• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହାଇକୋର୍ଟରେ କେସ୍ ଥିଲା, ସୁପ୍ରିମକୋର୍ଟ କାହିଁକି ଗଲେ ? ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରସଙ୍ଗରେ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି, ମାମଲା ହାଇକୋର୍ଟରେ ଥିବା ବେଳେ ସେହି ୨ ଜଣ କାହିଁକି ସୁପ୍ରିମକୋର୍ଟ ଗଲେ ? ମାମଲା ହାଇକୋର୍ଟରେ ଥିବା ବେଳେ ସୁପ୍ରିମକୋର୍ଟ ଯିବା କିଛି କାରଣ ନଥିଲା । ଏନେଇ କିଛି ସ୍ପଷ୍ଟତା ଆସିନି, ଏସବୁର ସ୍ପଷ୍ଟ କରାଯିବା ଦରକାର ବୋଲି ସେ କହିଛନ୍ତି ।

ଏଥିସହ ସାଂସଦ କହିଛନ୍ତି, ରିସେପସେନ ସେଣ୍ଟରକୁ ୧୦୦ ମିଟର ବାହାରକୁ ନେବାକୁ ସରକାର କହିଛନ୍ତି । ଏହାର ଅର୍ଥ ରାଜ୍ୟ ସରକାର ଆମ୍‌ସାର ଆକ୍ଟର ଉଲ୍ଲଂଘନ କରିଥିଲେ । ରାଜ୍ୟ ସରକାର ASI ସହ ସମନ୍ୱୟ ରଖି କାମ କରିବାକୁ କୋର୍ଟ କହିଛନ୍ତି । ଯଦି ଆମସର ଆକ୍ଟ ନମାନିବେ ତେବେ ସରକାର କୋର୍ଟଙ୍କ ଫଇସଲା ଉଲ୍ଲଂଘନ କରିବେ ବୋଲି ସେ କହିଛନ୍ତି । ପ୍ରକଳ୍ପ ପାଇଁ ସରକାର ୭ ଶହ କୋଟି ଟଙ୍କା କ୍ଷତିପୂରଣ ଦେଇଥିବା କହିଛନ୍ତି । ତେବେ କାହାକୁ ସେହି କ୍ଷତିପୂରଣ ଦିଆଗଲା, ସେ ତଥ୍ୟ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଅପରାଜିତା କହିଛନ୍ତି ।

ଅପରାଜିତା ଆହୁରି କହିଛନ୍ତି, ‘ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ମନ୍ଦିର ସୁରକ୍ଷା ପାଇଁ କରାଯାଇଛି । ହାଇକୋର୍ଟରେ ଗୋଟିଏ କେସ ଚାଲିଥିଲା । ଶୁଣାଣି ବି ହେଉଥିଲା । ହଠାତ ୨ ଜଣ ସୁପ୍ରିମକୋର୍ଟ ଗଲେ । ୩ ତାରିଖରେ ଫଇସଲା ଆସିଲା । ସେମାନେ କାହିଁକି ସୁପ୍ରିମକୋର୍ଟ ଗଲେ ସ୍ପଷ୍ଟ ହେଲା ନାହିଁ । ସ୍ଥଗିତାଦେଶ ଆଣିବା ପାଇଁ ଯାଇଥିଲେ ବୋଲି ଶୁଣାଗଲା । ଯେଉଁ ଫଇସଲା ଆସିଛି, ଏହା ସମୀକ୍ଷା କରିଛି । ଯେଉଁମାନେ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ସହ ସମ୍ପୃକ୍ତ ଅଛନ୍ତି । ଏହି ଲୋକଙ୍କର ବିଜୟ ହୋଇଛି ।’

ରାୟ ପରେ ଶ୍ରୀମନ୍ଦିର ବିକାଶ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କର ସୀମା ନିର୍ଦ୍ଧାରିତ ହୋଇଯାଇଛି । ରାଜ୍ୟ ସରକାର କେଉଁ ସୀମାରେ କାମ କରିବେ ତାହା ସ୍ପଷ୍ଟ ହୋଇଛି । ଆମସାର ଆଇନର ଉଲଂଘନ ହୋଇଛି । ରାଜ୍ୟ ସରକାର ସ୍ୱୀକାର କରିଛନ୍ତି । ୪୬ ଫୁଟର ଅଭ୍ୟର୍ଥନା କକ୍ଷ ୧୦୦ ମିଟର ବାହାରକୁ ନେବେ । ସେମାନେ ସୁପ୍ରିମ କୋର୍ଟରେ କହିବାକୁ ବାଧ୍ୟ ହେଲେ । ପ୍ରୋହିବିଟେଡ୍ ଏରିଆରେ କେବଳ ଯାତ୍ରୀଙ୍କ ସୁବିଧା ପାଇଁ କାମ ହୋଇପାରିବ । ଆଶା ଅଛି ରାଜ୍ୟ ସରକାର ଅଭ୍ୟର୍ଥନା କକ୍ଷକୁ ବାହାରକୁ ନେବେ । ଯଦି ୪୬ ଫୁଟର ଅଭ୍ୟର୍ଥନା କକ୍ଷ ପାଇଁ ବିଲିଡ଼ିଂ ତିଆରି ହୋଇଥାନ୍ତା ତେବେ ମନ୍ଦିର ଅସୁରକ୍ଷିତ ହୋଇଥାନ୍ତା ବୋଲି କହିଛନ୍ତି ଅପରାଜିତା । ୩ ଜୁନ ୨୦୨୨ର ଆଦେଶ ଅନୁଯାୟୀ ନିଷିଦ୍ଧାଞ୍ଚଳରେ ଯାତ୍ରୀ ମାନଙ୍କ ପାଇଁ ସୁବିଧା ହେବ । ଶୌଚାଳୟ, କ୍ଲକ୍ ରୁମ, ଡ୍ରେନେଜ ହେବ ।

ତେବେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ କହିଛନ୍ତି, ଯେତେବେଳେ ଭଙ୍ଗା ହେଉଥିଲା ଓ ଜମି ନିଆ ଯାଉଥିଲା, ୭୦୦ କୋଟିର କ୍ଷତିପୂରଣ କ୍ଷତଗ୍ରସ୍ତଙ୍କୁ ଦେଇଛନ୍ତି । ରାଜ୍ୟ ସରକାର କାହାକୁ କେତେ ଟଙ୍କା ଦେଇଛନ୍ତି ତାହା ସାର୍ବଜନୀନ କରନ୍ତୁ । ଏହା ସମସ୍ତଙ୍କର ଜାଣିବାର ଅଧିକାର ରହିଛି । ଓଡିଶାର ଟିକସଦାତା ମାନେ ଜାଣିବା ପାଇଁ ଚାହୁଁଛନ୍ତି । ୧୯୫୮ AMSAR ACT ଓ ମୃଣାଳୀନି ପାଢ଼ି କେସର ରାୟକୁ ରାଜ୍ୟ ସରକାର ମାନି କାମ କରିବେ ।