/odishatv-khabar/media/post_attachments/uploadimage/library/16_9/16_9_0/s_1653902741.jpg)
VIPs get piority In Puri
ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ଶ୍ରୀକ୍ଷେତ୍ର ଯାଇ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ୧୮୦ ଜଣ ପ୍ରୋବେସନାରୀ IAS ଗତକାଲି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ସେମାନଙ୍କ ପାଇଁ ବ୍ୟାଟେରୀ ଅଟୋ ଗୁଡ଼ିକ ବୁକିଂ ହୋଇଥିଲା।
କିନ୍ତୁ ସେହି ସମୟରେ ବିଭିନ୍ନ ଜିଲ୍ଲାରୁ ପୁରୀ ଆସିଥିବା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ସେମାନଙ୍କ ପାଇଁ ରହିଥିବା ବ୍ୟାଟେରୀ ଅଟୋ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଗତକାଲି ଦିନଯାକ କିଛି ବ୍ୟାଟେରୀ ଗାଡି ନଥିଲା। ସେପଟେ ବ୍ୟାଟେରୀ ଅଟୋ ଯୋଗାଇଥିବା ନାଲ୍କୋ ଅଧିକାରୀଙ୍କ କହିବା ଅନୁସାରେ, ପ୍ରୋବେସନାରୀ IASଙ୍କ ପାଇଁ ୫ଟି ଗାଡି ବୁକିଂ ହୋଇଥିଲା। ଆଉ ୪ଟି ଗାଡି ବଳକା ଥିଲା। ଖବର ଲେଖାଯିବା ସୁଦ୍ଧା ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳପାରିନାହିଁ। ଜିଲ୍ଲା ପ୍ରଶାସନର ଏଭଳି ବ୍ୟବସ୍ଥାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)