଶାନ୍ତଙ୍କୁ ମୁଖାଗ୍ନି ଦେଲେ ୮ ବର୍ଷର କୁନି ପୁଅ।
ଭାରତ ସରିଲାଣି ସମସ୍ତ ପ୍ରସ୍ତୁତି ! ଆଉ ଚାଲିବନି ଆତଙ୍କବାଦୀଙ୍କ ଚାଲ୍ ! ଖିନଭିନ୍ ହେବ ଆତଙ୍କୀ ସାମ୍ରାଜ୍ୟ ? ଭାରତ କରିବ ବଡ଼ ହମଲା ? ଆକ୍ସନ ପାଇଁ କଡ଼ା ନିର୍ଦ୍ଦେଶ ଦେବେ କି ପ୍ରଧାନମନ୍ତ୍ରୀ ? ଆତଙ୍କବାଦୀଙ୍କ ଆଖିବୁଜା ଫାୟାରିଂ ପରେ ଏବେ କେନ୍ଦ୍ର ସରକାର ଡାକୁଛନ୍ତି ଘନଘନ ବୈଠକ ।
ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥିଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଓ ତାଙ୍କ ସ୍ତ୍ରୀକୁ ଚାକିରି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।
ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କ ପତ୍ନୀଙ୍କ କୋହଭରା କଥାରେ ସମସ୍ତଙ୍କ ଆଖି ଛଳ ଛଳ । ଯିଏ ସାତ ଜନ୍ମ ସାଥୀ ହୋଇ ଚାଲିବେ ବୋଲି କଥା ଦେଇଥିଲେ ତା’ ହାତ କିପରି ଛାଡ଼ିବି କହିଲେ ପତ୍ନୀ ।
ଗତକାଲି ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ଟିଆରଏଫ୍ ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିଥିଲା। The Resistance Front-TRF ଆତଙ୍କୀ ସଂଗଠନ ହେଉଛି ମୋଷ୍ଟ ୱାଣ୍ଟେଣ୍ଡ୍ ଆତଙ୍କବାଦୀ ଗ୍ରୁପ୍ ଲସ୍କର-ଏ-ତୋଏବାର ଏକ ବଡ଼ ୱିଙ୍ଗ୍।
ଜାମ୍ମୁ-କାଶ୍ମୀରର ପହଲଗାମ ବୈସରନ ଭ୍ୟାଲିରେ ଆତଙ୍କୀ ଉଲ୍ଲଘନ, ୨୬ ଜଣ ମୃତ, ଆମେରିକା ବ୍ରାଜିଲର ଫୋନେ ଆଲୋଚନା, ସାଉଦି ରାଜକୁମାର ଏବଂ ରୁଷ ରାଷ୍ଟ୍ରପତିଙ୍କ ଶୋକ ବ୍ୟକ୍ତି, ପ୍ରଧାନମନ୍ତ୍ରୀ ଚର୍ଚ୍ଚ କଲେଇସାହା ସମବେଦନା।
TRFରେ ମୁଖ୍ୟତଃ ହାଇବ୍ରିଡ୍ ଆତଙ୍କବାଦୀ କାମ କରନ୍ତି। ଯାହା ପାକିସ୍ତାନ ଦ୍ୱାରା ପରିଚାଳିତ ହୁଏ। ହାଇବ୍ରିଡ୍ ଆତଙ୍କୀ ଯାହା ଉନ୍ନତଧରଣର ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ରୁହନ୍ତି।
ପୁଣି ହେବ କି ଏୟାର ଷ୍ଟ୍ରାଇକ୍ ? ପୁଲୱାମା ଘଟଣା ପରି ପ୍ରହାର କରିବେ କି ସେନା ? ଜମ୍ମୁ-କାଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ହମଲା ପରେ ଏବେ ପୂରା ଭାରତ ରକ୍ତ ଚାଉଳ ଚୋବାଉଛି ।
ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯାଇଥିଲେ ପିଏମ୍ ମୋଦି। ଆସନ୍ତାକାଲି ଫେରିବାର ଥିଲା। କିନ୍ତୁ ଆତଙ୍କବାଦୀ ଆକ୍ରମଣ ପରେ ଗସ୍ତ କାଣ୍ଟଛାଣ୍ଟ କରି ସ୍ୱଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ।
ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣ ଘଟଣା । ଏଥିରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିବାର ସୂଚନା । ମୃତ ଯୁବକ ନିଜ ପତ୍ନୀ ଓ ପୁଅ ସହ ପହଲଗାମ୍ ବୁଲିବାକୁ ଯାଇଥିଲେ ।
ପୁଣି କାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବର କାଣ୍ତ। ମଙ୍ଗଳବାର ଆତଙ୍କବାଦୀଙ୍କ ଆଖିମୁଜା ଗୁଳିମାଡରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଜାମ୍ମୁ କାଶ୍ମୀରରେ ଆତଙ୍କ ଖେଳିଯାଇଛି। ଆତଙ୍କବାଦୀ ମାନେ ଗୋଟିଏ ଦିନରେ କାଶ୍ମୀରର ବିଭିନ୍ନ ସ୍ଥାନରେ ଗୁଳି ଚାଳନା କରିଥିଲେ। ଏହି ଘଟଣା ଉପରେ ଭାରତୀୟ ସେନାର ସର୍ଚ ଅପରେସନ୍ ଆରମ୍ଭ ହୋଇଛି।