/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653896108.jpg)
Girl executes loot on guise of boy in Puri
ଯୁବକ ବେଶରେ ଆସି ଲୁଟ୍ କଲେ ଯୁବତୀ । ଏହିପରି ଅଭିନବ ଢ଼ଙ୍ଗରେ ଲୁଟ୍ ଆଉ କେଉଁଠି ନୁହେଁ ବରଂ ପୁରୀର ବଡ଼ଦାଣ୍ଡରେ ଦେଖିବାକୁ ମିଳିଛି ।ଗତ ଶନିବାର ସକାଳେ ବଡ଼ଦାଣ୍ଡ ମାର୍କେଟ ଛକ ପାଖ ନୀଳାଚଳ ଲଜିଙ୍ଗ ସାମନାରେ ପାର୍କିଂ ହୋଇଥିବା ସ୍କୁଟର ଡିକିରୁ ଜଣେ ଯୁବକ ଚୋରି କରୁଥିବା ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିଲା । ତେବେ ଚୋରି କରିଥିବା ଯୁବକ ଜଣକ ପ୍ରକୃତରେ ଜଣେ ଯୁବତୀ ବୋଲି କୁମ୍ଭାରପଡ଼ା ପୋଲିସ ସୂଚନା ଦେଇଛି ।
Advertisment
ପୋଲିସର ସୂଚନା ଅନୁସାରେ, ୨ ଜଣ ଯୁବକ ଓ ଜଣେ ଯୁବତୀ ଅଫିସ କାମରେ ଆସି ଗତ ୮ ଦିନ ହେଲା ନୀଳାଚଳ ଲଜ୍ରେ ରହୁଥିବାବେଳେ ସେମାନଙ୍କ ଗାଡ଼ି ତଳେ ପାର୍କିରେ ଥିଲା । ଶନିବାର ସକାଳେ ସେମାନଙ୍କ ସ୍କୁଟରର ଡିକି ଭାଙ୍ଗି ଚୋରି ହୋଇଥିବା ନେଇ ଗତକାଲି କୁମ୍ଭାରପଡ଼ା ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଏହାକୁ ଭିତ୍ତି କରି ତଦନ୍ତ କରିଥିବାର ଜଣାପଡିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)