• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପୁରୀ ଗୋବର୍ଦ୍ଧପୀଠ ଶଙ୍କରାଚାର୍ଯ୍ୟଙ୍କ ବିରୋଧ । ଗଜପତି ମହାରାଜା ଓ ଜିଲ୍ଲା ପ୍ରଶାସନ ସହ ଆଲୋଚାନ ପରେ ଗତକାଲି ସବୁ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ, ଏଏସ୍‌ଆଇ, ଓବିସିସି, ସ୍ଥପତି, ଐତିହାସିକ, ଗବେଷକ ଓ ସେବାୟତଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ । ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ସମସ୍ତଙ୍କୁ ଶୁଣିବା ପରେ ପ୍ରକଳ୍ପକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ପୁରୀକୁ ବିକାଶ ନାଁରେ ବିକୃତ କରାଯାଉଛି । ମାର୍ଗ ପ୍ରଶସ୍ତ ନାଁରେ ମଠଗୁଡ଼ିକୁ ଭାଙ୍ଗି ଦିଆଗଲା ।

ଶ୍ରୀକ୍ଷେତ୍ରକୁ ପ୍ରଦର୍ଶନୀ ସ୍ଥଳ ଓ ପିକନିକ୍ କେନ୍ଦ୍ର ବନାଇବା ଉଚିତ୍ ନୁହେଁ । ନିଜର ପୂର୍ବ ମନ୍ତବ୍ୟକୁ ଦୋହରାଇ କହିଛନ୍ତି, ତପସ୍ଥଳୀକୁ ଭୋଗସ୍ଥଳୀ କରାନଯାଉ । ଏପରି କଲେ ଦେବୀ ଦେବତା କୋପ କରିବେ । ଶଙ୍କରାଚାର୍ଯ୍ୟ ଏହା ବି କହିଛନ୍ତି ଯେ, ସରକାର ଲୋକମତକୁ ନେଇ ବଳଶାଳୀ ଭାବିବା ଅନୁଚିତ୍ । ଲୋକମତ କେବେ ବି ହ୍ରାସ ହୋଇପାରେ ସେ ସ୍ପଷ୍ଟ କରିଛନ୍ତି । ଆମେ ବିକାଶ ଚାହୁଁଛୁୂ କିନ୍ତୁ ଅସ୍ଥିତ୍ୱ ବିଲୋପର ପକ୍ଷରେ ନାହୁଁ ।

ଗତକାଲିର ବୈଠକରେ ବିଜେଡି ଓ ଓବିସିସିକୁ ଛାଡି ଦେଲେ ଅନ୍ୟ ସମସ୍ତେ ପରିକ୍ରମା ପ୍ରକଳ୍ପ ବିପକ୍ଷରେ ମତ ଦେଇଥିଲେ । ବେଆଇନ ଭାବେ ଓ ଏଏସ୍‌ଆଇର ବିନା ଅମୁମତିରେ ପ୍ରକଳ୍ପ କାମ ଚାଲିଥିବା ଅଭିଯୋଗ ହୋଇଛି । ବିଜେପି କହିଛି ଦଳ ବିକାଶକୁ ବିରୋଧ କରୁନି, କିନ୍ତୁ ଆଇନ ଅନୁସାରେ ନିର୍ମାଣ କାର୍ଯ୍ୟ ହେଉ । ତାସହ ସମସ୍ତଙ୍କ ଆଗରେ ପ୍ରକଳ୍ପର ବ୍ଳୁ-ପ୍ରିଣ୍ଟ ରଖିବାକୁ ଓ ନିର୍ମାଣ କାର୍ଯ୍ୟ ଏବେ ସ୍ଥଗିତ ରଖିବାକୁ ଦାବି କରିଛି ଦଳ । କଂଗ୍ରେସ୍ ବି ଅଭିଯୋଗ କରିଛି, ପୁରୀରେ ବିକାଶ ନାଁରେ ବିନାଶ କରାଯାଉଛି ସବୁ ଆଇନକୁ ଉଲ୍ଲଂଘନ କରାଯାଇ କାମ ହେଉଛି ।

 

ତେଣେ ବିଜେଡି ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଜବାବ୍ ରଖି କହିଛି । ପରିକ୍ରମା ପ୍ରକଳ୍ପ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଓ ଅନୁମୋଦିତ । ବିଧାନସଭାରେ ମଧ୍ୟ ସର୍ବସମ୍ମତି କ୍ରମେ ଏହା ପାରିତ ହୋଇଛି । ଏଏସ୍‌ଆଇର କିଛି ପରାମର୍ଶକୁ ପ୍ରକଳ୍ପରେ ସାମିଲ କରାଯାଇ ସଂଶୋଧନ କରାଯିବା ସହ ଏନ୍ଏମ୍ଏ ମଧ୍ୟ ପ୍ରସ୍ତାବକୁ ଅନୁମୋଦନ କରିଥିବା ବିଜେଡି ମୁଖପାତ୍ର ଲେନିନି ମହାନ୍ତି ପ୍ରେସ୍ ରିଲିଜ୍ ମାଧ୍ୟମରେ ଜଣାଇଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ବ୍ୟାକ୍‌ଫୁଟ୍‌ରେ ଥିବା ରାଜ୍ୟ ସରକାର ଏବେ ବିଭିନ୍ନ ମାଧ୍ୟମରେ ବିବାଦକୁ ପ୍ରଶମିତ କରିବାକୁ ଉଦ୍ୟମ କରୁଛନ୍ତି । ହେଲେ ବିବାଦ ଥମିବା ବଦଳରେ ଅଧିକ ତୀବ୍ର ହେବାରେ ଲାଗିଛି ।