/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652675139.jpg)
Srimandir Heritage Corridor Row
ସୁପ୍ରିମକୋର୍ଟରେ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ହେବ । ଗତ ମେ ମାସ ୯ ତାରିଖରେ ଓଡ଼ିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟଳୟ । ସୁମନ୍ତ କୁମାର ଘଡ଼େଇ ଓ ଅର୍ଦ୍ଧେନ୍ଦୁ କୁମାର ଦାସଙ୍କ ଦ୍ୱାରା ଦାଖଲ ହୋଇଥିବା ଦୁଇଟି ଅଲଗା ଅଲଗା ସ୍ବତନ୍ତ୍ର ଲିଭ ପିଟିସନର ଶୁଣାଣି ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ ହିମା କୋହଲୀଙ୍କ ଭ୍ୟାକେସନ ବେଞ୍ଚରେ ହେବ ।
ସୂଚନା ଅନୁସାରେ, ଏହି ଶୁଣାଣି ପାଇଁ ସୁମନ୍ତଙ୍କ ଓକିଲ ମହାଲକ୍ଷ୍ମୀ ପାଭାନୀ ଓ ଅର୍ଦ୍ଧେନ୍ଦୁଙ୍କ ଓକିଲ ନଚିକେତା ଯୋଶୀ ଏଥିପାଇଁ ଖଣ୍ଡପୀଠଙ୍କୁ ନିବେଦନ କରିଥିଲେ । ପରିକ୍ରମା ପ୍ରକଳ୍ପ ନାଁରେ ଚାଲିଥିବା ବେଆଇନ ର୍ନିମାଣ ଓ ଖନନ ଯୋଗୁଁ ଶ୍ରୀମନ୍ଦିର ପ୍ରତି ବିପଦ ଦେଖାଦେଇଛି ବୋଲି ଦୁଇ ଆବେଦନକାରୀ ନିଜ ଆବେଦନରେ ଦର୍ଶାଇଛନ୍ତି । ଏପରିକି ଶ୍ରୀମନ୍ଦିରରେ କେତେକ ସ୍ଥାନରେ ଫାଟ ମଧ୍ୟ ସୃଷ୍ଟି ହୋଇଥିବା ସେ ଦର୍ଶାଇଛନ୍ତି । ନିର୍ମାଣ ଉପରେ ରୋକ ଲଗାଇବା ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବି ତାହା ହୋଇପାରିନଥିଲା ଏଣୁ ଦୁହେଁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)